ଏୟାର ଏସିଆର ଟ୍ରାଭେଲ ଫେୟାର ଆରମ୍ଭ;ଗ୍ରାହକଙ୍କ ପସନ୍ଦ ବାଲି, ବ୍ୟାଙ୍କକ୍‌

ଭୁବନେଶ୍ୱର,୩-୮(ବ୍ୟୁରୋ): ପର୍ଯ୍ୟଟନ ବିକାଶକୁ ଧ୍ୟାନରେ ରଖି ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ପକ୍ଷରୁ ସ୍ଥାନୀୟ ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ଠାରେ ‘ଟ୍ରାଭେଲ ଫେୟାର’ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହା ତିନିଦିନ ବ୍ୟାପି ଚାଲିବାକୁ ଥିବା ବେଳେ ଦେଶ ତଥା ଅନ୍ତର୍ଜାତୀୟ ଉଡାଣ ଲାଗି ବୁକିଂ ଉପରେ ସିଧାସଳଖ ୨୦% ରିହାତି ଉପଲବ୍ଧ ହେଉଛି। ବୁକିଂ ବେଳେ ଭୁବନେଶ୍ୱରର ଗ୍ରାହକମାନେ ବାଲି ଏବଂ ବ୍ୟାଙ୍କକ ଭଳି ପର୍ଯ୍ୟଟନ ସ୍ଥାନଗୁଡିକୁ ଅଧିକ ପସନ୍ଦ କରୁଥିବା କମ୍ପାନି ସେଲ୍‌ସ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସେ କହିଛନ୍ତି, ଅଫରର ଲାଭ ନେବାକୁ ଲୋକଙ୍କୁ ଫେୟାର ପରିଦର୍ଶନ ନେଇ ଆମନ୍ତ୍ରଣ କରାଯାଉଛି। ଆକର୍ଷଣୀୟ ଡିଲ ସହ ବିଭିନ୍ନ ସୁବିଧା ସୁଯୋଗ ଗ୍ରାହକଙ୍କ ଲାଗି ରହିଛି। ଗତ ବର୍ଷ ଏଭଳି ଫେୟାର ଉକ୍ତ ମଲ୍‌ରେ ଆୟୋଜନ କରିଥିଲୁ। ଏହା ଭଲ ରେସପନ୍ସ ପାଇଥିଲା। ବୁକିଂ ଉପରେ ଆକର୍ଷଣୀୟ ରିହାତି ଥିବାରୁ ଲୋକମାନେ ଏଠାକୁ ଆସି ବୁଝୁଛନ୍ତି। ଗ୍ରାହକଙ୍କୁ ସବୁ ପ୍ରସଙ୍ଗରେ ଜଣାଇବା ଲାଗି ସ୍ବତନ୍ତ୍ର ଟିମ୍‌ ଏଠାରେ ରହିଛି। ଡିଲ୍‌ ନେଇ ଲୋକଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛୁ। ପ୍ରଥମ ଦିନରେ ବୁକିଂ ଭଲ ରହିଛି। ବୁକିଂ ଉପରେ କୌଣସି ପ୍ରୋସେସିଂ ଫି ରଖାଯାଇ ନାହିଁ। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଲ ବୁକିଂ ମିଳିବା ନେଇ ଆଶାବାଦୀ ଥିବା ସେ ପ୍ରକାଶ କରିଛନ୍ତି।
ସେ ଆହୁରୀ ମଧ୍ୟ କହିଛନ୍ତି, ଏହାବାଦ ଅନ୍ୟ ପ୍ରମୁଖ ପର୍ଯ୍ୟଟନ ଡେଷ୍ଟିନେଶନଗୁଡିକ ମଧ୍ୟରେ କାମ୍ବୋଡିଆ, ଫିଲିପାଇନ୍ସ, ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆ ଭଳି ସ୍ଥାନ ରହିଛି। କେବଳ ଓଡ଼ିଶା ନୁହେଁ ସାରା ଦେଶରେ ବାଲି ଏବଂ ବ୍ୟାଙ୍କକ ଭଳି ସ୍ଥାନଗୁଡିକ ଲାଗି ଗ୍ରାହକଙ୍କ ଅଧିକ ବୁକିଂ ଲାଭ କରୁଥିବା ସେ ସ୍ପଷ୍ଟ କରିଛନ୍ତି। ଏୟାର ଏସିଆ ଇଣ୍ଡିଆ ୨୨ ବିମାନ ସହଳ ସେବା ଯୋଗାଉଥିବା ବେଳେ ଏୟାର ଏସିଆ ଗ୍ରୁପ ୩୦୦ରୁ ଅଧିକ ବିମାନ ସହ ସେବା ପ୍ରଦାନ କରୁଛି। ଅନ୍ୟ ବିମାନ କମ୍ପାନୀ ତୁଳନାରେ ଭଡା କମ୍‌ ରଖିଛୁ। ଇଭ୍ରି ଓ୍ବାନ କ୍ୟାନ ଫ୍ଲାଏ ( ସମନ୍ତେ ଉଡନ୍ତୁ) ନୀତି ଉପରେ କାର୍ଯ୍ୟ କରୁଛୁ। ଯାହାକୁ ନେଇ ଲୋକଙ୍କର ଭଲ ରେସପନ୍ସ ପାଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri