Advertisement

ଏୟାର ଇଣ୍ଡିଆର ଦିଲ୍ଲୀ-ଲୁଧିଆନା ବିମାନ ଯାତ୍ରୀ କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ୩୬ ଯାତ୍ରୀ-୪ କର୍ମଚାରୀ

ନୂଆଦିଲ୍ଲୀ,୨୭।୫: ଦିଲ୍ଲୀ-ଲୁଧିଆନା ଏୟାର ଇଣ୍ଡିଆ ବିମାନର ଜଣେ ଯାତ୍ରୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରିପୋର୍ଟ ମିଳିବା ପରେ ଯାତ୍ରୀ ଜଣଙ୍କ ଯାତ୍ରା କରିଥିବା ବିମାନର ଅନ୍ୟ ୩୬ ଯାତ୍ରୀ ଏବଂ ୪ ଜଣ କର୍ମଚାରୀଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଯାତ୍ରୀ ଜଣଙ୍କ ଏଆଇ-୯-ଆଇ-୮୩୭ ବିମାନରେ ମଙ୍ଗଳବାର(ମେ ୨୬ରେ) ଯାତ୍ରା କରିଥିଲେ। ପଞ୍ଜାବ ସରକାରଙ୍କ ପକ୍ଷରୁ ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି। ଏହାପୂର୍ବରୁ ଇଣ୍ଡିଗୋ ଏୟାର ଲାଇନ୍ସ୍‌ରେ ଜଣେ ଯାତ୍ରୀଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ସେ ମେ ୨୫ରେ ଚେନ୍ନାଇଠାରୁ କୋୟମ୍ବାଟୁର ପର୍ଯ୍ୟନ୍ତ ଯାତ୍ରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ରାହୁଲ ହେବେ ପ୍ରଧାନମନ୍ତ୍ରୀ: ମାକେନ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଫଳଫଳକୁ ଦେଖିଲେ ଏବେ ସୁଦ୍ଧା କଂଗ୍ରେସ ଭାଜପାଠାରୁ ଅଧିକାଂଶ ଆସନରେ ପଛୁଆ ଥିବା ବେଳେ ରାହୁଲ ଗାନ୍ଧୀ କିନ୍ତୁ ଏଥର...

ଘରକୁ ଆସିଲେ ଯାଆଁଳା କନ୍ୟା, ରଥରେ ବସାଇ ଗାଁ ବୁଲାଇଲେ ପରିବାର ଲୋକେ

ଭୋପାଳ,୧୭ା୧: ମଧ୍ୟପ୍ରଦେଶର ଧାରରେ ଏକ ପରିବାରରେ ଯାଆଁଳା କନ୍ୟା ଜନ୍ମ ହେବା ପରେ ଖୁସିର ଲହରି ଖେଳିଯାଇଛି। ଧାରର କୋଣଦା ଗାଁରେ ଏକ କୃଷକ ପରିବାରରେ...

କେଦାରନାଥରେ ଫସି ରହିଛନ୍ତି ୨ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୬।୧୧-ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ କେଦାରନାଥରେ ଫସି ଯାଇଛନ୍ତି। ପ୍ରବଳ ବରଫପାତ ଓ ଖରାପ ପାଗ ଯୋଗୁ ଉଭୟେ...

ଲକଡାଉନରେ ପ୍ରବାସୀଙ୍କ ପଦଯାତ୍ରା, ନିର୍ମାଣ ହୋଇଥିଲା ୪୧୦୦୦ ରିଲିଫ କ୍ୟାମ୍ପ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟ…

ନୂଆଦିଲ୍ଲୀ, ୨୭।୪ : କରୋନା ମହାମାରୀ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଫଳରେ ପ୍ରବାସୀ ପଦଯାତ୍ରାରେ ଘରମୁହାଁ ହୋଇଥିଲେ। ସେମାନଙ୍କ ସୁବିଧା ପାଇଁ ବହୁ...

ପ୍ରକୃତ ରୂପକୁ ଫେରୁଛି ପ୍ରକୃତି

ନୂଆଦିଲ୍ଲୀ: କୋଭିଡ୍‌-୧୯କୁ ନେଇ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି। ଏହାକୁ ନେଇ ଅବ୍ୟବସ୍ଥିତ ହୋଇପଡ଼ିଛି ସାରା ବିଶ୍ୱ। ସଂକ୍ରମଣ ରୋକିବାକୁ ଭାରତ ଏବେ ୨୧ଦିନିଆ ଲକ୍‌ଡାଉନ୍‌ରେ।...

ଫେରିଲେ ନିଖୋଜ କଂଗ୍ରେସ ବିଧାୟକ

ଭୋପାଳ,୯ା୩(ପି.ଟି.): ମଧ୍ୟପ୍ରଦେଶ ଶାସକ ଦଳର ନିଖୋଜ ଥିବା ୧୦ ବିଧାୟକଙ୍କ ମଧ୍ୟରୁ ୮ ଜଣ ଫେରିଆସିଲେଣି। ବାକି ୨ ଜଣ ଫେରୁଥିବା ଦଳ ପକ୍ଷରୁ ସୂଚନା...

କରୋନାକୁ ହରାଇଲେ ଅଭିଷେକ

ମୁମ୍ବାଇ,୮।୮: କରୋନା ଭାଇରସ୍‌ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଧନୀ ହୁଅନ୍ତୁ...

ଆନ୍ଧ୍ରରେ କୋଭିଡ୍‌ ସ୍ଥିତି ଚିନ୍ତାଜନକ: ଲକ୍ଷଣ ନ ଥାଇ ହଠାତ୍‌ ମୃତ୍ୟୁ ହେଉଛି

ବିଶାଖାପାଟଣା,୨୬ା୬:ମହାମାରୀ କରୋନା ଆନ୍ଧ୍ରବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ ରୋଗୀଙ୍କଠାରେ କୋଭିଡ୍‌-୧୯ ଲକ୍ଷଣ ନ ଥାଇ ହଠାତ୍‌ ମୃତ୍ୟୁ ଘଟୁଛି। ବିଜୟଓ୍ବାଡା...

Advertisement
Archives

Model This Week