ଓଡ଼ିଶାରୁ ସର୍ବାଧିକ କୋଇଲା ସେସ୍‌ ସଂଗୃହୀତ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଖଣି ଥିବା ରାଜ୍ୟରୁ ସ୍ବତନ୍ତ୍ର ଟିକସ ଆଦାୟ ହୋଇଥାଏ। ଏହି ଟିକସ ଦେଶର ଅର୍ଥନୀତିକୁ ସମୃଦ୍ଧ କରିଥାଏ। ହେଲେ ଖଣି ଥିବା ରାଜ୍ୟର ସେପରି ଉନ୍ନତି ହେଉଥିବା ମନେ ହେଉ ନାହିଁ। ଓଡ଼ିଶାରୁ ପ୍ରତିବର୍ଷ ବହୁ ପରିମାଣରେ କୋଇଲା ସେସ୍‌ ଆଦାୟ କରାଯାଉଥିଲେ ସୁଦ୍ଧା କୋଇଲା ରୟାଲଟି ସଂଶୋଧନ ନେଇ ରାଜ୍ୟ କରୁଥିବା ଦାବି ପୂରଣ ହେଉନାହିଁ। କେନ୍ଦ୍ର ସରକାରଙ୍କ ନିକଟରେ ଏହା ବିଚାରାଧୀନ ରହିଛି। ଶେଷଥର ପାଇଁ ୨୦୧୪ ସେପ୍ଟେମ୍ବରରେ କୋଇଲା ରୟାଲ୍‌ଟି ସଂଶୋଧନ ହୋଇଥିଲା। ରାଜ୍ୟ ବର୍ତ୍ତମାନ ରୟାଲ୍‌ଟି ବାବଦ ଅର୍ଥ ୧୫ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି ପାଇଁ ଦାବି କରୁଛି। ଗତ ଡିସେମ୍‌ୂର ୨ ତାରିଖରେ ରାଜ୍ୟ ସଭା ସଦସ୍ୟ ସସ୍ମିତ୍‌ ପାତ୍ରଙ୍କ ଅଣତାରକା ପ୍ରଶ୍ନ ନଂ.୧୫୫୬ରେ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଉତ୍ତର ରଖି ରୟାଲ୍‌ଟି ସଂଶୋଧନ ସମ୍ପର୍କିତ ପ୍ରସ୍ତାବକୁ ବିଚାର କରିବା ପାଇଁ ୨୦୧୮ରେ ଏକ ଷ୍ଟଡି କମିଟି ଗଠନ କରାଯାଇଛି ବୋଲି କହିଥିଲେ।
୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟରୁ ୧୩୩୪.୫୯ କୋଟି ଟଙ୍କାର କୋଇଲା ସେସ୍‌ ସଂଗୃହୀତ ହୋଇଛି। ସେହିଭଳି ୨୦୧୬-୧୭ରେ ୫୭୨୦.୩୪ କୋଟି, ୨୦୧୫-୧୬ରେ ୨୬୦୧.୦୧ କୋଟି, ୨୦୧୪-୧୫ରେ ୧୧୭୯.୧୪ କୋଟି ଏବଂ ୨୦୧୩-୧୪ରେ ୫୭୮.୧୫ କୋଟି ଟଙ୍କାର ସେସ୍‌ ସଂଗ୍ରହ ହୋଇଛି। ୨୦୧୩-୧୪ରୁ ୨୦୧୬-୧୭ ପର୍ଯ୍ୟନ୍ତ ଓଡ଼ିଶାରୁ କୋଇଲା ସେସ୍‌ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ ପରିମାଣରେ ସଂଗୃହୀତ ହୋଇଥିଲା। ହେଲେ ୨୦୧୭-୧୮ରେ ଆମ ରାଜ୍ୟଠାରୁ ପଡ଼ୋଶୀ ଛତିଶଗଡ଼ ଏବଂ ଝାଡ଼ଖଣ୍ଡରୁ ଅଧିକ ସେସ୍‌ ଆଦାୟ ହୋଇଛି। ଏହିବର୍ଷ ଛତିଶଗଡ଼ ଏବଂ ଝାଡ଼ଖଣ୍ଡରୁ ଯଥାକ୍ରମେ ୨୩୨୮.୦୯ ଏବଂ ୧୫୦୬.୭ କୋଟି ଟଙ୍କାର ସେସ୍‌ ଆଦାୟ ହୋଇଥିବା ଜଣାପଡିଛି।
ସେହିପରି ୨୦୧୩ରୁ ୨୦୧୮ ମଧ୍ୟରେ ଓଡ଼ିଶାରୁ ୧୧,୪୧୩.୮୮ କୋଟି ଟଙ୍କାର ସେସ୍‌ ସଂଗ୍ରହ କରାଯାଇଛି। ଏହା ସମସ୍ତ ରାଜ୍ୟ ତୁଳନାରେ ସର୍ବାଧିକ ବୋଲି ଜଣାପଡ଼ିଛି। ଏହି ସମୟ ମଧ୍ୟରେ ଛତିଶଗଡ଼ରୁ ୧୧,୧୨୪.୭୨ କୋଟି, ଝାଡ଼ଖଣ୍ଡରୁ ୯୪୬୦.୬୯ କୋଟି, ମଧ୍ୟପ୍ରଦେଶରୁ ୪୯୪୯.୫୫ କୋଟି, ମହାରାଷ୍ଟ୍ରରୁ ୩୦୯୯.୦୮ କୋଟି ଏବଂ ପଶ୍ଚିମବଙ୍ଗରୁ ୨୧୨୨.୫୨ କୋଟି ଟଙ୍କାର ସେସ୍‌ ସଂଗୃହୀତ ହୋଇଛି। ଓଡ଼ିଶା ସମେତ ସାରା ଦେଶରୁ ସଂଗୃହୀତ ହୋଇଥିବା ସେସ୍‌କୁ ଅର୍ଥନୈତିକ ବ୍ୟାପାର (ବଜେଟ ଡିଭିଜନ୍‌) ଦ୍ୱାରା ବିଭିନ୍ନ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି। ୨୦୧୫-୧୬ ଆର୍ଥିକ ବର୍ଷରେ ସେସ୍‌ରୁ ସଂଗୃହୀତ ଅର୍ଥରୁ ନୂତନ ଏବଂ ନବୀକରଣଯୋଗ୍ୟ ମନ୍ତ୍ରଣାଳୟକୁ ୩୯୮୯.୮୬ କୋଟି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ୨୪୪.୯୪ କୋଟି ଏବଂ ଜଳସମ୍ପଦ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରଣାଳୟକୁ ୧୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ୨୦୧୬-୧୭ରେ ଉପରୋକ୍ତ ୩ ମନ୍ତ୍ରଣାଳୟକୁ ଯଥାକ୍ରମେ ୩୮୩୬.୦୧ କୋଟି, ୯୫୫.୭୪ କୋଟି ଏବଂ ୧୬୭୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଅନୁରୂପ ଭାବେ ୨୦୧୭-୧୮ରେ ଉପରୋକ୍ତ ୩ ମନ୍ତ୍ରଣାଳୟକୁ ୩୬୮୭.୮୪ କୋଟି, ୧୦୮୫.୪୫ କୋଟି ଏବଂ ୭୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ଆସିବ ଏସ୍‌ଓପି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୧।୭: ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା…

