ଓଡ଼ିଆରେ ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ, ଧର୍ମେନ୍ଦ୍ର ମଧ୍ୟ ଅଭିନନ୍ଦନ ଜଣାଇଲେ

ଭୁବନେଶ୍ୱର,୪-୯(ବ୍ୟୁରୋ):ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଓଡିଆରେ ଟୁଇଟ୍‌ କରି ନୂଆଁଖାଇ ଜୁହାର ଜଣାଇଛନ୍ତି। ଏହି ଅବସରରେ ସମାଜର ସବୁବର୍ଗ ସହିତ ଚାଷୀଭାଇଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ସେ ପ୍ରାର୍ଥନା କରିଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଶାନ୍ତି, ମୈତ୍ରୀ ଓ ଆନନ୍ଦର ପର୍ବ ନୂଅଁାଖାଇ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟର କୃଷକ ଭଉଣୀ,ଭାଇଙ୍କ ସମୃଦ୍ଧି କାମନା କରିଛନ୍ତି। ଏହାସହ ସମଲେଇଙ୍କ ଆଶୀର୍ବାଦରୁ ଆମ ରାଜ୍ୟ ଓଡିଶା ଆହୁରି ପ୍ରଗତିଶୀଳ ହେବା ସହିତ ସମସ୍ତଙ୍କୁ ଆଉଥରେ ସେ ନୂଅଁାଖାଇ ଜୁହାର ଜଣାଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନୂଆଁଖାଇ ହେଉଛି ଚାଷ ଆଧାରିତ ଏକ ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ ମହାନ୍‌ ଲୋକପର୍ବ। ନୂଆ ଧାନକୁ ପୂଜା କରି ପରିବାର ସହ ମିଶି ଖାଇବାର ମହାନ୍‌ ପରମ୍ପରାର ପ୍ରତୀକ ହେଉଛି ଏହି ପର୍ବ। ପରିବାର ଓ ସମାଜର ସମସ୍ତଙ୍କୁ ଜୁହାର କରିବାର ଅବସର ହେଉଛି ନୂଆଁଖାଇ। ଆଜି ପରିବାର ଓ ସମାଜ ସହ ମିଳିମିଶି ରହିବାର ଧାରା ଦୁର୍ବଳ ହେବାରେ ଲାଗିଛି, ସେଥିଲାଗି ନୂଆଁଖାଇ ପର୍ବର ଆବଶ୍ୟକତା ବଢି ଯାଇଛି। ନୂଆଁଖାଇ ପରିବାର ଓ ସମାଜ ଭିତରେ ମିଳିମିଶି ରହିବା ଓ ଶାନ୍ତି, ସହଯୋଗ ଏବଂ ଭାଇଚାରାକୁ ମଜଭୁତ୍‌ କରିବାର ସନ୍ଦେଶ ଦେଉଛି। ଚାଷର ଉନ୍ନତି, ମା’ ମାଟିର ସୁରକ୍ଷା, ଘର ଦ୍ୱାରକୁ ସଫାସୁତୁରା ରଖିବା ଓ ପରିବାରର ସମସ୍ତଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦିଆଯାଉଥିବାରୁ ନୂଅଁାଖାଇ ପର୍ବ ସ୍ବତନ୍ତ୍ର ବୋଲି ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଷ୍ଟେଶନରେ ‘ରେଲ ନିର’ ବାଧ୍ୟତାମୂଳକ: ଭୁବନେଶ୍ୱରରେ ହେବ ପ୍ଲାଣ୍ଟ, ୨୦୨୦ ସୁଦ୍ଧା ଖୋଲିବ ଆହୁରି ୬ ପ୍ଲାଣ୍ଟ

ଭୁବନେଶ୍ୱର,୧ା୯(ବ୍ୟୁରୋ): ଭାରତୀୟ ରେଳପଥର ନିଜସ୍ବ ବୋତଲ ପିଇବା ପାଣି ‘ରେଲ ନିର’ ସମସ୍ତ ରେଳ ଷ୍ଟେଶନରେ ବାଧ୍ୟତାମୂଳକ କରାଯାଇଛି। ଟ୍ରେନରେ ଓ ଷ୍ଟେଶନରେ ପିଇବା ପାଣିର...

