Posted inଫୁରସତ

ଏହି ରାଜକୁମାରୀଙ୍କ ପାଇଁ ପ୍ରାୟ୧୩ ପ୍ରେମିକ ହାରିଥିଲେ ଜୀବନ

ଜଣେ ଝିଅର ସୌନ୍ଦର୍ଯ୍ୟକୁ ନେଇ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ମତ ରହିଛି। କାହାକୁ ଗୋରା ପତଳା ଝିଅ ପସନ୍ଦ ଆସୁଥିବା ବେଳେ କାହାକୁ ଶ୍ୟାମଳ ଓ ସୁନ୍ଦର ଗଢ଼ଣ ଥିବା ଝିଅ ପସନ୍ଦ ଆସିଥାଏ। କିନ୍ତୁ ୧୯ ଶତାଦ୍ଦୀରେ ଏଭଳି ନ ଥିଲା। ଗୋଟିଏ ଝିଅର ସୌନ୍ଦର୍ଯ୍ୟ ତାର ମନର ସୁନ୍ଦର ଭାବନାକୁ ଓ ମେଦବହୁଳତାକୁ ବୁଝାଉଥିଲା। ସେହି ସମୟରେ ଇରାନର ରାଜକୁମାରୀଙ୍କ ସୌନ୍ଦର୍ଯ୍ୟର କାହାଣୀ ବିଷୟରେ ଆଜି ବି ସମସ୍ତଙ୍କୁ ଅଳ୍ପେ ବହୁତେ ମନେ ଥିବ। କୁହାଯାଏ, ରାଜକୁମାରୀ ତାଜ ଅଲ କଜର ସୁଲ୍‌ତାନାଙ୍କର ସୌନ୍ଦର୍ଯ୍ୟ ସହ ଯେମିତି କୌଣସି ସମ୍ପର୍କ ନ ଥିଲା। ତାଙ୍କ ଚେହେରାରେ ପୁରୁଷଙ୍କ ଭଳି ଘନ ଆଇବ୍ରୋ ଓ ନିଶ ରହିଥିବା ବେଳେ ସେ ବହୁ ମୋଟା ମଧ୍ୟ ଥିଲେ।

 

କିନ୍ତୁ ସେହି ସମୟରେ ତାଙ୍କୁ ଖୁବ୍‌ ସୁନ୍ଦର ବୋଲି କୁହାଯାଉଥିଲା। ସେତେବେଳେ ତାଙ୍କୁ ଆଧୁନିକ ଯୁଗର ମହିଳା ବୋଲି କୁହାଯାଉଥିଲା। କାରଣ ସେ ଓ୍ବେର୍ଷ୍ଟନ୍‌ ଡ୍ରେସ ପିନ୍ଧିବାକୁ ବହୁତ ପସନ୍ଦ କରୁଥିଲେ। ସେହି ସମୟର ଯୁବକମାନେ ତାଙ୍କୁ ପସନ୍ଦ କରିବା ସହ ବିବାହ କରିବାକୁ ଚାହୁଁଥିଲେ। ହେଲେ ରାଜକୁମାରୀ ସେମାନଙ୍କର ପ୍ରସ୍ତାବକୁ ମନା କରିଦେଇଥିଲେ। ଏହି କଥାକୁ ନେଇ ପ୍ରାୟ ୧୩ଜଣ ଯୁବକ ନିଜର ଜୀବନ ହାରିଦେଇଥିଲେ। ରାଜକୁମାରୀଙ୍କ ଏଭଳି କରିବାର ପଛରେ ମଧ୍ୟ କାରଣ ରହିଛି। ସେ ପୂର୍ବରୁ ଅମୀର ହୁସୈନ ଖାନ ଶୋଜା-ଏ-ସଲ୍‌ତନେହଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ଟି ଝିଅ ଓ ୨ ପୁଅ ଥିଲେ। ହେଲେ ପରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା। କୁହାଯାଏ, ସେହି ସମୟରେ ବହୁ ଯୁବକଙ୍କ ସହ ରାଜକୁମାରୀଙ୍କ ସମ୍ପର୍କ ରହିଥିଲା। ଯେଉଁଥିରୁ ୨ଜଣ ତାଙ୍କର ଅତି ନିକଟତର ଥିଲେ। ତାଙ୍କର ପ୍ରେମ କାହାଣୀ ଆଜି ବି ବେଶ୍‌ ଚର୍ଚ୍ଚାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଗାଁ, ଯେଉଁଠି ଲୋକଙ୍କୁ ଚପଲ ମନା, ପିନ୍ଧିଲେ ମିଳେ କଠୋର ଦଣ୍ଡ

ଆଜିକାଲି ଲୋକମାନେ ଚପଲ ବିନା ଗୋଟିଏ ପାଦ ମଧ୍ୟ ଚାଲିପାରିବେ ନାହିଁ, କିନ୍ତୁ ଆପଣ ସବୁଦିନ ପାଇଁ ଜୋତା ଏବଂ ଚପଲ ବିନା ବଞ୍ଚିପାରିବେ କି?...

ଏବେ ଆସ୍ଥା-ବିଶ୍ୱାସ ଉପରେ ଭରସା: କରୋନାରୁ ମୁକ୍ତିଲାଗି ଝୁଣା ଧୂଆଁ…

ସାହାରାନପୁର,୧୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ କାରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହସ୍ପିଟାଲରେ ଭର୍ତ୍ତି ବି...

ସୁରକ୍ଷିତ ମାତୃତ୍ୱ ଅପରିହାର୍ଯ୍ୟ

ପୃଥିବୀର ପ୍ରତିଟି ଦେଶ ସୁରକ୍ଷିତ ମାତୃତ୍ୱ ଉପରେ ଗୁରୁତ୍ୱାରୋପ କରିଥାନ୍ତି। ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଦ୍ୱାରା ମାତୃ ଏବଂ ଶିଶୁ ମୃତ୍ୟୁ ହାର ରୋକା ଯିବା...

ବିଶ୍ୱର ସବୁଠୁ ମହଙ୍ଗା ଆଳୁ ଚିପ୍ସ, ୪ ହଜାର ଟଙ୍କାରେ ମିଳୁଛି ମାତ୍ର ୫ ପିସ୍‌

ଭାରତରେ ଆଳୁ ଚିପ୍ସ ପ୍ୟାକେଟ୍‌ ଅତିକମରେ ୧୦ କି ୧୫ ଟଙ୍କାରେ ମିଳିଯାଉଛି। କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠି ୪ ହଜାର...

ପ୍ଲାଷ୍ଟିକ ନୁହେଁ ଫଳ ଖୋଳରେ ଦେଉଛନ୍ତି ଜୁସ୍‌

ବେଙ୍ଗାଲୁରୁ,୬।୨: କର୍ନାଟକର ଜଣେ ଜୁସ୍‌ ଦୋକାନୀ ଏବେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି। ସେ ଏବେ ପ୍ଲାଷ୍ଟିକ ନୁହେଁ...

ଚାଷ ଜମିରେ କରୋନା ସଚେତନତା ବାର୍ତ୍ତା ଲେଖିଲେ ସଚିନ

କୋହ୍ଲାପୁର,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରି ସ୍ଥଳେ ମାସ୍କ୍‌ ପିନ୍ଧିବା, ନିୟମିତ ସମୟ ଅନ୍ତରରେ ହାତ ଧୋଇବା, ସାମାଜିକ ଦୂରତା...

ତନାଘନା

ଭଶ୍ରୀ ଫେସ୍‌ବୁକ୍‌ରେ ଲେଖିଥିଲା ଯେ, ଆଜି ମତେ ଗୋଟିଏ ମଶା କାମୁଡ଼ିଦେଲା। ତା’ର ପାଞ୍ଚଶହ ପଇଁତିରିଶଟି କମେଣ୍ଟ୍‌ସ ଆସିଲା। ପ୍ରତି କମେଣ୍ଟ୍‌ସରେ ଥିଲା ଉଦ୍‌ବେଗ ଓ...

‘ଭୋଗ୍‌’ ପ୍ରଚ୍ଛଦରେ ଜେଲେନସ୍କି ଦମ୍ପତି

କିଭ୍‌: ବହୁଚର୍ଚ୍ଚିତ ଭୋଗ୍‌ ମାଗାଜିନ୍‌ ପ୍ରଚ୍ଛଦରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ସ୍ତ୍ରୀ ଓଲେନା ଜେଲେନସ୍କାଙ୍କ ଫଟୋ ସ୍ଥାନ ପାଇଛି। ଏହି ଫଟୋରେ ‘ପୋଟ୍ରେଟ୍‌...

Advertisement
Archives

Model This Week