Posted inଫୁରସତ

ଏୟାରପୋର୍ଟରେ ନାବାଳକଙ୍କ ଟି-ଶାର୍ଟ ବଦଳାଇଲେ ଅଧିକାରୀ, ଜାଣନ୍ତୁ କାହିଁକିି

ଜୋହାନ୍ସବର୍ଗ: ଦକ୍ଷିଣଆଫ୍ରିକା ଏୟାରପୋର୍ଟ ଅଫିସର ଜଣେ ୧୦ ବର୍ଷର ନାବାଳକଙ୍କ ଟି-ଶାର୍ଟ ବଦଳାଇଛନ୍ତି। ଶାର୍ଟ ବଦଳାଇବା ପଛରେ ଏକ କାରଣ ରହିଛି। ଯାହା ଜାଣିଲେ ଚକିତ ହେବେ। ଷ୍ଟିଭ୍‌ ଲୁକ୍‌ସ ନାମକ ଜଣେ ନାବାଳକ ନିଜ ପରିବାର ସହ ନ୍ୟୁଜିଲାଣ୍ଡରୁ ଆଫ୍ରିକା ଯାଉଥିଲେ। ଯାଞ୍ଚ ସମୟରେ ଷ୍ଟିଭ୍‌ଙ୍କ ଏହି ଶାର୍ଟ ଉପରେ ଅଧିକାରୀଙ୍କ ନଜର ପଡ଼ିବାରୁ ସେ ଏହାକୁ ବଦଳାଇବା ପାଇଁ କହିଥିଲେ। କାରଣ ଏହା ଉପରେ ଏକ ସାପର ଚିତ୍ର ଥିଲା। ଏୟାରପୋର୍ଟ ଅଧିକାରୀ ଏହା ବିମାନଯାତ୍ରୀଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇବ ବୋଲି କହିଥିଲେ। ତେଣୁ ଟି-ଶାର୍ଟଟି ବଦଳାଇ ଷ୍ଟିଭ୍‌ଙ୍କୁ ଆଉ ଏକ ଡ୍ରେସ ପିନ୍ଧିବାକୁ କୁହାଯାଇଥିଲା। ଏହା ପରେ ସେ ଶାର୍ଟଟି ଚେଞ୍ଜ କରି ପ୍ଲେନ୍‌ରେ ଯାତ୍ରା କରିଥିଲେ। ଜୋହାନ୍ସବର୍ଗର ଓଆର୍‌ ଟାମ୍ବୋ ଏୟାରପୋର୍ଟର ସିକ୍ୟୁରିଟି ଅଫିସର କୁହନ୍ତି, ବିମାନରେ ସାପ ଖେଳନା କିମ୍ବା ଚିତ୍ର ଥିବା ପୋଷାକ ପିନ୍ଧି ଯିବା ପାଇଁ ଅନୁମତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନୀଳ ନୟନା ନିଶାରେ ହୋଇଥିଲେ ଅନ୍ଧୁଣୀ

ମଣିଷକୁ ବିଭିନ୍ନ ପ୍ରକାରର ନିଶା ଘାରିଥଏ। ତା’ ଭିତରେ ସୁନ୍ଦର ଦେଖାଯିବାର ନିଶା ଅନ୍ୟତମ। ବେଳେ ବେଳେ ଏଇ ନିଶାରେ ମଣିଷ ନିଜ ଜୀବନକୁ ବିପଦରେ...

ଅଦରକାରୀ ପାର୍ଟସ୍‌ରେ ଦିବ୍ୟାଙ୍ଗ ତିଆରି କଲେ ଇ-ବାଇକ୍‌

ସୁରଟ୍‌: ଦୃଢ଼ ଇଚ୍ଛାଶକ୍ତି ଆଗକୁ ବାଟ କଢାଇନିଏ ଯାହା ହୋଇଛି ବିଷ୍ଣୁ ପଟେଲଙ୍କ କ୍ଷେତ୍ରରେ। ଗୁଜରାଟର ସୁରଟ୍‌ ନିବାସୀ ବିଷ୍ଣୁ ଜଣେ ଦିବ୍ୟାଙ୍ଗ। ବୟସ ୬୦...

ଯେଉଁଠି ବିବାହରେ ବର ଘରକୁ ଆସନ୍ତି କନ୍ୟାଯାତ୍ରୀ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ସାଧାରଣତଃ ବିବାହରେ କନ୍ୟାଘରକୁ ବରଯାତ୍ରୀ ଆସିଥାନ୍ତି। ତେବେ ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ ଆଦି...

ପାରା-କୁକୁର ଛୁଆ ବନ୍ଧୁତ୍ୱ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନ୍ୟୁୟର୍କ,୧୯।୨: ଗୋଟିଏ ପ୍ରଜାତିର ପ୍ରାଣୀଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହେବା ସାଧାରଣ କଥା। ତେବେ ଭିନ୍ନ ଭିନ୍ନ ପ୍ରାଣୀଙ୍କ ମଧ୍ୟରେ ବନ୍ଧୁତ୍ୱ ଦେଖାଯିବା ଏକ ନିଆରା...

ହ୍ବାଟ୍ସଆପ୍‌ରେ ଚାଟ୍‌ ଲୁଚାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ଆପଣଙ୍କ ଫ୍ରେଣ୍ଡ୍‌ଲିଷ୍ଟରେ ଏମିତି କିଛି ଖାସ୍‌ ବନ୍ଧୁ ଥା’ନ୍ତି, ଯେଉଁମାନଙ୍କ ସହ ଆପଣ ସିକ୍ରେଟ୍‌ ଚାଟ୍‌ କରିଥାନ୍ତି। ଆଉ ଏହି ଚାଟ୍‌ ଯେମିତି କେହି ନ...

ଭାଲୁ ଛୁଆ ମୁହଁରେ ପଶିଗଲା ପ୍ଲାଷ୍ଟିକ ବୋତଲ: ଛଟପଟ ହେଉଥିବା ଦେଖି ଏମିତି କଲେ ଲୋକେ

ଏକ ଛୁଆ ଭାଲୁ ମୁହଁରେ ପ୍ଲାଷ୍ଟିକ ବୋତଲ ପସିଯାଇଥିଲା। ଭାଲୁଟି ବୋତଲକୁ ବାହାର କରିବାକୁ ବହୁ ଚେଷ୍ଟା କରୁଥିଲେ ମଧ୍ୟ ସେଥିରେ ସେ ସଫଳ ହୋଇ...

ଦେଶର ୪ ରାଜ୍ୟର ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ !

ନୂଆଦିଲ୍ଲୀ,୧୫।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଦେଶର ୫ଟି ରାଜ୍ୟରେ ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ ଥିବା ଭାରତୀୟ ଗବେଷକ ସୂଚନା...

ରେଳ ଟ୍ରାକ୍‌ରେ ଚାଲିବ ଏହି ସ୍ବତନ୍ତ୍ର ସାଇକେଲ

ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ପ୍ରାୟ ସମୟରେ ସୋସିଆଲ ମିଡିଆ ଟୁଇଟରରେ ନିଆରା ଭିଡିଓମାନ ଶେୟାର କରିଥାନ୍ତି। ତେବେ ଚଳିତଥର ସେ ଜଣେ ଭାରତୀୟଙ୍କ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *