ଏହି ମନ୍ଦିରରେ ଶୋଇବା ଅବସ୍ଥାରେଥିବା ହନୁମାନଙ୍କୁ କରାଯାଏ ପୂଜା…

ଆହ୍ଲାବାଦରେ ଥିବା ହନୁମାନ ମନ୍ଦିର ଏହାର ସ୍ବତନ୍ତ୍ର ନିର୍ମାଣଶୈଳୀ ପାଇଁ ପ୍ରସିଦ୍ଧ । ଏହା ପୃଥିବୀର ଏକମାତ୍ର ଏପରି ମନ୍ଦିର ଯେଉଁଠି ହନୁମାନଙ୍କ ମୂର୍ତ୍ତି ଶୋଇରହିଥିବା ଅବସ୍ଥାରେ ପୂଜା ପାଉଛନ୍ତି। କୁହାଯାଏ ଏହି ମନ୍ଦିରକୁ ଆସି ହନୁମାନଙ୍କ ଦର୍ଶନ ନ କଲେ ଆହ୍ଲାବାଦର ପବିତ୍ର ସଙ୍ଗମସ୍ଥଳକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ଯାତ୍ରା ସମ୍ପୂର୍ଣ୍ଣ ହୋଇ ନ ଥାଏ। ନଦୀରେ ବନ୍ୟା ଆସିଲେ ଏହି ମନ୍ଦିର ବୁଡ଼ି ଯାଇଥାଏ । ପୁରାଣ ଅନୁସାରେ ଏହି ସମୟରେ ମାତା ଗଙ୍ଗା ହନୁମାନଙ୍କୁ ସ୍ନାନ କରାଇବାକୁ ଆସିଥାନ୍ତି । ପୁରାଣ ଅନୁସାରେ ଲଙ୍କାରେ ବିଜୟ ପ୍ରାପ୍ତି ପରେ ଭଗବାନ ଶ୍ରୀରାମ ଆହ୍ଲାବାଦର ସଙ୍ଗମସ୍ଥଳକୁ ସ୍ନାନ କରିବାକୁ ଆସିଥିଲେ । ଏହି ସମୟରେ ତାଙ୍କ ପ୍ରିୟ ଭକ୍ତ ହନୁମାନ ବିଶ୍ରାମ ପାଇଁ ଏଠାରେ କିଛି କ୍ଷଣ ଲାଗି ଗଡ଼ି ପଡିଥିଲେ । ଏହା ଦେଖି ମାତା ଜାନକୀ ନିଜ ମଥାର ସିନ୍ଦୂରରେ ତାଙ୍କ ଶ୍ରମ ଲାଘବ କରି ଚିରଞ୍ଜିବୀ ହେବାକୁ ଆଶୀର୍ବାଦ ଦେଇଥିଲେ । ସେହିଦିନ ଠାରୁ ଏହି ମନ୍ଦିରରେ ହନୁମାନଙ୍କୁ ସିନ୍ଦୂର ଚଢାଇବାର ପରମ୍ପରା ରହିଛି । ୧୭୮୭ରେ ଏହି ମନ୍ଦିରର ନିର୍ମାଣ ହୋଇଥିଲା। ମନ୍ଦିରରେ ୨୦ ଫୁଟର ହନୁମାନ ମୂର୍ତ୍ତି ଶୋଇଥିବା ଅବସ୍ଥାରେ ରହିଛନ୍ତି । ମନ୍ଦିରରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ମୂର୍ତ୍ତି ମଧ୍ୟ ରହିଛି । ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ରାତି ସାରା ଖୋଲା ରହିଥାଏ । ବିଶ୍ୱାସ ରହିଛି ଏହି ମନ୍ଦିରରେ ମାନସିକ କଲେ ତାହା ହନୁମାନ ପୂରଣ କରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମ୍‌ପିଙ୍କୁ ଧମକ: ଟଙ୍କା ନ ଦେଲେ ବୋମାପକାଇ ଘର ଉଡାଇଦେବୁ

ପ୍ରତାପଗଡ,୧୩।୮: ଉତ୍ତରପ୍ରଦେଶର ପ୍ରତାପଗଡ ଜିଲାର ଏମ୍‌ପି ସଙ୍ଗମଲାଲ ଗୁପ୍ତାଙ୍କୁ ଏକ ଧମକ ମିଳିଛି। ତାଙ୍କୁ ଫୋନ୍‌ରେ କିଛି ଲୋକ ୫ କୋଟି ଟଙ୍କା ବଟି ମାଗିଛନ୍ତି।...

ସିଙ୍ଘୁରେ ଖଣ୍ଡା ବୁଲିଲା

ନୂଆଦିଲ୍ଲୀ,୩୦ା୧(ପି.ଟି.): ଦିଲ୍ଲୀ-ହରିୟାଣାର ସିଙ୍ଘୁସୀମାରେ ୨ ମାସ ଧରି ଆନ୍ଦୋଳନରତ ଚାଷୀଙ୍କୁ ଘଉଡ଼ାଇବା ଆରମ୍ଭ କରିଛନ୍ତି ସ୍ଥାନୀୟ ଲୋକେ। ଶୁକ୍ରବାର ଉକ୍ତ ସୀମାର କଲୋନୀଗୁଡ଼ିକରେ ରହୁଥିବା ପ୍ରାୟ...

କୋଭିଡ କାଳରେ ଧନୀ ମାଲାମାଲ୍‌

ନୂଆଦିଲ୍ଲୀ,୨୦।୯: କୋଭିଡ-୧୯ ପାଇଁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାର ଅଣ୍ଟା ଭାଙ୍ଗି ଯାଇଛି। ଏପଟେ ସଙ୍କଟ ସମୟରେ ମଧ୍ୟ ଅତିଧନୀଙ୍କ ସମ୍ପତ୍ତି ଲଗାତର ବଢ଼ିଚାଲିଛି। ଲୋକମାନେ...

ଯେଉଁଠି ବିବାହରେ କନ୍ୟାବରଙ୍କ ଉପରେ କରାଯାଏ ଟଙ୍କାବର୍ଷା…

ସାମାଜିକ ବ୍ୟବସ୍ଥାରେ ବିବାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ବିବାହ ପରମ୍ପରା ପାଳିତ ହୋଇଥାଏ। ପୋଲାଣ୍ଡରେ ବିବାହ ଉତ୍ସବରେ କନ୍ୟାବରଙ୍କୁ ଟଙ୍କାମାଳ...

ମହାରାଷ୍ଟ୍ରରେ ସରକାର ଗଠନ: ଭାଜପା କହିଲା, ‘ଜୟ ଶ୍ରୀରାମ, କାମ ସରିଗଲା’

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରରେ ଯଦିଓ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି ଏବେ ମଧ୍ୟ ଭାଜପା, ଶିବସେନା, କଂଗ୍ରେସ ଓ ଏନସିପି ଦଳ ପକ୍ଷରୁ ସରକାର ଗଢିବା ପାଇଁ...

ଚନ୍ଦ୍ରୟାନ-୨: ଲକ୍ଷ୍ୟଠାରୁ ଦୁଇପାଦ ଦୂରରେ: ବିକ୍ରମକୁ ଠାବ ଉଦ୍ୟମ ଜାରି

ବେଙ୍ଗାଲୁରୁ,୮ା୯(ପି.ଟି.): ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରୟାନ-୨ ଲକ୍ଷ୍ୟଠାରୁ ଦୁଇପାଦ ପଛରେ ରହିଯାଇଛି। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠକୁ ଛୁଇଁବା ପାଇଁ ୨.୧ କି.ମି. ଦୂରତା ଥିବାବେଳେ...

ଲୋକ ସଭା ଉପ ବାଚସ୍ପତି ପାଇଁ ଭାବନାଙ୍କ ନାମ ସୁପାରିଶ କରିପାରେ ଶିବସେନା

ନୂଆଦିଲ୍ଲୀ,୨୫।୬: ଲୋକ ସଭାରେ ଉପ ବାଚସ୍ପତି ପଦ ପାଇଁ ଶିବସେନା ଭାବନା ଗଓ୍ବାଲିଙ୍କ ନାଁ ସୁପାରିଶ କରିପାରେ। ମହାରାଷ୍ଟ୍ରର ୟବତମାଳ-ଓ୍ବାଶିମ୍‌ର ଲୋକ ସଭା ଆସନରୁ ଭାବନା...

କୃଷି ଆଇନ୍‌କୁ ବିରୋଧ କରି ବିଧାନସଭାରେ ରାତିରେ ଶୋଇଲେ ଏଏପି ବିଧାୟକ

ଚଣ୍ଡିଗଡ଼, ୨୦।୧୦: କୃଷି ଆଇନକୁ ବିରୋଧ କରି ପଞ୍ଜାବ ବିଧାନସଭାରେ ପ୍ରଦର୍ଶନ ଜାରି ରହିଛି। ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ବିଧାୟକମାନେ ସୋମବାରଠାରୁ ଧାରଣାରେ ବସିଛନ୍ତି। ସୋମବାର...

Advertisement


Archives

Model This Week