ଏୟାର ଇଣ୍ଡିଆର ବିକ୍ରି ପ୍ରୟାସ: ପଦୋନ୍ନତି, ନୂଆ ନିଯୁକ୍ତି ବନ୍ଦ

ନୂଆଦିଲ୍ଲୀ,୨୨ା୭: ଋଣରେ ବୁଡ଼ି ରହିଥିବା ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି ସରକାରଙ୍କ ପ୍ରୟାସ ଜୋର୍‌ଦାର ହୋଇଛି। ଏହି ରାଷ୍ଟ୍ରୀୟ ବିମାନ କମ୍ପାନୀରେ କର୍ମଚାରୀଙ୍କୁ ପଦନ୍ନୋତି ଓ ନୂଆ ନିଯୁକ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଅଧିକାରୀ ରବିବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏୟାର ଇଣ୍ଡିଆ ଦୈନିକ ପ୍ରାୟ ୧୫ କୋଟି ଟଙ୍କା ରାଜସ୍ବ ଆୟ କରୁଛି। ଏହା ଉପରେ ଏବେ ପ୍ରାୟ ୫୦ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି। ଏହାକୁ ବିକ୍ରି କରିବା ଲାଗି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରିଗୋଷ୍ଠୀ ଗଠନ କରାଯାଇଛି। ଏହାରି ନିର୍ଦ୍ଦେଶରେ ଚଳିତ ମାସ ୧୫ରୁ କମ୍ପାନୀର ଦୈନନ୍ଦିନ ପରିଚାଳନାକୁ ବନ୍ଦ କରିଦିଆଯାଇଛି। ବିଡ୍‌ ଆହ୍ବାନ ଲାଗି କମ୍ପାନୀର ଆକାଉଣ୍ଟସକୁ ଦର୍ଶାଇବା ଲାଗି ସ୍ଥିର ହୋଇଛି। କମ୍ପାନୀରେ ଏବେ ପ୍ରାୟ ୧୦ ହଜାର ନିୟମିତ କର୍ମଚାରୀ ରହିଛନ୍ତି। ତେବେ ଏ ସମ୍ପର୍କରେ ଏୟାର ଇଣ୍ଡିଆରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ଆସନ୍ତା ୪-୫ ମାସ ଭିତରେ କମ୍ପାନୀକୁ ବିକ୍ରି କରିଦେବା ଲାଗି ସରକାର ବଦ୍ଧପରିକର ବୋଲି ଅର୍ଥ ମନ୍ତ୍ରଣାଳୟ ଅଧୀନ ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍‌ ଆସେଟ୍‌ ମ୍ୟାନେଜମେଣ୍ଟ ସଚିବ ଅତନୁ ଚକ୍ରବର୍ତ୍ତୀ କହିଛନ୍ତି। ସୂଚନାଥାଉ କି, ୨୦୧୮ରେ କମ୍ପାନୀର ୭୬ ପ୍ରତିଶତ ଅଂଶଧନ ବିକ୍ରି ଲାଗି ସରକାରଙ୍କ ପ୍ରୟାସ ବିଫଳ ହୋଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏୟାର ଇଣ୍ଡିଆକୁ ଯଥାଶୀଘ୍ର ବିକ୍ରି କରିଦେବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ଏମ୍‌ଏସ୍‌ପି ୧୮୬୮ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ,୨ା୬(ପି.ଟି.): କେନ୍ଦ୍ର ସରକାର ୨୦୨୦-୨୧ ବର୍ଷ ଲାଗି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କୁଇଣ୍ଟାଲ ପ୍ରତି ୫୩ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ଧାନ...

