Posted inଖେଳ

ଏହି ଝିଅଟିର ପ୍ରଶଂସାରେ ଶତମୁଖ ହେଲେ ରୋହିତ ଶର୍ମା

ଭାରତୀୟ କ୍ରିକେଟ ଦଳର ଓପନର୍‌ ରୋହିତ ଶର୍ମା ଜଣେ ୧୬ ବର୍ଷିୟା ଝିଅର ପ୍ରଂଶସାରେ ଶତମୁଖ ହୋଇଛନ୍ତି। ଆମେରିକାରେ ଆୟୋଜିତ ଜାତିସଂଘର ଉଚ୍ଚସ୍ତରୀୟ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଅଭିଭାଷଣ ରଖି ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି ସ୍ବିଡେନର ଝିଅ ଗ୍ରେଟା ଥନବର୍ଗ। ଗ୍ରେଟଙ୍କ ଭିଡିଓକୁ ରୋହିତ ଶେୟାର କରି କହିଛନ୍ତି, ପରିବେଶକୁ ବଞ୍ଚାଇବା ଦାୟିତ୍ୱ ପିଲାମାନଙ୍କ ଉପରେ ଛାଡିଦେବା ଉଚିତ୍‌ ନୁହେଁ। ଗ୍ରେଟାଙ୍କ ଭାଷଣ ପ୍ରେରଣାଦାୟକ। ଏବେ କୌଣସି ବାହାନା ଚଳିବ ନାହିଁ। ଆମେ ଆମ ଆଗାମୀ ପିଢି ପାଇଁ ଯତ୍ନବାନ ହେବା ଉଚିତ୍‌ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଜାତିସଂଘର ମହାସଚିବ ଏଣ୍ଟିନିୟୋ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ଦେଶର ପ୍ରମୁଖ ନେତାଙ୍କ ଆଗରେ ଜଳବାୟୁ ପରିବର୍ତ୍ତନ ନେଇ ଏମିତି ଭାଷଣ ଦେଇଥିଲେ ଯେ, ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ। ଗ୍ରେଟା ଭାବପ୍ରବଣ ହୋଇ କହିଥିଲେ, ଜଳବାୟୁ ପରିବର୍ତ୍ତନ ପାଇଁ ଆମେ ସମସ୍ତେ ବିଲୁପ୍ତ ହେବା ସ୍ଥିତିକୁ ଆସିଗଲୁଣି। ହେଲେ ଆପଣମାନେ ଆର୍ଥିକ ବିକାଶ ଉପରେ ଆଲୋଚନା କରୁଛନ୍ତି। ଆପଣମାନେ ଆମମାନଙ୍କ ସ୍ବପ୍ନ, ପିଲାଦିନକୁ ନଷ୍ଟ କରିଛନ୍ତି। ଯୁବପିଢି ଭାବୁଛନ୍ତି ଆପଣ ଆମମାନଙ୍କ ସହିତ ଛଳନା କରିଛନ୍ତି। ଆପଣମାନଙ୍କ ପାଇଁ ବିଶ୍ୱର ଅନେକ ଲୋକ ଜଳବାୟୁ ପରିବର୍ତ୍ତନର ଶିକାର ହୋଇ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦି ପୁଣିଥରେ ଆମମାନଙ୍କୁ ନିରାଶ କରିବେ ତାହେଲେ ଆମେ କେବେ କ୍ଷମା ଦେବୁନି ବୋଲି ଗ୍ରେଟା କ୍ଷୋଭର ସହ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?