ଓଡ଼ିଆ ସଂସ୍କୃତି, ପରମ୍ପରା ସମ୍ପର୍କରେ ଜାଣିଲେ ୭ ଦେଶର ପ୍ରତିନିଧି

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ଭାରତୀୟ କଳା, ସଂସ୍କୃତି, ପରମ୍ପରା ଓ ପାରିବାରିକ ମୂଲ୍ୟବୋଧ ସମ୍ପର୍କରେ ଅବଗତ ହେବାକୁ ୭ ରାଷ୍ଟ୍ରରୁ ଭାରତ ଆସିଥିବା ୩୨ଜଣିଆ ମହିଳା ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେମାନେ ସୋଆ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷାବିତ୍‌ ଏବଂ ଗୃହିଣୀମାନଙ୍କ ସହ ଭାବର ଆଦାନପ୍ରଦାନ କରିଥିଲେ। ‘ବସୁଧୈବ କୁଟୁମ୍ବକମ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ଏହି ଭ୍ରମଣ କରୁଥିବାବେଳେ ଭୁବନେଶ୍ୱରଠାରେ ସେମାନେ ବିଭିନ୍ନ ପରିବାର ସହ ସମୟ ଅତିବାହିତ କରି ଓଡ଼ିଆ ସଂସ୍କୃତି ଓ ପାରିବାରିକ ମୂଲ୍ୟବୋଧ ସମ୍ପର୍କରେ ଜାଣିବାକୁ ପାଇଥିଲେ। ନୂଆଦିଲ୍ଲୀ ଓ ଜୟପୁର ପରେ ଭୁବନେଶ୍ୱର ଏବଂ ପରେ ସେମାନେ ବାଙ୍ଗାଲୋର ଓ ପୁଣେ ଯାଇ ସେଠାରୁ ନିଜ ନିଜ ଦେଶକୁ ଫେରିଯିବେ। ଫାଉଣ୍ଡେଶନ ଫର୍‌ ହୋଲିଷ୍ଟିକ୍‌ ଡେଭଲପମେଣ୍ଟ ଇନ୍‌ ଏକାଡେମିକ୍‌ ଫିଲ୍ଡ(ଏଫ୍‌ଏଚ୍‌ଡିଏଏଫ୍‌) ସହ ଇନ୍ଦିରାଗାନ୍ଧୀ ନ୍ୟାଶନାଲ ସେଣ୍ଟର ଫର୍‌ ଆର୍ଟସ, ଭାରତୀୟ ଶିକ୍ଷାମଣ୍ଡଳ ଏବଂ ବିଶ୍ୱଗ୍ରାମର ମିଳିତ ଆୟୋଜନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏଫ୍‌ଏଚ୍‌ଡିଏଏଫ୍‌ ଅଧ୍ୟକ୍ଷା ମାଧୁରୀ ସହସ୍ରବୁଦ୍ଧେ କାର୍ଯ୍ୟକ୍ରମରେ ଯୋଗଦେଇ ମା’ ମାନେ ଚାହିଁଲେ ସମାଜକୁ ପରିବର୍ତ୍ତନ କରିପାରିବେ ବୋଲି କହିଥିଲେ। ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ, ସୋଆ ଆଡ୍‌ଭାଇଜରି ବୋର୍ଡ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ସୋଆ ମେଡିକାଲ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ଅଶୋକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇଥିଲେ ଜନୁ: ତୁଠରେ ଖସିଗଲା ଗୋଡ଼, ଆଉ ତା’ପରେ…

ନନ୍ଦପୁର/ଲମତାପୁଟ, ୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି। ନିଜ ଘର ପାର୍ଶ୍ୱ ବିଭାଯୋଡି…

ଶୌଚ ହେବାକୁ ଯାଇ ପୋଖରୀରେ ବୁଡିଗଲେ ମହିଳା, ତାପରେ….

ନନ୍ଦପୁର/ଲମତାପୁଟ,୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି । ନିଜ ଘର ପାର୍ଶ୍ୱ ବିଭାଯୋଡି…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

ରୋଜଗାର ଦେଇଛି ମୂର୍ତ୍ତି କାରିଗରୀ: ୯ ଜଣଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି ତିରନ

କର୍ଲାମୁଣ୍ଡା,୧୪।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରୁ ୧ କିଲୋମିଟର ଦୂରରେ ରହିଛି କର୍ଲାମୁଣ୍ଡା (ବସ୍ତି)। ଏହି ଗାଁରେ ରୁହନ୍ତି ଶିଳ୍ପୀ ଟିରନ…

ଜଳକା ନଦୀରେ ବନ୍ୟା, ବସ୍ତା ଇଲେକ୍ଟ୍ରି ଅଫିସରେ ପଶିଲା ପାଣି

ବସ୍ତା,୧୪।୮(ହରିଶଙ୍କର ପାଢ଼ୀ): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବାଲେଶ୍ବର ବସ୍ତାରେ ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ଜନଜୀବନ…

ବର୍ଷ ପରେ ବୁଧ-ମଙ୍ଗଳ ଗଠନ କରିବେ ଦଶାଙ୍କ ଯୋଗ: ମେଷ-କନ୍ୟା ସମେତ ଏହି ୫ ରାଶିଙ୍କ ସହ ଘଟିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୪ ଅଗଷ୍ଟ ୨୦୨୬ ଦିନ ଦ୍ୱିପ୍ରହର ୧୨ଟା ୩୭ ମିନିଟରେ ବୁଧ ଓ ମଙ୍ଗଳ ଗ୍ରହ ବର୍ଷ ପରେ ଦଶାଙ୍କ ଯୋଗ ଗଠନ…

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।…

ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ଜଣଙ୍କୁ ମିଳିବ..

ଭୁବନେଶ୍ୱର,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବିଶିଷ୍ଟ ସେବା ପୁରସ୍କାର ୨୦୨୬ ଘୋଷଣା କରାଯାଇଛି। ଚଳିତ ବର୍ଷ ଓଡ଼ିଶାର ୧୭ ଜଣଙ୍କୁ ମିଳିବ ଏହି ପୁରସ୍କାର। ୫ ଜଣଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri