ଏସ୍‌ବିଆଇ ବିରୋଧରେ ଅଭିଯୋଗ ଆଣିଲେ ମାଲ୍ୟା

ଲଣ୍ଡନ,୨୦-୪: ପଳାତକ ଘୋଷିତ ବିଜୟ ମାଲ୍ୟା ରାଷ୍ଟ୍ରାୟତ୍ତ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ବିରୋଧରେ ଅଭିଯୋଗ ଆଣିଛନ୍ତି। ସୋସିଆଲ ମିଡିଆରେ ଏସ୍‌ବିଆଇକୁ ଟାର୍ଗେଟ କରି ମାଲ୍ୟା କହିଛନ୍ତି, ଏହା ଦେଶର ଟିକସଦାତାଙ୍କ ଟଙ୍କାକୁ ଇଂଲଣ୍ଡରେ ଆଇନଗତ ମାମଲା ଲଢିବାରେ ଖର୍ଚ୍ଚ କରୁଛି। ଏସ୍‌ବିଆଇ ନେତୃତ୍ୱାଧିନ ବ୍ୟାଙ୍କ ଗୋଷ୍ଠୀ ତାଙ୍କ ପଛରେ ଭୂଲରେ ପଡିଥିବା ମାଲ୍ୟା ଟୁଇଟରେ କହିଛନ୍ତି। ଏହାକୁ ନେଇ ଏସ୍‌ବିଆଇ ଲୋକଙ୍କ ନିକଟରେ ଉତ୍ତରଦାୟୀ ରହିବା ଆବଶ୍ୟକ ବୋଲି ସେ ଅଭିଯୋଗରେ କହିଛନ୍ତି। ଏହାକୁ ନେଇ ଦେଶର ଗଣମାଧ୍ୟମ ମଧ୍ୟ ଏସବିଆଇକୁ ପ୍ରଶ୍ନ କରୁ ବୋଲି ସେ ଯୁକ୍ତି ବାଢିଛନ୍ତି। ସୂଚନା ଯୋଗ୍ୟ, ଲଣ୍ଡନ ବ୍ୟାଙ୍କରେ ଜମା ଥିବା ଅର୍ଥ ସମ୍ପର୍କିତ ଆଦେଶକୁ  ବାତିଲ ପାଇଁ ମାଲ୍ୟାଙ୍କ ପକ୍ଷରୁ ଆଗତ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।  ଅଦାଲତଙ୍କ ଏହି ନିଷ୍ପତ୍ତି ପରେ ଭାରତୀୟ ବ୍ୟାଙ୍କ କନସୋର୍ଟିୟମ ଲଣ୍ଡନ ବ୍ୟାଙ୍କରେ ଜମା ଥିବା ମାଲ୍ୟାଙ୍କ ୨ଲକ୍ଷ ୬୦ ହଜାର ପାଉଣ୍ଡ ରାଶିକୁ ଅସୁଲ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାଇସ୍‌ ବ୍ରାନ୍‌ ତେଲ ଉତ୍ପାଦନକାରୀ ସଂସ୍ଥା ଉପରେ ଚଢ଼ାଉ

କଟକ,୧୯।୫: ଓଡ଼ିଶା ରାଜ୍ୟ ସିଟି ଏବଂ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଶାଖା ପାଖରେ ବିଭିନ୍ନ ରାଇସ୍‌ ବ୍ରାନ୍‌ ତେଲ ଉତ୍ପାଦନକାରୀ ସଂସ୍ଥା ବିରୋଧରେ ଟିକସ ଫାଙ୍କି ଅଭିଯୋଗ...

ଆହୁରି ମହଙ୍ଗା ହେବ ସୁନା

ନୂଆଦିଲ୍ଲୀ,୧୮।୪:  ଦେଶରେ ବର୍ତ୍ତମାନ କରୋନା ମହାମାରୀର ୨ୟ ଲହର ଜାରି ରହିଛି। ଏହି ସମୟରେ ଦେଶରେ ସୁନା ଓ ରୁପାର ଦର ଲଗାତର ଭାବେ ପରିବର୍ତ୍ତନ ହେଉଛି।...

