ଏସ୍‌ସିବିକୁ ବିଶ୍ୱସ୍ତରୀୟ ଚିକିତ୍ସାଳୟ କରିବା ଲାଗି ପ୍ରକ୍ରିୟା ଆରମ୍ଭ, ଗୁରୁବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୧(ବ୍ୟୁରୋ): କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା କରିବା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ପହିଲାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ବୁଧବାର ସକାଳେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଏସ୍‌ସିବି ଗସ୍ତ କରିବା ପରେ ବିଶ୍ୱସ୍ତରୀୟ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ତେବେ ସନ୍ଧ୍ୟା ସୁଦ୍ଧା ଜିଲାପାଳ ଓ ଆରଡିସି ଜମି ଅଧିଗ୍ରହଣ ନେଇ ପ୍ରସ୍ତାବ ଦେବେ। ଏହାପରେ ମୁଖ୍ୟମନ୍ତ୍ରୀ କଟକ ଗସ୍ତ କରିବା ସହିତ ଏହାର ସମୀକ୍ଷା କରିବାର କାଯ୍ୟକ୍ରମ ରହିଛି।

ସୂଚନା ଅନୁଯାୟୀ, ବିଶ୍ୱସ୍ତରୀୟ ଚିକିତ୍ସାଳୟ ପାଇଁ ଆବଶ୍ୟକ ପଡୁଥିବା ଜମି ଲାଗି ଡାକ୍ତରଖାନା ନିକଟରେ ଥିବା ଜଳସମ୍ପଦ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର କିଛି ସ୍ଥାନ ସମେତ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ କ୍ୱାର୍ଟର ଆଦିର ଉଚ୍ଛେଦ ହେବ। ଏହି ପ୍ରକ୍ରିୟାରେ ୧୩ଜଣ ଡାକ୍ତରଙ୍କ ସରକାରୀ ଘର ହଟାଇବାକୁ ପଡିବ। ତେବେ ଉଚ୍ଛେଦ ହେଉଥିବା କର୍ମଚାରୀମାନଙ୍କୁ ସରକାର ଅନ୍ୟ ସ୍ଥାନରେ ରଖିବାର ବ୍ୟବସ୍ଥା କରୁଥିବାବେଳେ ଅନ୍ୟ କ୍ଷତିଗ୍ରସ୍ତମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯିବ। ଏହି ଅଧିଗ୍ରହଣରୁ ୨୫ ଏକର ଜମି ସରକାରଙ୍କ ହାତକୁ ଆସିବ। ଫେବୃୟାରୀ ୨୮ ସୁଦ୍ଧା ଅଧିଗ୍ରହଣ କାର୍ଯ୍ୟ ସରିବ ଏବଂ ମାର୍ଚ୍ଚ ପହିଲାରୁ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ ଲାଗି ଲକ୍ଷ୍ୟ ରହିଛି। ସେହିଭଳି ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ତିନି ଲେନ୍‌ ବିଶିଷ୍ଟ କରାଯିବା ସହିତ ଯାତାୟତ ସୁବିଧା ପାଇଁ ଦୁଇଟି ଓଭରବ୍ରିଜ ନିର୍ମାଣ କରାଯିବ। ପାଣ୍ଡିଆନଙ୍କ ସହିତ ପୂର୍ତ୍ତ ବିଭାଗ ସଚିବ ଡକ୍ଟର କ୍ରିଷନ କୁମାର, ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର ଓ ଗୃହ ଏବଂ ନଗର ଉନ୍ନୟନ ସଚିବ ଜି.ମାଥିଭାଥନନ୍‌ ଏସ୍‌ସିବି ପରିଦର୍ଶନରେ ଯାଇ କାର୍ଯ୍ୟର ସମୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଣୀମାନଙ୍କୁ ସେବା ଦେବା ଆବଶ୍ୟକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍‌ଲାଇନ ଜରିଆରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍‌ପଲାଇନ ସହିତ ଅନେକ ନୂଆ ଯୋଜନାର...

ଆଜି ଆଉ ୧୧ ଜୀବନ ନେଲା କରୋନା, ୫୯୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୧୦ା୯(ବ୍ୟୁରୋ): ଗୁରୁବାର ରାଜ୍ୟରୁ ଆଉ ୧୧ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୯୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

୧୯ରୁ ଭୁବନେଶ୍ୱରରେ ପଲ୍‌ସ ପୋଲିଓ ଟିକାକରଣ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଭୁବନେଶ୍ୱରରେ ଆସନ୍ତା ୧୯, ୨୦ ଓ ୨୧ ତାରିଖରେ ପଲସ୍‌ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୪୯ ବୁଥ୍‌ରେ ୪୯୮ ଦଳ ଅନ୍ତର୍ଭୁକ୍ତ...

ସିଙ୍ଗଲ୍‌ ଓ୍ବିଣ୍ଡୋ ବୈଠକରେ ୮ ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜ୍ୟରେ ଶିଳ୍ପ ବିକାଶ ଏବଂ ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବା ପାଇଁ ପୁଞ୍ଜି ନିବେଶ କରିବାକୁ ଥିବା ୮ଟି ନୂତନ ପ୍ରସ୍ତାବିତ...

ଶଟ୍‌ଡାଉନ୍‌ରେ ହଟହଟା ହେଲେ ଯାତ୍ରୀ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୧ ଜିଲାରେ ଶନି ଓ ରବିବାର ଦୁଇ ଦିନିଆ ଶଟ୍‌ଡାଉନ୍‌ କରାଯାଉଛି। ଏଥିଯୋଗୁ ଦୋକାନ ବଜାର ଓ...

ମନ୍ଦାକିନୀ ବ୍ୟାରେଜର ୫ ନମ୍ବର ଗେଟ୍‌ ଭାଙ୍ଗିଲା

ନିରାକାରପୁର,୧୮ା୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତ ସ୍ଥିତ ମନ୍ଦାକିନୀ ବ୍ୟାରେଜର ୫ ନମ୍ବର ଗେଟ୍‌ଟି ପାଣି ସୁଅରେ ଭାଙ୍ଗିଯାଇଛି। ଫଳରେ ତଳ ମୁଣ୍ଡରେ ଘାଇ ସୃଷ୍ଟି...

ରାଜ୍ୟ ଦାୟିତ୍ୱ ମିଳିଲେ ମାନିବି

୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ ଲୋକ ସଭା ଆସନରୁ କଂଗ୍ରେସକୁ ମାତ୍ର ଗୋଟିଏ ଆସନ ମିଳିଛି। କୋରାପୁଟ ଲୋକ ସଭା ଆସନରୁ ବିଜୟୀ ହୋଇଛନ୍ତି...

ଓବିସିଙ୍କୁ ହାତେଇବାକୁ କସରତ

ଭୁବନେଶ୍ୱର,୧୦ା୯(ବ୍ୟୁରୋ):ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ନେଇ ଜାତୀୟ ଓ ରାଜ୍ୟସ୍ତରରେ ରାଜନୀତି ସରଗରମ ହୋଇଛି। ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନରେ ଓବିସି ଭୋଟ ହାତେଇବାକୁ...

Advertisement
Archives

Model This Week