Posted inଖେଳ

ଏସିଆନ ୟୁଥ୍‌ ବକ୍ସିଂ: ଭାରତୀୟ ମହିଳାଙ୍କୁ ୫ ସ୍ବର୍ଣ୍ଣ, ପୁରୁଷଙ୍କୁ ୨ ରୌପ୍ୟ

ଉଲାନବାତାର,୧୭।୧୧(ପି.ଟି.): ମଙ୍ଗୋଲିଆର ଉଲାନବାତାରଠାରେ ଚାଲିଥିବା ଏସିଆନ ୟୁଥ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତୀୟ ବକ୍ସରମାନେ ଦମ୍‌ଦାର ପ୍ରଦର୍ଶନ କରି ଏକାଧିକ ପଦକ ହାସଲ କରିଛନ୍ତି। ଭାରତୀୟ ମହିଳା ବକ୍ସରମାନେ ୫ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁରୁଷ ବକ୍ସର ୨ଟି ରୌପ୍ୟ ପଦକ ଜିତିଛନ୍ତି।
୫୧ କେ.ଜି. ବର୍ଗରେ ନାଓରେମ ଚାନୁ, ୬୪ କେ.ଜି. ବର୍ଗରେ ଭିନ୍‌କା, ୭୫ କେ.ଜି. ବର୍ଗରେ ସାନାମାଚା ଚାନୁ, ୫୪ କେ.ଜି.ରେ ପୁନମ ଓ ୮୧ କେ.ଜି.ରେ ସୁଷମା ସ୍ବର୍ଣ୍ଣ ପଦକ ହାସଲ କରିଛ ଭାରତ ପାଇଁ କ୍ଲିନ୍‌ ସୁଇପ୍‌ କରିଛନ୍ତି। ଅନ୍ୟପଟେ ପୁରୁଷ ବର୍ଗରେ ସଲେ ସାଏ ୪୯ କେ.ଜି. ବର୍ଗରେ ଓ ଅଙ୍କିତ୍‌ ନରଓ୍ବାଲ ୬୦ କେ.ଜି. ବର୍ଗରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି। ଭାରତ ଏହି ଟୁର୍ନାମେଣ୍ଟରେ ମୋଟ ଉପରେ ୧୨ଟି ପଦକ ହାସଲ କରିଛି। ଅନ୍ୟମାନଙ୍କ ମଧ୍ୟରେ ଅରୁନ୍ଧୋତି ଚୌଧୁରୀ ୬୯ କେ.ଜି., କୋମଲପ୍ରୀତ କୌର + ୮୧ କେ.ଜି. ବର୍ଗରେ ଜୟସ୍‌ମିନ୍‌ ୫୭ କେ.ଜି. ବର୍ଗରେ, ସତେନ୍ଦର ସିଂ ୯୧ କେ.ଜ, ଓ ଅମନ + ୦୯୧ କେ.ଜି.ରେ ବ୍ରୋଞ୍ଜ ପଦକ ଜିତିଛନ୍ତି।
ପୁରୁଷ ବର୍ଗରେ ସଏ ଫାଇନାଲରେ କାଜାଖସ୍ଥାନର ବାଜାରବେ ଉଲୁ ମୁଖାମେଡସାୟଫିଙ୍କଠାରୁ ପରାସ୍ତ ହୋଇଥିଲେ। ସେହିପରି ଜାପାନର ରେଇଟୋ ସୁଟସୁମଙ୍କଠାରୁ ପରାସ୍ତ ହୋଇ ନରଓ୍ବାଲ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ। ମହିଳା ବର୍ଗରେ ପୁନମ ଚାଇନାର ଓ୍ବେଇକି କାଇଙ୍କୁ ଫାଇନାଲରେ ହରାଇ ଭାରତ ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ। ଏହପରେ ସୁଷମା କାଜାଖସ୍ଥାନର ବାକିଝାନକିଜ୍‌ଙ୍କୁ ହରାଇ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ନାଓରେମ ଚାନୁ କଜାଖସ୍ଥାନର ଅନେଲ ବାରକ୍ୟାଙ୍କୁ, ଭିନ୍‌କା ଚାଇନାର ହାଇନି ନୁଲାଟଶଇଆଲିଙ୍କୁ ଓ ସାନାମାଚୁ ଚାନୁ ଉଜବେକିସ୍ତାନର ନାଭବାଖୋର ଖାମିଡୋଭାଙ୍କୁ ଫାଇନାଲରେ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗ୍ଲୋଡେନ ଗ୍ଲୋବ ରେସ ଜିତି ଇତିହାସ ରଚିଲେ ଅଭିଳାଷ…

ପ୍ୟାରିସ,୨୯।୪ : ଭାରତୀୟ ନୌସେନାର ପୂର୍ବତନ କମାଣ୍ଡର ଅଭିଳାଷ ଟମି ଗୋଲଡେନ ଗ୍ଲୋବ ରେସରେ ଜିତି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହା ଦୁନିଆର ସବୁଠାରୁ...

ପତ୍ନୀ ଅନୁଷ୍କାଙ୍କୁ ଏହି ନାମରେ ଡାକନ୍ତି ବିରାଟ: ଆପଣ ଜାଣନ୍ତି କି ତାଙ୍କର ଏସବୁ ସିକ୍ରେଟ୍‌…

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲୀଙ୍କ ଆଜି ହେଉଛି ହାପି ବର୍ଥ ଡେ। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ...

ସୌରଭ ସେମିଫାଇନାଲରେ

ହୋ ଚି ମିନ୍‌ ସିଟି, ୧୩ା୯ (ପି.ଟି.)-ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ସୌରଭ ବର୍ମା ଭିଏତ୍‌ନାମ ଓପନ ବିଡବ୍ଲ୍ୟୁଏଫ୍‌ ଟୁର୍‌ ସୁପର ୧୦୦ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ...

ନ୍ୟୁଜିଲାଣ୍ଡକୁ ପ୍ରାରମ୍ଭିକ ଝଟକା

ମାଞ୍ଚେଷ୍ଟର୍‌, ୯।୭: ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଥିବା ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପ୍ରାରମ୍ଭିକ ଝଟକା ଲାଗିଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା...

ରାହୁଲଙ୍କୁ ଦଣ୍ଡ ଦେଲା ଆଇସିସି

ଲଣ୍ଡନ,୫।୯: ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବାରୁ ଭାରତୀୟ ଓପନର୍‌ କେ.ଏଲ ରାହୁଲଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦ୍ୱାରା ତାଙ୍କ ମ୍ୟାଚ ଶୁଳ୍କର...

ଆକ୍ସନ ପ୍ଲାନ୍‌ ଆରମ୍ଭ କରିବ ହକି ଇଣ୍ଡିଆ

ନୂଆଦିଲ୍ଲୀ, ୩୧।୩- ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି(ଆଇଓସି) ପକ୍ଷରୁ ଟୋକିଓ ଅଲିମ୍ପିକ୍ସ ପାଇଁ ନୂଆ ତାରିଖ ଘୋଷଣା ପରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳ...

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ସପ୍ତମ ସ୍ଥାନକୁ ଉଠିଲେ କୋହଲି, ତୃତୀୟରେ ରାହୁଲ ଅପରିବର୍ତ୍ତିତ

ଦୁବାଇ,୨୪।୧୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ତାଙ୍କର ତୃତୀୟ ସ୍ଥାନ ବଜାୟ ରଖିଛନ୍ତି।...

ଟି୨୦: ଭାରତ ସିରିଜ ବିଜୟୀ

ଲଡରହିଲ, ୫ା୮- ରବିବାର ଏଠାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୨୨ ରନରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ଏଥିସହ ଭାରତ...

Advertisement
Archives

Model This Week