ପୂର୍ବାପେକ୍ଷା ଟ୍ରାକ୍ଟର ଚାହିଦା ବଢୁଛି: ସଞ୍ଜିତ କୁମାର

କୃଷି ପ୍ରଧାନ ଦେଶ ଭାରତରେ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯାଉଥିବାରୁ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ପାଉଛି। କୃଷି ଯନ୍ତ୍ରପାତି ଭାବେ ଟ୍ରାକ୍ଟରର ସବୁଠାରୁ ରହିଛି ଗୁରୁତ୍ୱପୂର୍ଣ୍ଣ...

ଏଲ୍‌ଆଇସି ଆଇପିଓ ଆକାରରେ ହ୍ରାସ

ନୂଆଦିଲ୍ଲୀ,୨୪।୪: ଭାରତୀୟ ଜୀବନବୀମା ନିଗମ ବୋର୍ଡ ପକ୍ଷରୁ ରାଷ୍ଟ୍ରାୟତ୍ତ ଫାର୍ମର ପ୍ରାରମ୍ଭିକ ସାର୍ବଜନିନ ଅଫରିଂ (ଆଇପିଓ)ର ଆକାର ହ୍ରାସ କରିବାକୁ ଅନୁମୋଦନ କରାଯାଇଛି। ନିୟାମକ ଅନୁମୋଦନ...

ହେଲିକପ୍ଟର ମନିକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୪: କୋଭିଡ୍‌-୧୯ ପ୍ରଭାବକୁ ଶେଷ କରିବା ଲାଗି ଏବେ ଲକ୍‌ଡାଉନ ଲାଗି ରହିଛି। ମଙ୍ଗଳବାର ଯାଏ ଲକ୍‌ଡାଉନ ଅବଧି ରହିଥିବା ବେଳେ ଏହାକୁ ବଢ଼ାଇବା ଲାଗି...

ଦୃଢ଼ ଇକୋସିଷ୍ଟମ୍‌ ଗଠନକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୧।୪: ଦେଶର ପ୍ରମୁଖ ଫିନ୍‌ଟେକ୍‌ କମ୍ପାନୀ ଭାରତପେ ଗ୍ରୁପ୍‌ ଏବଂ ମହିଳା ଉଦ୍ୟୋଗୀ ପ୍ଲାଟ୍‌ଫର୍ମ (ଡବ୍ଲ୍ୟୁଇପି) ମଧ୍ୟରେ ଏକ ବ୍ୟବସାୟିକ ସହଭାଗିତା ସ୍ଥାପନ କରାଯାଇଥିବା ଉଭୟ...

ଚାଇନା ଛାଡୁଥିବା କମ୍ପାନୀଙ୍କ ଲାଗି ସ୍ବତନ୍ତ୍ର ପ୍ଳାନ୍‌

ନୂଆଦିଲ୍ଲୀ,୨୩।୪: ଚାଇନା ଛାଡ଼ି ଭାରତ ଆସିବାକୁ ଚାହୁଁଥିବା କମ୍ପାନୀଙ୍କ ଲାଗି ସରକାର ସ୍ବତନ୍ତ୍ର ଯୋଜନା ହାତକୁ ନେଉଛନ୍ତି। ଏଭଳି କମ୍ପାନୀଗୁଡିକରେ ଭାରତରେ ସ୍ବତନ୍ତ୍ର ଫାଇଦା ଦେବାକୁ...

ବ୍ୟକ୍ତିଗତ ଡାଟା ସୁରକ୍ଷା ସପକ୍ଷରେ ଆର୍‌ବିଆଇ ଇଡି

ମୁମ୍ବାଇ: ବ୍ୟକ୍ତିଗତ ଡାଟା ସୁରକ୍ଷା ସପକ୍ଷରେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଟି. ରବିଶଙ୍କର ନିଜର ମତ ରଖିଛନ୍ତି। ବ୍ୟକ୍ତିଗତ ଡାଟାର ସୁରକ୍ଷା ଲାଗି ଆଇନକୁ...

Advertisement
Archives

Model This Week