ଓଡ଼ିଆ ଫିଲ୍ମର ହିନ୍ଦୀ, ଇଂଲିଶ ନାମକରଣ : ବିବାଦ ଉଠୁଥିଲେ ବି ମିଳୁଛି ସ୍ବୀକୃତି

ଭୁବନେଶ୍ୱର,୯ା୯ : ଓଡ଼ିଆ ଫିଲ୍ମର ନାମ ଓ ଗୀତରେ ହିନ୍ଦୀ, ଇଂଲିଶ ବ୍ୟବହାରକୁ ନେଇ ବିବାଦ ନୂଆ କଥା ନୁହେଁ। ବିଗତ କିଛିବର୍ଷ ମଧ୍ୟରେ ନକଲ ଚଳଚ୍ଚିତ୍ର ତଥା ତେଲୁଗୁ, ତାମିଲରୁ ଡବିଂ ଯୋଗୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବଦନାମର ବୋଝ ମୁଣ୍ଡାଉଥିବାବେଳେ ଓଡ଼ିଆ ଦର୍ଶକଙ୍କ ସଂଖ୍ୟା ମଧ୍ୟ ହ୍ରାସହେଲାଣି। ମୌଳିକଧର୍ମୀ କାହାଣୀଠାରୁ ଦୂରେଇ ଯିବାରୁ ଗତ ଦୁଇ ଦଶନ୍ଧି ହେଲା ଓଡ଼ିଆ ଫିଲ୍ମକୁ ନେଇ ବାଦବିବାଦ ଲାଗିରହିଛି। ସ୍ବଳ୍ପ ବଜେଟ୍‌, ପେସାଦାର ପ୍ରଯୋଜକଙ୍କ ଅଭାବ, ରାଜ୍ୟରେ ସିନେମା ହଲ୍‌ ଏବଂ ଷ୍ଟୁଡିଓର ଅଭାବ ନିର୍ମାତାଙ୍କୁ ନକଲ ଫିଲ୍ମ କରିବାକୁ ବାଧ୍ୟ କରୁଥିବା ଇଣ୍ଡଷ୍ଟ୍ରୀ ସଫେଇ ଦେଉଛି। କିନ୍ତୁ ଓଡ଼ିଆ ଫିଲ୍ମର ଟାଇଟଲ୍‌ ଲୋକଙ୍କୁ ଆକୃଷ୍ଟ କରିପାରୁନି। ଓଡ଼ିଆରେ ଟାଇଟଲ ଦେବା ପରିବର୍ତ୍ତେ ନିର୍ମାତାମାନେ ଫିଲ୍ମର ନାମ ହିନ୍ଦୀ ଓ ଇଂଲିଶରେ ରଖୁଥିବାରୁ ଅଧିକାଂଶ ସମୟରେ ଏହାକୁ ନେଇ ବିରୋଧ ଦେଖାଦେଉଛି। କେବଳ ଫିଲ୍ମର ଟାଇଟଲ୍‌ ନୁହେଁ, ଗୀତଗୁଡ଼ିକରେ ମଧ୍ୟ ଓଡ଼ିଆ ଶବ୍ଦଠାରୁ ଅଧିକ ହିନ୍ଦୀ, ଉର୍ଦ୍ଦୁ ଓ ଇଂଲିଶ ଶବ୍ଦର ବ୍ୟବହାର ହେଉଛି।
‘ବର୍ଷା ମାଇଁ ଡାର୍ଲିଂ’, ‘ଲଭ୍‌ ଡଟ୍‌ କମ୍‌’, ‘ସେଲ୍‌ଫିସ୍‌ ଦିଲ୍‌’, ‘ଓ ମାଇଁ ଲଭ୍‌’, ‘ଆଇ ଲଭ୍‌ ୟୁ’, ‘ବାବୁ ଆଇ ଲଭ୍‌ ୟୁ’, ‘ନନ୍ଦିନୀ ଆଇ ଲଭ୍‌ ୟୁ’, ‘ରୋମିଓ ଦି ଲଭର୍‌ ବୟ’, ‘ମୋଷ୍ଟ ଓ୍ବାଣ୍ଟେଡ୍‌’, ‘କ୍ରିମିନାଲ’, ‘ମୁଁ ଆଶିକ୍‌ ମୁଁ ଆଓ୍ବାରା’, ‘ସମ୍‌ଥିଙ୍ଗ୍‌ ସମ୍‌ଥିଙ୍ଗ୍‌’, ‘ମୁନ୍ନା ଏ ଲଭ୍‌ ଷ୍ଟୋରି’, ‘ଡ୍ରିମ୍‌ ଗାର୍ଲ’, ‘ମୋ ଦିଲ୍‌ ତୋ ଦିଓ୍ବାନା’, ‘ସ୍ମାଇଲ୍‌ ପ୍ଲିଜ୍‌’, ‘ଦିଓ୍ବାନା ଦିଓ୍ବାନୀ’, ‘ଟାର୍ଗେଟ୍‌’, ‘ଇଡିଅଟ୍‌’, ‘ରାଜୁ ଆଓ୍ବାରା’, ‘ଇସ୍କ ତୁ ହି ତୁ’, ‘ଲୋଫର୍‌’, ‘ମୋଷ୍ଟ୍‌ ଓ୍ବାଣ୍ଟେଡ୍‌’, ‘ଫୋର୍‌ ଇଡିୟଟ୍‌ସ’ ଭଳି ଇଂଲିଶ ଓ ହିନ୍ଦୀ ଟାଇଟଲ୍‌ ଥିବା ଏକାଧିକ ଓଡ଼ିଆ ଫିଲ୍ମ ପ୍ରତିବର୍ଷ ମୁକ୍ତିଲାଭ କରୁଛି। ୮୦ଦଶକ ପର୍ଯ୍ୟନ୍ତ ଓଡ଼ିଆ ସିନେମା ନିର୍ମାଣର ଧାରା ମନ୍ଥର ଗତିରେ ଚାଲିଥିବାବେଳେ ଏବେ ବର୍ଷକୁ ପାଖାପାଖି ୪୦ଟି ଫିଲ୍ମ ନିର୍ମାଣ ହେଉଛି। ଗତ ୫ବର୍ଷ ହେଲା ଲଗାତର ବାର୍ଷିକ ୨୫ରୁ ଅଧିକ ସିନେମା ରିଲିଜ୍‌ ହେଉଛି। ସେଥିମଧ୍ୟରୁ ୫୦%ରୁ ଊର୍ଦ୍ଧ୍ୱ ଫିଲ୍ମର ଟାଇଟଲ୍‌ ହିନ୍ଦୀ କିମ୍ବା ଇଂଲିଶରେ ଥିବା ଦେଖିବାକୁ ମିଳୁଛି। ପ୍ରତିବାଦର ସ୍ବର ଉଠୁଥିଲେ ମଧ୍ୟ ନାମକୁ ସ୍ବୀକୃତ ଦେଉଥିବା ଓଡ଼ିଆ ଫିଲ୍ମ ସିଣ୍ଡିକେଟ୍‌ କିନ୍ତୁ ଏହାକୁ କର୍ଣ୍ଣପାତ କରୁନି। ଲଗାତର ହିନ୍ଦୀ ଓ ଇଂଲିଶ ନାମ ଥିବା ଫିଲ୍ମକୁ ସ୍ବୀକୃତି ଦିଆଯାଉଛି। ଗୋଟିଏପଟେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରତି କ୍ଷେତ୍ରରେ ଓଡ଼ିଆ ଭାଷାର ବ୍ୟବହାର କରାଯିବ ବୋଲି କହୁଥିବାବେଳେ ସମସ୍ତ ସରକାରୀ ନଥିପତ୍ର ୧୦୦ ପ୍ରତିଶତ ଓଡ଼ିଆରେ କରିବାକୁ ନିଷ୍ପତ୍ତି ନେଇଛି। ସମ୍ପୃକ୍ତ ବିଭାଗ ପ୍ରତିବର୍ଷ ଓଡ଼ିଆ ଫିଲ୍ମର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛି। ହେଲେ ଇଂଲିଶ, ହିନ୍ଦୀ ଟାଇଟଲ୍‌ ଥିବା ଫିଲ୍ମକୁ କିଭଳି ପୁରସ୍କାର ପାଇଁ ଚୟନ କରାଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁରସ୍କାର ପାଇଁ ଆବେଦନ ଲାଗି ବାହାରୁଥିବା ବିଜ୍ଞାପନରେ ମୌଳିକଧର୍ମୀ ଓଡ଼ିଆ ଚଳଚ୍ଚିତ୍ରକୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳୁଛି।
