ଓଡ଼ିଶାର ଇ-ଗେଜେଟ୍‌ ପୋର୍ଟାଲ ଉଦ୍‌ଘାଟିତ: ବ୍ୟବସ୍ଥାର ପୂର୍ଣ୍ଣ ବିନିଯୋଗ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨ା୧(ବ୍ୟୁରୋ): ରାଜ୍ୟରେ ୫ମ ଥର ପାଇଁ ବିଜେଡି ନେତୃତ୍ୱାଧୀନ ସରକାର ଶାସନ କ୍ଷମତାକୁ ଫେରିବାପରେ ବିଭିନ୍ନ ପ୍ରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି। ଦୁର୍ନୀତି ବିରୋଧରେ ସରକାର ଏକ ପ୍ରକାର ମିଶନ ଆରମ୍ଭ କରିଦେଇଛନ୍ତି। ସେହିକ୍ରମରେ ବର୍ତ୍ତମାନ ସରକାରୀ ଗେଜେଟ୍‌ ବ୍ୟବସ୍ଥାରେ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଗେଜେଟ୍‌ ପ୍ରସ୍ତୁତି ପରେ ତାର ବିଷୟବସ୍ତୁକୁ ଯେପରି ପରିବର୍ତ୍ତନ ଏବଂ ବିକୃତ କରା ନ ଯିବ ସେଥିଲାଗି ସେଥିରେ ଅନଲାଇନ ବ୍ୟବସ୍ଥା କରାଯାଇଛି।
ରାଜ୍ୟ ସରକାରଙ୍କ ୫-ଟି ସୂତ୍ରର ରୂପାୟନ ଦିଗରେ ବୁଧବାର ଆଉ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ସରକାରୀ ମୁଦ୍ରଣାଳୟର ଇ-ଗେଜେଟ୍‌ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ନୂଆବର୍ଷ ଅବସରରେ ଲୋକସେବା ଭବନଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏହି ପୋର୍ଟାଲ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଇ-ଗେଜେଟ୍‌ ବ୍ୟବସ୍ଥାର ପୂର୍ଣ୍ଣ ବିନିଯୋଗ କରିବା ସକାଶେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ତ୍ରିପାଠୀ କହିଛନ୍ତି ଯେ, ଇ-ଗେଜେଟ୍‌ ଉତ୍ତମ ପ୍ରଶାସନ ପଥରେ ଏକ ମାଇଲ ଖୁଣ୍ଟ। ଏହାଦ୍ୱାରା ଗେଜେଟ୍‌ ବିଜ୍ଞପ୍ତି ତ୍ୱରିତ ଏବଂ ତ୍ରୁଟିମୁକ୍ତ ହେବ। ଏହାଦ୍ୱାରା ଟ୍ରକ ଟ୍ରକ କାଗଜର ପରିବହନ ଆବଶ୍ୟକ ପଡିବନାହିଁ। ଅନ୍ୟପଟେ ମୁଦ୍ରଣ ଖର୍ଚ୍ଚ ମଧ୍ୟ ହ୍ରାସ ହେବ। ଇ-ଗେଜେଟ୍‌ ସମ୍ପର୍କରେ ସୂଚନା ଦେବାକୁ ଯାଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ଶ୍ରୀନିବାସ କହିଛନ୍ତି ଯେ, ଏଥିରେ ବିଭାଗ ଓ ବିଷୟଓ୍ବାରୀ ଗେଜେଟ୍‌ ଖୋଜିବାର ବ୍ୟବସ୍ଥା ରହିବ। ଗେଜେଟ୍‌ ସକାଶେ କୌଣସି ବ୍ୟକ୍ତିଙ୍କୁ ଆଉ ସରକାରୀ ମୁଦ୍ରଣାଳୟ, କାର୍ଯ୍ୟାଳୟ ବା ଲୋକସେବା ଭବନ ଆସିବାକୁ ପଡିବନାହିଁ। ଯେକୌଣସି ବ୍ୟକ୍ତି http://egazetteodisha.nic.inରେ ଲଗ୍‌ଇନ କରି ସେମାନଙ୍କ ଆବଶ୍ୟକ ଅନୁଯାୟୀ ଗେଜେଟ୍‌ ପାଇପାରିବେ। ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ମନୋଜ ମିଶ୍ର କହିଛନ୍ତି, ଇ-ଗେଜେଟ୍‌ ହେଉଛି ଏକ ସ୍ବୀକୃତିପ୍ରାପ୍ତ ସାର୍ବଜନୀନ ପତ୍ରିକା। ଏହାକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ପ୍ରସ୍ତୁତ କରାଯାଇଛି। ଏପରି ମୁଦ୍ରଣ ଆଇ.ଟି ଆଇନର ଧାରା ୮ ଅନୁଯାୟୀ ଆଇନତଃ ସିଦ୍ଧ ଅଟେ। ଏ ସମ୍ପର୍କରେ ଦର୍ଶାଇବାକୁ ଏକ ଇ-ଗେଜେଟ୍‌ ଉପସ୍ଥାପନା କରାଯାଇଥିଲା। ସେଥିରୁ ଜଣାପଡିଛି ଯେ, ବିଭିନ୍ନ ବିଭାଗଗୁଡିକ ଇ-ଗେଜେଟ୍‌ ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିବାପରେ ପ୍ରକାଶନ ଲାଗି ନିର୍ଦ୍ଧାରିତ ବିଷୟବସ୍ତୁ ପୋର୍ଟାଲରେ ଅପଲୋଡ୍‌ କରିବେ। ଏହାଦ୍ୱାରା ଗେଜେଟ୍‌ ନମ୍ବର ଏବଂ ତାରିଖ ପୋର୍ଟାଲରେ ପ୍ରଦର୍ଶିତ ହେବ। ବିଷୟବସ୍ତୁର ବୈଧକରଣ ପାଇଁ ଇ-ଦସ୍ତଖତ ବ୍ୟବସ୍ଥା କରାଯାଇଛି। ଫଳରେ କୌଣସି ବିଷୟ ବସ୍ତୁକୁ ପରବର୍ତ୍ତୀ ସମୟରେ ପରିବର୍ତ୍ତନ ବା ବିକୃତ କରାଯାଇପାରିବ ନାହିଁ। ଏହି ପୋର୍ଟାଲ ଏନଆଇସି ଦ୍ୱାରା ଡିଜାଇନ କରାଯାଇଛି, ଯାହା ଭାରତରେ ପ୍ରଥମ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ନାଗାର୍ଜୁନ ବେଶ ସାମଗ୍ରୀ ଗାଏବ