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ବୁଦାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ : ହତ୍ୟା ସନ୍ଦେହ

ବିନିକା,୧୦।୭: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଁଲାସାରି ଗାଁ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

ମ୍ୟାଚ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାଇଲେ ଇଂଲଣ୍ଡ ଖେଳାଳି, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ, ୧୧।୭: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ହରାଇ ସାରିଛି, କିନ୍ତୁ ଆଜି ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ…

TMCକୁ ଆଉ ଏକ ଝଟକା! ମମତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ଅନୁବ୍ରତ ମଣ୍ଡଳ

କୋଲକାତା,୧୧।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚିତ ଅନୁବ୍ରତ ମଣ୍ଡଳ ଏବେ ତାଙ୍କଠାରୁ ଅଲଗା ହୋଇ ରୀତାବ୍ରତ ବାନାର୍ଜୀଙ୍କ ଶିବିରରେ ଯୋଗ ଦେଇପାରନ୍ତି।…

ମୋଦି ରହୁଥିବା ହୋଟେଲରେ ପଶିଲେ ବିକ୍ଷୋଭକାରୀ, ଆଉ ତା’ପରେ…

ମେଲ୍‌ବୋର୍ନ,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ବୁଧବାର ସେଠାରେ ପହଞ୍ଚତ୍ବାର କିଛି ସମୟ ପରେ ମେଲ୍‌ବୋର୍ନର ଏକ ହୋଟେଲରେ ଜଣେ ଅତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri