Posted inଜାତୀୟ

ଐତିହାସିକ ରାୟ ପ୍ରକାଶ: ରାମ ଜନ୍ମଭୂମି ନ୍ୟାସ ଟ୍ରଷ୍ଟକୁ ୩ ମାସ ମଧ୍ୟରେ ମନ୍ଦିର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୯।୧୧: ରାମ ଜନ୍ମଭୂମି ବାବରୀ ମସ୍‌ଜିଦ୍‌ ମାମଲାର ଐତିହାସିକ ରାୟ ଶନିବାର ପୂର୍ବାହ୍ନ ୧୦ଟା ୩୦ରେ ପ୍ରକାଶ ପାଇଛି। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି। ବିବାଦୀୟ ଜମି ରାମଲଲାଙ୍କର ବୋଲି କୋର୍ଟ ରାୟ ଦେଇଛନ୍ତି। ରାମ ଜନ୍ମଭୂମି ନ୍ୟାସ ଟ୍ରଷ୍ଟକୁ ୩ ମାସ ମଧ୍ୟରେ ମନ୍ଦିର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁନ୍ନୀ ଓ୍ବାକଫ୍‌ ବୋର୍ଡକୁ ଅଯୋଧ୍ୟାରେ ଅନ୍ୟ ସ୍ଥାନରେ ୫ ଏକର ଜମି ଦିଆଯିବା ପାଇଁ ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ପୂର୍ବରୁ ଆସ୍ଥା ଓ ବିଶ୍ୱାସ ଆଧାର ଉପରେ ଫଇସଲା ହୋଇପାରିବ ନାହିଁ ବୋଲି କୋର୍ଟ କହିଥିଲେ। ତେବେ ଆହ୍ଲାବାଦ୍‌ ହାଇକୋର୍ଟ ଜମିକୁ ତିନିଭାଗରେ ବଣ୍ଟନ କରିବା ରାୟ ଯୁକ୍ତିଯୁକ୍ତ ନ ଥିଲା। ଖାଲି ଜମି ଉପରେ ମସଜିଦ୍‌ ନିର୍ମାଣ ହୋଇ ନ ଥିବା ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ। ଏଠାରେ ୧୨ଶତାବ୍ଦୀ ମନ୍ଦିରର ଭଗ୍ନାବଶେଷ ଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ତଥ୍ୟ ମିଳିଥିବା ଅଦାଲତ ସୂଚିତ କରିଛନ୍ତି। ତେବେ ଏହାର ସମ୍ପୂର୍ଣ୍ଣ ପ୍ରମାଣ ମିଳି ନାହିଁ। ସୁପ୍ରିମ୍‌କୋର୍ଟ ନିର୍ମୋହୀ ଆଖଡ଼ା ଏବଂ ଶିହା ଓ୍ବାକଫ ବୋର୍ଡ ଆବେଦନକୁ ଖାରଜ କରି କେବଳ ରାମଲାଲଙ୍କୁ ମୁଖ୍ୟ ପକ୍ଷ ଭାବେ ଗ୍ରହଣ କରିଥିଲେ। ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ବିଚାରପତି ଏସ.ଏ. ବୋବ୍‌ଦେ, ବିଚାରପତି ଧନଞ୍ଜୟ ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ବିଚାରପତି ଏସ୍‌. ଅବଦୁଲ୍‌ ନଜିର୍‌ ୪୦ ଦିନ ଧରି ଏହି ମାମଲାର ଶୁଣାଣି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ଆଇନ-କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ ।୧: ମୋଦି ସରକାରଙ୍କନୂଆ କୃଷି ଆଇନକ ପ୍ରତ୍ୟାହାର ଦାବିରେ ପ୍ରାୟ ୪୭ ଦିନ ହେବ ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି...

ଆଇଏଏସ୍‌-ଆଇପିଏସ୍‌ ଅଫିସର ପିନ୍ଧିବେ ଡାକ୍ତରୀ ୟୁନିଫର୍ମ: କାର୍ମିକ ମନ୍ତ୍ରଣାଳୟର ନୂଆ ଯୋଜନା

ନୂଆଦିଲ୍ଲୀ, ୧୧।୬: ଭାରତରେ କରୋନା ମହାମାରୀ ଯୋଗୁ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଏବେ ପ୍ରତିଦିନ ଦେଶରେ ହାରାହାରି ୧୦୦୦ ଜଣ ନୂଆ...

ଦିଲ୍ଲୀ କପଡ଼ା ଗୋଦାମରେ ଲାଗିଲା ନିଆଁ: ୯ ମୃତ

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ନିଆଁ ଯେମିତି ଦିଲ୍ଲୀର ପିଛା ଛାଡୁନି। ପୁଣିଥରେ ରବିବାର ବିଳମ୍ବିତ ରାତିରେ କିରାରି ଅଞ୍ଚଳରେ ଥିବା ଏକ କପଡ଼ା ଗୋଦାମରେ ନିଆଁ...

ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ, ୨୦୦ ବର୍ଷ ପରେ ୪ ଗ୍ରହ ବକ୍ରି…

ନୂଆଦିଲ୍ଲୀ,୩୧।୧୦ : ସୂର୍ଯ୍ୟ ପରାଗ ପରେ ଏବେ ନଭେମ୍ବର ୮(ମଙ୍ଗଳବାର)ରେ ଦେବ ଦୀପାବଳିରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ସୂର୍ଯ୍ୟପରାଗର ୧୫ ଦିନ ପରେ ଏହି ଚନ୍ଦ୍ରଗ୍ରହଣ...

ସିଏଏ ବିରୋଧୀ ହିଂସା ପାଇଁ ବାହାରୁ ଆସୁଥିଲା ଅର୍ଥ !

ନୂଆଦିଲ୍ଲୀ,୨୭।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରିବା ପଛରେ ଦେଶ ବିରୋଧୀ ଶକ୍ତି ଅଛି ବୋଲି କୁହାଯାଉଛି। ପ୍ରବର୍ତ୍ତନ ନିର୍ଦ୍ଦଶାଳୟ(ଇଡି)ର ଏକ ରିପୋର୍ଟରେ କୁହାଯାଇଛି କି...

ବୟଫ୍ରେଣ୍ଡଙ୍କୁ ବିବାହ କରିବା ପାଇଁ ମିଛ ଗଣବଳାତ୍କାର ଅଭିଯୋଗ ଆଣିଲେ ଯୁବତୀ

ନାଗପୁର,୧୪।୧୨: ଜଣେ ୧୯ ବର୍ଷୀୟା ଯୁବତୀ ତାଙ୍କ ବୟଫ୍ରେଣ୍ଡକୁ ବିବାହ କରିବା ପାଇଁ ପୋଲିସରେ ଗଣବଳାତ୍କାର ଅଭିଯୋଗ କରିଥିଲେ। ଦିନ ତମାମ ନାଗପୁର ପୋଲିସ ତଦନ୍ତ...

ବର୍ଷର ଶେଷ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ବିଦାୟୀ ବର୍ଷ ବହୁ କିଛି ଦେଖାଇଛି-ଶିଖାଇଛି

ନୂଆଦିଲ୍ଲୀ,୨୭।୧୨: ବିଦାୟ ନେବାକୁ ଯାଉଛି ୨୦୨୦ ବର୍ଷ। ବିଦାୟୀ ବର୍ଷ ବହୁ କିଛି ଦେଖାଇଛି ଏବଂ ଶିଖାଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଘୋଷଣା...

ବିଷାକ୍ତ ମଦ ମୃତ୍ୟୁ: ଅଭିଯୁକ୍ତଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଆଲିଗଡ଼,୨୮।୫: ଉତ୍ତରପ୍ରଦେଶର ଆଲିଗଡରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦେଶଦ୍ରୋହ...

Advertisement
Archives

Model This Week