ପୁରୀ ଅଫିସ,୨ା୧୨: ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ର, ସୂର୍ଯ୍ୟ ଗାଏବ ଘଟଣା ପରେ ସୋମବାର ଜଣେ ସେବାୟତ କିଛି ବେଶ ସାମଗ୍ରୀ ନେଉଥିବା ଜଣାପଡ଼ିଥିଲା।...

ମହଙ୍ଗା ହୋଇପାରେ ଜମି,ଘର

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜ୍ୟ ସରକାର ଅସ୍ଥାବର ସମ୍ପତ୍ତିର ବେଞ୍ଚ ମାର୍କ ଭେଲ୍ୟୁ ବିଏମ୍‌ଭି ସଂଶୋଧନ କରିବାକୁ ଯାଉଛନ୍ତି। ଏହି ପଦକ୍ଷେପ ଦ୍ୱାରା ଜମି ଏବଂ ଘର ମହଙ୍ଗା...

ନେତାଜୀ ଜୟନ୍ତୀ ପାଳନ କମିଟି ସଦସ୍ୟ ହେଲେ ନବୀନ

ଭୁବନେଶ୍ୱର, ୧୦।୧ (ବ୍ୟୁରୋ): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଏକ ଉଚ୍ଚସ୍ତରୀୟ କମିଟି ଗଠନ...

ଲାଞ୍ଚ: ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଗିରଫ

କଟକ ଅଫିସ, ୨୩ା୧୧: ୧୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ବିଦ୍ୟୁତ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ମହାନ୍ତ। ସେ...

ଏଣିକି ଦୈନିକ ୪ଲକ୍ଷ ଲୋକଙ୍କୁ ଟିକା

ଭୁବନେଶ୍ୱର,୧୧।୯(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ଟିକାକରଣର ଦୈନିକ ସଂଶୋଧିତ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଣିକି ୩ଲକ୍ଷ ନୁହେଁ, ଦୈନିକ ୪ଲକ୍ଷ ଡୋଜ୍‌ ଟିକାକରଣ ପାଇଁ ରାଜ୍ୟ ସରକାର...

ଓଡ଼ିଆ ଭାଷା ଓ ସଂସ୍କୃତି ସୁରକ୍ଷାକୁ ନେଇ ବିଧାନସଭାରେ କଂଗ୍ରେସର ହଟ୍ଟଗୋଳ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଓଡ଼ିଆ ଭାଷା ଓ ସଂସ୍କୃତିକୁ ନେଇ ବିଧାନସଭାରେ କଂଗ୍ରେସ ଦଳର ସଭ୍ୟମାନେ ମଙ୍ଗଳବାର ହଙ୍ଗାମା କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଭାଷା ଓ...

ନୂଆ ରୂପ ନେବ ଶିଳ୍ପୀଗ୍ରାମ ରଘୁରାଜପୁର

ଭୁବନେଶ୍ୱର,୧୧ା୨(ବ୍ୟୁରୋ):ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପରେ ରଘୁରାଜପୁରର ବିକାଶ ଲାଗି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଶିଳ୍ପୀଗ୍ରାମ ଭାବେ...

ଡେଙ୍ଗୁ: ସହରବାସୀ ଆତଙ୍କିତ

କଟକ ଅଫିସ, ୪ା୭: କଟକ ସହରରେ ଜଣ୍ଡିସ ପରେ ଏବେ ଡେଙ୍ଗୁ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଏହାକୁ ନେଇ ସହରବାସୀ ଆତଙ୍କିତ ହୋଇପଡିଛନ୍ତି। ସହରରେ ବିଶୁଦ୍ଧ...

Advertisement
Archives

Model This Week