‘ଉନ୍ନତ ଚିନ୍ତାଧାରା ସହ ଆଗକୁ ବଢ଼ିବାର ସମୟ ଆସିଛି’

ଭୁବନେଶ୍ୱର,୧୯।୪(ବ୍ୟୁରୋ): ବାହାରେ ତାତିକୁ ଚିନ୍ତା ଓ ଚେତନାର ଏହି ବୈଶାଖୀ ଉତ୍ସବ ସାରେ ଶାନ୍ତି ଦେଉଛି। ଆଜିକାଲି ରାସ୍ତାକଡ଼ରେ ହିଂସା ଦେଖାଯାଉଛି। ସମୟ ଆସିଛି କିଛି...

ପୃଥକ୍‌ ସଡ଼କ ଦୁର୍ଘଟଣା: ୨ ମୃତ

ଭୁବନେଶ୍ୱର, ୪।୧(ବ୍ୟୁରୋ): ରାଜଧାନୀରେ ମଙ୍ଗଳବାର ପୃଥକ୍‌ ପୃଥକ୍‌ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଦୁଇଜଣଙ୍କର ଜୀବନ ଯାଇଛି। ଗୋଟିଏ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ୍‌ ଛକରେ...

ମୁଖ୍ୟମନ୍ତ୍ରୀଙ୍କୁ ଖୋଜି ବାହାରିଲା ଭାଜପା, ପଛରେ ବିଜେଡି; ନବୀନ ନିବାସ ଆଗରେ ସ୍ବାଗତ ପାଇଁ ଅପେକ୍ଷା

ଭୁବନେଶ୍ୱର,୧୮।୩(ବ୍ୟୁରୋ): ବିଧାନସଭାରେ ଶାସକ-ବିରୋଧୀ ଦଳ ମୁହାଁମୁହିଁ ସ୍ଥିତି ଲାଗି ରହିଥିବା ବେଳେ ଗୁରୁବାର ବାହାରେ ହାଇଡ୍ରାମା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଜିବା ପାଇଁ...

ନିର୍ବାଚନ ନୁହେଁ, ସହମତିରେ ଚୟନ

କୋରାପୁଟ,୨୧ା୧(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତରେ ନିର୍ବାଚନ ହେବ ନାହିଁ। ସହମତିଭିତ୍ତିରେ ଜନପ୍ରତିନିଧି ଚୟନ ହେବେ ବୋଲି କୋରାପୁଟସ୍ଥିତ ଏକ ହୋଟେଲରେ ଗୁରୁବାର ସନ୍ଧ୍ୟାରେ...

ଶେଷରେ ଶେଷ ଅସ୍ତ୍ର

ଅନୁଗୋଳ ଅଫିସ, ୩ା୫:  କରୋନା ସଂକ୍ରମଣ ରୋକିବାକୁ ସରକାର କଟକଣା କଡ଼ାକଡ଼ି କରିଛନ୍ତି। ମାସ୍କ, ସାମାଜିକ ଦୂରତ୍ୱ ନିୟମ ପାଳନ କରୁ ନ ଥିବା ଲୋକଙ୍କ ଠାରୁ...

ଡୁବୁରୀ ଛକରେ ସ୍ଥାପନ ହେବ ଟ୍ରାଫିକ ଲାଇଟ୍‌ ସିଗନାଲ

ଯାଜପୁର ଟାଉନ,୧।୨(ଡି.ଏନ.ଏ): ସଡ଼କ ସୁରକ୍ଷା ସମ୍ପର୍କିତ ପ୍ରଥମ ପାର୍ଲାମେଣ୍ଟାରୀ କମିଟି ବୈଠକ ଜିଲାପରିଷଦ ସଭାଗୃହଠାରେ ଏମ୍‌ପି ଶର୍ମିଷ୍ଠା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦେଶରେ ସଡ଼କ...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ୨୮୮ ମଧ୍ୟରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ...

Advertisement
Archives

Model This Week