ଓଡ଼ିଶାରେ ବିପରୀତ ସ୍ଥିତି: ବୟସ୍କଙ୍କଠାରୁ ପିଲା, ଯୁବକ ଅଧିକ ସଂକ୍ରମିତ

ଭୁବନେଶ୍ୱର, ୧୩।୬(ବ୍ୟୁରୋ) – କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି। ଚାଇନାର ଉହାନ ସହରରୁ ସୃଷ୍ଟି ହୋଇଥିବା ଏହି ମାରାତ୍ମକ ଭୂତାଣୁ ଏବେ ପ୍ରାୟ ସବୁଦେଶକୁ କରାୟତ କରିସାରିଛି। ଭାରତରେ ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟାରେ ଚତୁର୍ଥ ସ୍ଥାନକୁ ଚାଲି ଆସିଛି। ତେବେ ଏହି ଭୂତାଣୁ ବୟସ୍କ ଲୋକଙ୍କୁ ଅଧିକ ଓ ପିଲାଙ୍କୁ କମ୍‌ ସଂକ୍ରମିତ ହେଉଥିବା ନେଇ ବିଶ୍ୱସ୍ତରୀୟ ରିପୋର୍ଟ କହୁଛି। ହେଲେ ଓଡ଼ିଶାରେ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳିଛି। ଏଠାରେ ବୟସ୍କଙ୍କଠାରୁ ପିଲା ଓ ଯୁବକ ଅଧିକ ଆକ୍ରାନ୍ତ ହୋଇଛନ୍ତି।
ସରକାରଙ୍କ ତଥ୍ୟ ଅନୁସାରେ, ବର୍ତ୍ତମାନ ଓଡ଼ିଶାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୭୨୩ ରହିଛି। ୫୩୦ଜଣ ମହିଳା ଓ ୩୧୯୩ ଜଣ ପୁରୁଷ। ଏମାନଙ୍କ ମଧ୍ୟରେ ମାତ୍ର ୯୬ଜଣ ୬୦ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ୍‌ ବାହାରିଛି। କିନ୍ତୁ ଏହାଠାରୁ ଢେର୍‌ ଅଧିକ ଅର୍ଥାତ୍‌ ୧୧୦ଜଣ ଆକ୍ରାନ୍ତ ହେଉଛନ୍ତି ପିଲା। ଏମାନଙ୍କ ବୟସ ୦ରୁ ୧୪ବର୍ଷ ମଧ୍ୟରେ ରହିଛି। ତେବେ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି ଯୁବପିଢ଼ି। ଏହି ହାର ମଧ୍ୟ ଦିନକୁ ଦନ ବଢ଼ି ଚାଲିଛି। ରାଜ୍ୟର ୩୭୨୩ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୭୦ଜଣ ଯୁବପିଢ଼ି ରହିଥିବାବେଳେ ଏମାନଙ୍କ ବୟସ ୧୫ରୁ ୪୦ବର୍ଷ ମଧ୍ୟରେ ରହିଛି। ସେହିପରି ୪୧ରୁ ୬୦ବର୍ଷ ବୟସ ମଧ୍ୟରେ ୮୪୬ଜଣ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ଯାଇପାରେ କେନ୍ଦ୍ରୀୟ ବାହିନୀ

ମୁମ୍ବାଇ,୯ା୫(ପି.ଟି.): ମୁମ୍ବାଇରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାବେଳେ ସୈନ୍ୟବାହିନୀକୁ ଡକାଯାଇଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହାକୁ...

କରୋନା ଭୂତାଣୁ ଚଟାଣରେ ବହୁ ଦିନ ରୁହେ ସକ୍ରିୟ: ଡିସ୍‌ଇନଫେକଟାଣ୍ଟ୍‌ ସ୍ପ୍ରେ କରିବାର ୧୦ ମିନିଟ୍‌ ପରେ ସଫା କରିବା ଆବଶ୍ୟକ !

ନୂଆଦିଲ୍ଲୀ/ନ୍ୟୁୟର୍କ,୧୬।୪: କରୋନା ସଂକ୍ରମଣକୁ ରୋକିବା ପାଇଁ ସାନିଟାଇଜ୍‌ କରିବା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ତେବେ ଘର ଚଟାଣରେ କରୋନା ଭୂତାଣୁ...

ସନ୍ଧ୍ୟା ସୁଦ୍ଧା ବିମାନବନ୍ଦରରେ ଟେଷ୍ଟିଂ ସେଣ୍ଟର: ବିଏମ୍‌ସି କମିଶନର

ଭୁବନେଶ୍ୱର, ୨୪।୨(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି କରୋନାର ୨ୟ ଷ୍ଟ୍ରେନ୍‌। ଏଥିପାଇଁ ବିଏମ୍‌ସି ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ତେବେ ବିଏମ୍‌ସି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ନେଇ...

୧୬୩ ଆହାର କେନ୍ଦ୍ରରେ ୧୭୦୦ ଏସ୍‌ଏଚ୍‌ଜି ମହିଳା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ) :ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଆହାର କାର୍ଯ୍ୟକ୍ରମ ସଫଳତାର ଶିଖର ଛୁଇଁଛି। ରାଜ୍ୟର ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ଆହାର କେନ୍ଦ୍ରଗୁଡ଼ିକ ନୂଆ...

ଅବକାରୀ ଚଢାଉ, ୫ ଗିରଫ

ବଇଣ୍ଡା,୬।୯(ଡି.ଏନ.ଏ.): ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଠାକୁରଗଡ଼ ଓ ଆଠମଲ୍ଲିକ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢାଉ କରି ୫୨ ଲିଟର ଦେଶୀ ମହୁଲି ମଦ...

ମୌସୁମୀରେ ଲାଗିବ ୬ କୋଟି ଚାରା

ଭୁବନେଶ୍ୱର,୭।୭(ବ୍ୟୁରୋ): ଚଳିତ ମୌସୁମୀରେ ରାଜ୍ୟର ୧ ଲକ୍ଷ ୩୦ ହଜାର ହେକ୍ଟର ଅଞ୍ଚଳରେ ମୋଟ ୬ କୋଟି ୩୦ ଲକ୍ଷ ଚାରା ରୋପଣ କରାଯିବ। ଏହାମଧ୍ୟରୁ...

ଜାପାନରୁ ଉଠିଲା ଜରୁରୀ ସ୍ଥିତି

ଟୋକିଓ,୨୬ା୫: ଜାପାନରେ ଲାଗୁ ହୋଇଥିବା କରୋନା ଜନିତ ଜରୁରୀ ସ୍ଥିତିକୁ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୋମବାର ଉଠାଇ ଦେଇଛନ୍ତି। ପୂର୍ବରୁ କେତେକ ଅଞ୍ଚଳରୁ ଇମର୍ଜେନ୍ସି ଉଠିଥିବାବେଳେ...

‘ଧାନ ବିକ୍ରି ଉପରେ ନଜର ରଖ’

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ରାଜ୍ୟର ସୀମାବର୍ତ୍ତୀ ଜିଲାଗୁଡ଼ିକରେ ଖରିଫ ଧାନ ସଂଗ୍ରହ ନଭେମ୍ବର ଦ୍ବିତୀୟ ସପ୍ତାହରୁ ଆରମ୍ଭ ହୋଇଛି। ଅସାଧୁ ବ୍ୟବସାୟୀଙ୍କ ମାଧ୍ୟମରେ ଚାଷୀ ପଡ଼ୋଶୀ ଛତିଶଗଡ଼ରୁ...

Advertisement


Archives

Model This Week