ଶିକ୍ଷା ପାଇଁ ୯୯, ୩୦୦ କୋଟି ଏବଂ ଦକ୍ଷତା ବିକାଶ ଲାଗି ୩୦୦୦ କୋଟି ବ୍ୟୟ ବରାଦ

ନୂଆଦିଲ୍ଲୀ,୧।୨: ଚଳିତ ବଜେଟରେ ଶିକ୍ଷା ପାଇଁ ୯୯, ୩୦୦ କୋଟି ଏବଂ ଦକ୍ଷତା ବିକାଶ ଲାଗି ୩୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ଅର୍ଥମନ୍ତ୍ରୀ...

ସୁପର ୩୦ ଦ୍ୱାରା ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବଜିନ୍ଦେଗୀ ଫାଉଣ୍ଡେଶନ

ଭୁବନେଶ୍ୱର,୧୪-୭: ଗଣିତଜ୍ଞ ଆନନ୍ଦ କୁମାରଙ୍କ ଚରିତ୍ର ଉପରେ ପର୍ଯ୍ୟବସିତ ‘ସୁପର ୩୦’ ଚଳଚ୍ଚିତ୍ର ରିଲିଜ ହୋଇଥିବା ବେଳେ ଏଥିରେ ପ୍ରମୁଖ ଭୂମିକାରେ ହ୍ରିତିକ ରୋଶନ ଏବଂ...

ଫାଷ୍ଟ ବିଲ୍ଡକୁ ଅଧିଗ୍ରହଣ କଲା ଏଚ୍‌ଆଇଏଲ୍‌

ଭୁବନେଶ୍ୱର,୨୭ା୮: ସି.କେ. ବିର୍ଲା ଗ୍ରୁପ୍‌ର ନିର୍ମାଣ ସାମଗ୍ରୀ ସମାଧାନ ସଂସ୍ଥା ‘ଏଚ୍‌ଆଇଏଲ୍‌’ ଲିମିଟେଡ୍‌ ନିକଟରେ କଟକର ଫାଷ୍ଟ ବିଲ୍ଡ ବ୍ଲକ୍‌ ପିଭିଟି ଲିମିଟେଡ୍‌କୁ ଅଧିଗ୍ରହଣ କରିଥିବା...

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଭିଡିଓ କଓ୍ବୋଇସି ସୁବିଧା

ନୂଆଦିଲ୍ଲୀ: ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ଭିଡିଓ କଓ୍ବୋଇସି (ନୋ ୟୋର କଷ୍ଟମର) ସେବା ଆରମ୍ଭ କରାଯାଇଛି। ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ନିରାପତ୍ତା ବ୍ୟାଙ୍କିଙ୍ଗ୍‌ ସୁବିଧା ପ୍ରଦାନ...

ରେକର୍ଡ ସ୍ତରରେ ସେନ୍‌ସେକ୍ସ

ନୂଆଦିଲ୍ଲୀ: ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ମଙ୍ଗଳବାର ରେକର୍ଡ ସ୍ତରରେ ବନ୍ଦ ହୋଇଛି। ୫୦୬ ପଏଣ୍ଟ (୧.୧୫%) ବଢିବା ପରେ ଏହା ୪୪,୬୫୫ ପଏଣ୍ଟ...

ରାମ୍‌କୋ ସିମେଣ୍ଟର ଡିଲର ସମ୍ମିଳନୀ

ଭୁବନେଶ୍ୱର,୮-୧୧(ବ୍ୟୁରୋ):ରାମ୍‌କୋ ସିମେଣ୍ଟ ଲିମିଟେଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଡିଲର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରାୟ ୯୦୦ ଡିଲର ଯୋଗ ଦେଇଥିଲେ। ଗ୍ରାହକଙ୍କ ଚାହିଦାକୁ...

ଓଡ଼ିଶାର ୧୭ ସହରରେ ଜିଓ ଟ୍ରୁ-୫ଜି ସେବା

ନୂଆଦିଲ୍ଲୀ,୧୬।୩: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ବୁଧବାର ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଏବଂ ଖୋର୍ଦ୍ଧା ଭଳି ସହରରେ ଟ୍ରୁ-୫ଜି ସେବାର...

Advertisement
Archives

Model This Week