ଏସ୍‌ସି ଓ ଏସ୍‌ଟି ହଷ୍ଟେଲରେ ଛାତ୍ରୀ ଗର୍ଭବତୀ ହେବା ଘଟଣା: ପୀଡ଼ିତାଙ୍କ ଠିକଣା ଦେଇ ହରଡ଼ଘଣାରେ ପୋଲିସ

ଭୁବନେଶ୍ୱର, ୬ା୭(ବ୍ୟୁରୋ): ରାଜଧାନୀର ଏକ ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସି ଓ ଏସ୍‌ଟି) ଛାତ୍ରୀ ନିବାସରେ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ ବିବାଦରେ ଛନ୍ଦି ହୋଇଛି ପୋଲିସ। ଗଣମାଧ୍ୟମକୁ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପ୍ରେସ୍‌ ରିଲିଜ୍‌ରେ ପରୋକ୍ଷରେ ପୀଡିତାଙ୍କ ଠିକଣା ଉଲ୍ଲେଖ କରାଯାଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଚାଇଲ୍ଡ ଲାଇନ୍‌ ଡାଇରେକ୍ଟର ବେଣୁଧର ସେନାପତି ଉଭୟ ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି) ଓ ଓଡ଼ିଶା ଷ୍ଟେଟ୍‌ କମିଶନ ଫର୍‌ ପ୍ରୋଟେକ୍ସନ ଅଫ୍‌ ଚାଇଲ୍ଡ ରାଇଟ୍‌ସ (ଓଏସ୍‌ସିପିସିଆର୍‌)ରେ ପିଟିଶନ କରିଛନ୍ତି।
ପୋଲିସର ଏପରି ପ୍ରେସ୍‌ ରିଲିଜ୍‌ କେୟାର ଆଣ୍ଡ୍‌ ପ୍ରେଟେକ୍ସନ ଅଫ୍‌ ଚିଲଡ୍ରେନ ଆକ୍ଟ ୨୦୧୭ ସେକ୍ସନ ୭୪କୁ ଉଲ୍ଲଂଘନ କରୁଛି। ପୋକ୍‌ସୋ ଆକ୍ଟ ଅନୁଯାୟୀ କୌଣସି ନାବଳିକା ପୀଡିତାଙ୍କ ପରିଚୟ ବା ଘର ଠିକଣା ସର୍ବସମ୍ମୁଖରେ ପ୍ରକାଶ କରିବା ଦଣ୍ଡନୀୟ ଅପରାଧ ଅଟେ। କମିଶନରେଟ ପୋଲିସ ପୋକ୍‌ସୋ,ଜେଜେ ଆକ୍ଟ ଏବଂ ଚାଇଲ୍ଡଲାଇନର ଗାଇଡ୍‌ ଲାଇନକୁ ଉଲ୍ଲଂଘନ କରିଥିବା ନେଇ ଗଣମାଧ୍ୟମରେ ବୁଧବାର ଖବର ପ୍ରକାଶ ପାଇଥିଲା। ଏହାକୁ ଆଧାର କରି ଭୁବନେଶ୍ୱର ଚାଇଲ୍ଡଲାଇନ ଡାଇରେକ୍ଟର ସେନାପତି ପିଟିସନ କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖନ ତଦନ୍ତ କରି କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବାକୁ ପିଟିଶନରେ ଉଲ୍ଲେଖ କରାଯାଇଛି। ଏପରି ଘଟଣାକୁ ଓଏସ୍‌ସିପିସିଆର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଅତି ଗୁରୁତ୍ୱର ସହ ନେଇ କହିଛନ୍ତି, ଅନେକ ଘଟଣାରେ ନାବାଳିକା ପୀଡିତାଙ୍କ ଠିକଣା ସର୍ବସମ୍ମୁଖକୁ ଆସିବା ପରେ ଅନେକ ଆତ୍ମହତ୍ୟାର ପନ୍ଥା ବାଛିନେବାର ନଜିର ରହିଛି। ତେଣୁ ଉକ୍ତ ଘଟଣାରେ ତଦନ୍ତକାରୀ ଅଧିକାରୀ କିପରି ଅବହେଳା ପ୍ରଦର୍ଶନ କଲେ। ଏ ନେଇ ପୋଲିସ କମିଶନରଙ୍କୁ ଚିଠି କରାଯିବା ସହ ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣା: ଜଜ୍‌ଙ୍କ ବାସଭବନ ପରେ ମେଡିକାଲ ପଛପଟେ ବୁଲୁଛି ଜଙ୍ଗଲୀ ଭାଲୁ, ଉଦ୍ଧାର କାର୍ଯ୍ୟରେ…

ଭବାନୀପାଟଣା, ,୨୦।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଶନିବାର…

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri