Posted inଖେଳ

ଏହି ପଦବୀ ହାତେଇବାକୁ ଚାହୁଁଛନ୍ତି ସେହଓ୍ବାଗ୍‌

ନୂଆଦିଲ୍ଲୀ, ୧୩।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହଓ୍ବାଗ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବେଳେବେଳେ ମଜାକିଆ ପୋଷ୍ଟ କରି ସେ ବେଶ୍‌ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଏକ ଟୁଇଟ କରି ଚୟନକର୍ତ୍ତା ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୋତେ ଚୟନକର୍ତ୍ତା ହେବାର ଅଛି, କିଏ ମୋତେ ଏହି ସୁଯୋଗ ଦେବ। ବାସ୍‌ ସେହଓ୍ବାଗଙ୍କ ଏହି ଟୁଇଟକୁ ନେଇ ୟୁଜର୍ସମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଜଣେ ୟୁଜର୍ସ ତ ତାଙ୍କ ଗାଁ ଟିମ୍‌ ଚୟନକର୍ତ୍ତା ହେବାକୁ ଅଫର୍‌ ଦେଇଛନ୍ତି। ଏଥିପାଇଁ ତାଙ୍କୁ ୫ ହଜାର ଟଙ୍କା ପାରିଶ୍ରମିକ ମିଳିବ। ଯଦି ସେହଓ୍ବାଗ୍‌ ଦଳକୁ କୋଚିଂ ଦେବେ ତେବେ ଆଉ ୫ ହଜାର ଟଙ୍କା ଅଧିକ ଦିଆଯିବ ବୋଲି ସେ କହିଛନ୍ତି। ଆଉ ଜଣେ ୟୁଜର୍ସ କହିଛନ୍ତି, ଏହି ପଦବୀ ପାଇଁ ଆପଣଙ୍କ ଯୋଗ୍ୟତା ନାହିଁ। ଖରାପ୍‌ ପ୍ରଦର୍ଶନ କରୁଥିବା ଖେଳାଳି ହିଁ ଏହି ସ୍ଥାନରେ ନିଯୁକ୍ତ ହୋଇଥାନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସେହଓ୍ବାଗ ଏବେ ଚୟନକର୍ତ୍ତା ହୋଇପାରିବେ ନାହିଁ। କାରଣ ଚୟନକର୍ତ୍ତା ହେବା ପାଇଁ ଯୋଗ୍ୟତା ୬୦ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରନ୍‌ ଚେଜ୍‌ ଦିଲ୍ଲୀ ପାଇଁ ଚିନ୍ତାଜନକ

ଦୁବାଇ, ୨୯।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ରନ୍‌ ଚେଜ୍‌ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଚିନ୍ତାଜନକ ହୋଇଛି ବୋଲି କୋଚ୍‌ ରିକି ପଣ୍ଟିଂ ସ୍ବିକାର କରିଛନ୍ତି।...

ସିଏସ୍‌କେ ଆଗରେ ମାଟି କାମୁଡିଲା ଆରସିବି

ମୁମ୍ବାଇ,୨୫।୪ : ଲଗାତାର ବିଜୟ ସହ ଟେବୁଲ ଟପରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମହେନ୍ଦ୍ର ସିଂ ଧୋନୀଙ୍କ ସିଏସ୍‌କେ ଆଗରେ ମାଟି କାମୁଡି...

ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ସାମୁଏଲ୍ସଙ୍କ ଅବସର

କିଙ୍ଗଷ୍ଟନ,୫।୧୧(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଅଭିଜ୍ଞ ବ୍ୟାଟ୍ସମ୍ୟାନ ମାର୍ଲନ ସାମୁଏଲ୍ସ ସବୁ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଓ୍ବେଷ୍ଟଇଣ୍ଡିଜର ଦୁଇଟି ଟି୨୦ ବିଶ୍ୱକପ୍‌ ଫାଇନାଲ ବିଜୟରେ ଟପ୍‌...

ପୋଲାଣ୍ଡ ୪, ଉଜ୍‌ବେକିସ୍ତାନ ୦

ଭୁବନେଶ୍ୱର, ୬।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସର ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡ ୪-୦ ଗୋଲରେ ଉଜ୍‌ବେକିସ୍ତାନକୁ ପରାସ୍ତ କରିଛି।...

ରଣଜୀ ଟ୍ରଫି: ଓଡ଼ିଶା ବନାମ ଝାଡ଼ଖଣ୍ଡ: ଇନିଂସ ଅଗ୍ରଣୀ ପାଇଁ ସଂଘର୍ଷ

କଟକ ଅଫିସ,୧୫ା୨- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଝାଡ଼ଖଣ୍ଡ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ରେ ଇନିଂସ ଅଗ୍ରଣୀ ପାଇଁ ସଂଘର୍ଷ ଜାରି ରହିଛି। ଓଡ଼ିଶାର ପ୍ରଥମ ଇନିଂସ...

ଆଇପିଏଲ୍‌:ରେକର୍ଡ ବ୍ରେକର ବିରାଟ

କ୍ରିକେଟ ଇତିହାସର ସମସ୍ତ ଫର୍ମାଟରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଜଣେ ବିଚକ୍ଷଣ ବ୍ୟାଟ୍ସମ୍ୟାନ ଭାବେ ପରିଚିତ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ମଧ୍ୟ...

ପାରାଲିମ୍ପିକ୍ସରେ ରୌପ୍ୟ ନିଶ୍ଚିତ କଲେ ଭାବିନା

ଟୋକିଓ,୨୮।୮: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି ଭାବିନାବେନ ପଟେଲ। ଶନିବାର ଖେଳାଯାଇଥିବା ଟେବୁଲ ଟେନିସ ଇଭେଣ୍ଟର ସେମିଫାଇନାଲରେ ୩-୨...

ଶୋଏବ ଅଖତରଙ୍କ ଭବିଷ୍ୟବାଣୀ: କିଏ ଜିତିବ ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌

ନୂଆଦିଲ୍ଲୀ,୨୭।୧: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବ ଟି -୨୦ ବିଶ୍ୱକପ। ଅକ୍ଟୋବର ୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ମ୍ୟାଚ...

Advertisement
Archives

Model This Week