ଓଡ଼ିଆ ପୁଅ ୟଶ୍‌ଙ୍କୁ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର’

ଭୁବନେଶ୍ୱର, ୨୩ା୧(ବ୍ୟୁରୋ): ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ୟଶ୍‌ ମିଶ୍ର। ଭୁବନେଶ୍ବର ବାସିନ୍ଦା ୟଶ୍‌ଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର’ ପ୍ରଦାନ କରିଛନ୍ତି। ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ୟଶ୍‌ଙ୍କ ସମେତ ଅନ୍ୟ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଅଧ୍ୟୟନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୟଶ୍‌ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଥିଲେ। ତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ସହ ମେଡାଲ, ଟାବଲେଟ୍‌, ପ୍ରମାଣପତ୍ର ଏବଂ ଏକ ପ୍ରଶଂସାପତ୍ର ମିଳିଛି। ଡିଏଭି ଚନ୍ଦ୍ରଶେଖରପୁରରେ ପଢ଼ା ସାରି ୟଶ୍‌ ଏବେ ରାଜସ୍ଥାନ କୋଟାର ସାର୍‌ ପଦମ୍‌ପାଟ୍‌ ସିଙ୍ଘାଣିଆ ସ୍କୁଲରେ ପଢ଼ୁଛନ୍ତି। ସେ ପୂର୍ବରୁ ସିଙ୍ଗାପୁର ଏସିଆନ୍‌ ମ୍ୟାଥେମେଟିକ୍ସ ଅଲିମ୍ପିଆଡ୍‌ରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ବିଭିନ୍ନ ପ୍ରତିଯୋଗିତାରେ ୪୦୦ ପୁରସ୍କାର ପ୍ରାପ୍ତ କରିଥିବାବେଳେ ୨୦୦ ପଦକ ହାସଲକରି ସାରିଛନ୍ତି। ଉଲ୍ଲେଖଯୋଗ୍ୟ, ବୁଧବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ୪୯ଜଣଙ୍କୁ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର’ ଗ୍ରହଣ ଅବସରରେ ରାଷ୍ଟ୍ରପତିଙ୍କ ସହ ୟଶ୍‌। ପ୍ରଦାନ କରାଯାଇଛି। ସମାଜସେବା, କଳା, ସଂସ୍କୃତି ଓ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷ ଓ ଉଲ୍ଲେଖନୀୟ କୃତିତ୍ୱ ପାଇଁ ଛାତ୍ରୀଛାତ୍ରଙ୍କୁ ଏହି ସମ୍ମାନ ଦିଆଯାଇଥାଏ। ୟଶ୍‌ଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ ଯୋଗେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋଳଙ୍ଗ-ପାଉଁଶିଆ ରାସ୍ତା ବାହ୍ୟଜଗତରୁ ବିଚ୍ଛିନ୍ନ

ବାଲେଶ୍ୱର ଅଫିସ,୧୨ା୮: ଲଘୁଚାପ ଜନିତ ଲଗାଣ ବର୍ଷା ୭ ଦିନ ଧରି ହେବା ଫଳରେ ବାଲେଶ୍ୱର ଜିଲାର ବାଲିଆପାଳ ବ୍ଲକ ଅନ୍ତର୍ଗତ ବୋଳଙ୍ଗ ପଞ୍ଚାୟତରୁ ପାଉଁଶିଆ...

ଦୁଇ ଗାଁକୁ ଯୋଡ଼ିଛି କାଠପୋଲ

ଫୁଲବାଣୀ ଅଫିସ, ୨୫ା୧ – କନ୍ଧମାଳ ଜିଲା କୋଟଗଡ ବ୍ଲକ ପାରିଗଡ ପଞ୍ଚାୟତର ଦୁଇ ଗ୍ରାମ ହଦଗାଁ ଓ ପିଲିମାହା ଦୁର୍ଗମ ଅଞ୍ଚଳ ଭାବେ ପରିିଚିତ।...

ସାମାଜିକ କାର୍ଯ୍ୟକ୍ରମରେ ୩ଶହ ଲୋକଙ୍କୁ ଅନୁମତି ମିଳୁ

ଭୁବନେଶ୍ୱର,୧୦।୮(ବ୍ୟୁରୋ): ବିବାହ, ବ୍ରତ, ଶୁଦ୍ଧିଘର ଆଦି ସାମାଜିକ କାର୍ଯ୍ୟକ୍ରମରେ ୨୫ ବଦଳରେ ୩ଶହ ଲୋକଙ୍କୁ ଅନୁମତି ଦାବି କରି ଅଲ୍‌ ଓଡ଼ିଶା ଟେଣ୍ଟ, କ୍ୟାଟରର, ଫ୍ଲାଓ୍ବାର, ଲାଇଟ୍‌ସ...

‘ପଦ୍ମପୁରରେ କଂଗ୍ରେସର ବିଜୟ’

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ଆପାତତଃ ପ୍ରାର୍ଥୀ ଚୟନ କରିସାରିଛି । ସତ୍ୟଭୂଷଣ ସାହୁ କଂଗ୍ରେସ ପ୍ରାର୍ଥୀ ହେବା ଫାଇନାଲ। ଖୁବଶୀଘ୍ର ବିଧିବଦ୍ଧ ଭାବେ...

କେନ୍ଦ୍ରରେ ପହଞ୍ଚିନି ବିଧାନ ପରିଷଦ ସଂକଳ୍ପ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଓଡ଼ିଶାରେ ବିଧାନ ପରିଷଦ ଗଠନ ସମ୍ପର୍କିତ କୌଣସି ସଂକଳ୍ପ କେନ୍ଦ୍ର ସରକାରଙ୍କ ହସ୍ତଗତ ହୋଇନାହିଁ। ଏଭଳି କିଛି ସଂକଳ୍ପ କେନ୍ଦ୍ର ପାଖରେ ପହଞ୍ଚି ନାହିଁ...

ମୋବିଲ ରିଫାଇନାରି କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ

ଧର୍ମଶାଳା,୨୨ା୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ହରିଦାସପୁରର ରାମ୍‌କୋ ସିମେଣ୍ଟ୍‌ କାରଖାନା ନିକଟ ରେଳ ଲାଇନ ପାର୍ଶ୍ୱରେ ଥିବା ତାପସ ମହାନ୍ତିଙ୍କ ଗଜାନନ ପେଟ୍ରୋ...

୮ ଜିଲାରେ ଅକ୍ସିଜେନ୍‌ ପ୍ଲାଣ୍ଟ ଶିଳାନ୍ୟାସ

ଭୁବନେଶ୍ୱର, ୧୯।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ଜରିଆରେ ରାଜ୍ୟର ୮ ଜିଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନ କରିବା ସହ ତରଳ...

ମହାପ୍ରଭୁଙ୍କ ଦର୍ଶନ କଲେ ଅନନ୍ତ ଅମ୍ବାନୀ

ପୁରୀ ଅଫିସ,୨୪।୧: ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ପ୍ରତିଷ୍ଠିତ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ। ମଙ୍ଗଳବାର ଅପରାହ୍ନରେ ସେ ଭୁବନେଶ୍ୱରରେ...

Advertisement
Archives

Model This Week