ଚଳଚ୍ଚିତ୍ର ସମୀକ୍ଷକ ଦିଲ୍ଲୀପ ହାଲି ଏନେଇ କହିଛନ୍ତି, ବର୍ତ୍ତମାନର ଓଡ଼ିଆ ଫିଲ୍ମର ନାମକରଣକୁ ସମ୍ପୂର୍ଣ୍ଣ ବିକୃତ କରାଯାଉଛି। ୮୨ବର୍ଷର ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏଭଳି ଘଟି ନ ଥିବାବେଳେ ଗତ କିଛିବର୍ଷ ହେଲା ଏହି ବିକୃତ ନାମକରଣ ଏକ ଅସୁସ୍ଥ ଲକ୍ଷଣର ପରିଚୟ ଦେଉଛି। ଯଦି ଏଭଳି ଜାରି ରୁହେ ତାହାହେଲେ ଆଗକୁ ଆଉ ଗୋଟିଏ ହେଲେ ବି ଓଡ଼ିଆ ଫିଲ୍ମର ନାମ ଓଡ଼ିଆରେ ନ ଥିବ ବୋଲି ସେ କହିଛନ୍ତି।

ଓଡ଼ିଆ ଗୀତରେ ଓଡ଼ିଆ କମ୍‌, ଉର୍ଦ୍ଦୁ ଅଧିକ
କେବଳ ଫିଲ୍ମ ନୁହେଁ, ଓଡ଼ିଆ ଗୀତଗୁଡ଼ିକରେ ଆଜିକାଲି ଓଡ଼ିଆ ଶବ୍ଦ କମ୍‌, ହିନ୍ଦୀ ଓ ଉର୍ଦ୍ଦୁ ଶବ୍ଦର ଅଧିକ ବ୍ୟବହାର ହେଉଛି। ମୌଲା, ଜାନମ୍‌, ମାହିଆ, ଜାନିୟା, ଇସ୍କ, ସନମ୍‌, ଦିଲ୍‌, ଆଓ୍ବାରା, ଦିଓ୍ବାନା, ନୈନା, ପାୟଲ, ବିନ୍ଦିୟା, ଦିଲ୍‌ବର୍‌ ଭଳି ହିନ୍ଦୀ ଓ ଉର୍ଦ୍ଦୁ ଶବ୍ଦ ପ୍ରାୟ ସବୁ ଓଡ଼ିଆ ଗୀତରେ ଶୁଣିବାକୁ ମିଳୁଛି। ଗୀତିକାରମାନେ ତାଳ ମିଶାଇବାକୁୁ ନିଜ ମନଇଚ୍ଛା ଶବ୍ଦ ବ୍ୟବହାର କରୁଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ସମୟରେ ନିନ୍ଦା ହେଉଥିଲେ ମଧ୍ୟ କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନି। ସେହିଭଳି ଆଲ୍‌ବମ୍‌ ଏବଂ ଆଇଟମ୍‌ ଗୀତଗୁଡ଼ିକରେ ଦ୍ୱିଅର୍ଥବୋଧକ ଗୀତ ଆଜିକାଲି ସାଧାରଣ କଥାରେ ପରିଣତ ହୋଇଛି। ଗୀତର ଅଶ୍ଳୀଳତାକୁ ରୋକିବା ଲାଗି କେବଳ ଗୀତ ପାଇଁ ଏକ ସ୍ବତନ୍ତ୍ର ସେନସର୍‌ ବୋର୍ଡ ପ୍ରତିଷ୍ଠା କରିବାକୁ ବିଭିନ୍ନ ସମୟରେ ଦାବି ହେଉଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ହୋଇପାରିନି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri