ଏହି ଅଭିନେତ୍ରୀଙ୍କ ଜୋତା ଉଠାଇଥିଲେ ଅମିତାଭ ବଚ୍ଚନ

ଆଜି ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୨ ମସିହା, ଅକ୍ଟୋବର ୧୧ରେ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଜନ୍ମଗ୍ରହଣ କରିଥିଲେ ସେ। ୨ ଦଶନ୍ଦି ଧରି ମନୋରଞ୍ଜନର ଖୋରାକ ଯୋଗାଇଥିବା ବଲିଉଡର ଏହି ମହାନାୟକ ୧୯୬୯ରେ ‘ସାତ୍‌ ହିନ୍ଦୁସ୍ଥାନୀ’ଚଳଚ୍ଚିତ୍ର ମାଧ୍ୟମରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଅମିତାଭ ବଲିଉଡ ରେ ବହୁ ହିଟ ଚଳଚିତ୍ର ଦେଇସାରିଛନ୍ତି। ୭୭ ବୟସରେ ପଦାର୍ପଣ କରିବା ପରେ ମଧ୍ୟ ବିଗ ବି ଅଭିନୟ ଛାଡି ନାହାନ୍ତି। ଅମିତାଭଙ୍କ ଆଗାମୀ ଚଳଚିତ୍ର ‘ଗୁଲାବୋ ସିତାବୋ‘, ‘ଚେହେରେ‘ ଓ ବ୍ରହ୍ମାସ୍ତ୍ରରେ ନଜର ଆସିବେ। ଅମିତାଭ ବଚ୍ଚନ କେବଳ ଚଳଚ୍ଚିତ୍ର ଜଗତରେ ଲୋକପ୍ରିୟ ନୁହନ୍ତି ରିଏଲିଟି ସୋ କୋନ ବନେଗା କରୋଡପତିରେ ମଧ୍ୟ ବେଶ ଲୋକପ୍ରିୟ ହୋଇଛନ୍ତି। ଚଳିତବର୍ଷ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଅଭିତାଭ। ମହିଳାମାନଙ୍କୁ ସେ ଖୁବ୍‌ ସମ୍ମାନ ଦେଇଥାନ୍ତି। ସେ ଲୋକପ୍ରିୟ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ତାଙ୍କର ଆଦର୍ଶ ବୋଲି ମାନିଥାନ୍ତି। ଏମିତିକି ସେ ଥରେ ତାଙ୍କ ଜୋତା ଉଠାଇଥିଲେ। ଅମିତାଭ ଥରେ କହିଥିଲେ, ପ୍ରଥମଥର ପାଇଁ ‘ରେଶମା ଔର ସେରା’ ଫିଲ୍ମରେ ମୋତେ ୱାହିଦା ରେହମାନଙ୍କ ସହିତ କାମ କରିବାକୁ ସୁଯୋଗ ମିଳିଥିଲା। ସେହି ଫିଲ୍ମର ଗୋଟିଏ ସିନରେ ସୁନୀଲ ଦତ୍ତ ଓ ୱାହିଦାଙ୍କୁ ଖାଲି ପାଦରେ ମରୁଭୂମିର ବାଲିରେ ବସିବାର ଥିଲା। କିନ୍ତୁ ସେତେବେଳେ ସେଠାରେ ତାପମାତ୍ରା ଏତେ ଅଧିକ ଥିଲା ଯେ ଜୋତା ପିନ୍ଧି ବି ବାଲିରେ ଛିଡା ହେବା ଅସମ୍ଭବ ଥିଲା। ମୁଁ ଏହି କଥାକୁ ନେଇ ଚିନ୍ତିତ ହୋଇଯାଇ ଥିଲି। ୱାହିଦା ଏପରି ପରିସ୍ଥିତିରେ ବିନା ଜୋତାରେ କିପରି ସୁଟିଂ କରିବେ ବୋଲି ଭାବିଥିଲି। ସେଥିପାଇଁ ଡାଇରେକ୍ଟର ବ୍ରେକ ଦେବା ମାତ୍ରେ ସମୟ ନଷ୍ଟ ନ କରି ୱାହିଦାଙ୍କ ଜୋତା ଉଠାଇ ମୁଁ ସିଧା ସେଟ ପାଖକୁ ଦୌଡିଯାଉଥିଲେ। ସେହି ସମୟ ମୋ ପାଇଁ କେତେ ମୂଲ୍ୟବାନ ଥିଲା ତାହା ମୁଁ ପ୍ରକାଶ କରି ପାରିବି ନାହିଁ।’ ବିଗ ବି ଆହୁରି କହିଥିଲେ,ଦିଲ୍ଲୀପ କୁମାର ଓ ୱାହିଦା ରେହମାନ ମୋ ଜୀବନର ଆଦର୍ଶ। ଆଜି ପର୍ଯ୍ୟନ୍ତ ୱାହିଦା ରେହମାନ ମୋ ପାଇଁ ସବୁଠାରୁ ସୁନ୍ଦର ମହିଳା। ଭଲ ଅଭିନେତ୍ରୀ ସହିତ ସେ ଜଣେ ଭଲ ମଣିଷ ମଧ୍ୟ। ମୋ ପାଇଁ ୱାହିଦା ଜଣେ ଭାରତୀୟ ଆଦର୍ଶ ନାରୀର ଉଦାହରଣ। ବଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ତାଙ୍କର ଅତୁଳନୀୟ ଯୋଗଦାନ ରହିଛି, ଯାହାକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ। ୱାହିଦା ରେହମାନ ଓ ଅମିତାଭ ବଚ୍ଚନ ‘ତ୍ରିଶୁଲ’, ‘ଅଦାଲତ’ ଓ ‘ନମକ ହଲାଲ’ ପରି ଫିଲ୍ମରେ ଏକାଠି କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ…

ଜାକର୍ତ୍ତା,୭।୭: ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛି। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସବିଆଣ୍ଟୋ ଘୋଷଣା କରିଛନ୍ତି, ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘Bintang…

ବୈତରଣୀରେ ବଢ଼ୁଛି ବନ୍ୟା, ଧସୁଛି ନଦୀବନ୍ଧ: ରାସ୍ତା ବିଚ୍ଛିନ୍ନ ହେବାର ଆଶଙ୍କା

ଧାମନଗର,୭।୭ (କାଳନ୍ଦି ବେହେରା): ଭଦ୍ରକ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ପାଞ୍ଚ ଦିନ ଧରି ବୈତରଣୀ ନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର…

ଟ୍ରମ୍ପଙ୍କୁ ପ୍ରକୃତରେ କେଉଁ ପ୍ରକାରର ସାହାଯ୍ୟ ମାଗୁଛନ୍ତି ଜେଲନସ୍କି? ଜାଣନ୍ତୁ ଏହା ପଛର ବଡ଼ କାରଣ

କ୍ୱିଭ,୭।୭: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାକୁ ବାୟୁ ପ୍ରତିରକ୍ଷା ପାଇଁ ସମର୍ଥନ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସେ ଆମେରିକାକୁ ଦେଶୀୟ ସ୍ତରରେ ପାଟ୍ରିଅଟ କ୍ଷେପଣାସ୍ତ୍ର…

ଭୟଙ୍କର ହତ୍ୟାକାଣ୍ଡ….ପ୍ରେମିକ ପାଇଁ ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ସ୍ବାମୀଙ୍କୁ ହତ୍ୟା, ପୂର୍ବରୁ ବିଲ୍ଡିଂରୁ ଠେଲି ଦେଇଥିଲେ

ହାଇଦ୍ରାବାଦ,୭।୭: ତେଲେଙ୍ଗାନାର ନିଜାମାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମ ସମ୍ପର୍କ ଯୋଗୁଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ହତ୍ୟାର ପଦ୍ଧତି…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ନିରବତା ମଧ୍ୟରେ ପୁଣି ବିସ୍ଫୋରଣର ପ୍ରତିଧ୍ୱନି? ହର୍ମୁଜରେ ଆକ୍ରମଣ କଲା ଇରାନ? ଦୁଇ ଜାହାଜ ଉପରେ ମିଶାଇଲ ଆଟାକ

ତେହରାନ,୭।୭: ଇରାନ ତା’ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି; ସମଗ୍ର ଦେଶ ଏବେ ଶୋକରେ ଅଛି। ଏହି ସମୟରେ, ହର୍ମୁଜ ପ୍ରଣାଳୀରେ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri