Posted inଖେଳ

ଏସିଆନ ୟୁଥ୍‌ ବକ୍ସିଂ: ଭାରତୀୟ ମହିଳାଙ୍କୁ ୫ ସ୍ବର୍ଣ୍ଣ, ପୁରୁଷଙ୍କୁ ୨ ରୌପ୍ୟ

ଉଲାନବାତାର,୧୭।୧୧(ପି.ଟି.): ମଙ୍ଗୋଲିଆର ଉଲାନବାତାରଠାରେ ଚାଲିଥିବା ଏସିଆନ ୟୁଥ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତୀୟ ବକ୍ସରମାନେ ଦମ୍‌ଦାର ପ୍ରଦର୍ଶନ କରି ଏକାଧିକ ପଦକ ହାସଲ କରିଛନ୍ତି। ଭାରତୀୟ ମହିଳା ବକ୍ସରମାନେ ୫ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁରୁଷ ବକ୍ସର ୨ଟି ରୌପ୍ୟ ପଦକ ଜିତିଛନ୍ତି।
୫୧ କେ.ଜି. ବର୍ଗରେ ନାଓରେମ ଚାନୁ, ୬୪ କେ.ଜି. ବର୍ଗରେ ଭିନ୍‌କା, ୭୫ କେ.ଜି. ବର୍ଗରେ ସାନାମାଚା ଚାନୁ, ୫୪ କେ.ଜି.ରେ ପୁନମ ଓ ୮୧ କେ.ଜି.ରେ ସୁଷମା ସ୍ବର୍ଣ୍ଣ ପଦକ ହାସଲ କରିଛ ଭାରତ ପାଇଁ କ୍ଲିନ୍‌ ସୁଇପ୍‌ କରିଛନ୍ତି। ଅନ୍ୟପଟେ ପୁରୁଷ ବର୍ଗରେ ସଲେ ସାଏ ୪୯ କେ.ଜି. ବର୍ଗରେ ଓ ଅଙ୍କିତ୍‌ ନରଓ୍ବାଲ ୬୦ କେ.ଜି. ବର୍ଗରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି। ଭାରତ ଏହି ଟୁର୍ନାମେଣ୍ଟରେ ମୋଟ ଉପରେ ୧୨ଟି ପଦକ ହାସଲ କରିଛି। ଅନ୍ୟମାନଙ୍କ ମଧ୍ୟରେ ଅରୁନ୍ଧୋତି ଚୌଧୁରୀ ୬୯ କେ.ଜି., କୋମଲପ୍ରୀତ କୌର + ୮୧ କେ.ଜି. ବର୍ଗରେ ଜୟସ୍‌ମିନ୍‌ ୫୭ କେ.ଜି. ବର୍ଗରେ, ସତେନ୍ଦର ସିଂ ୯୧ କେ.ଜ, ଓ ଅମନ + ୦୯୧ କେ.ଜି.ରେ ବ୍ରୋଞ୍ଜ ପଦକ ଜିତିଛନ୍ତି।
ପୁରୁଷ ବର୍ଗରେ ସଏ ଫାଇନାଲରେ କାଜାଖସ୍ଥାନର ବାଜାରବେ ଉଲୁ ମୁଖାମେଡସାୟଫିଙ୍କଠାରୁ ପରାସ୍ତ ହୋଇଥିଲେ। ସେହିପରି ଜାପାନର ରେଇଟୋ ସୁଟସୁମଙ୍କଠାରୁ ପରାସ୍ତ ହୋଇ ନରଓ୍ବାଲ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ। ମହିଳା ବର୍ଗରେ ପୁନମ ଚାଇନାର ଓ୍ବେଇକି କାଇଙ୍କୁ ଫାଇନାଲରେ ହରାଇ ଭାରତ ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ। ଏହପରେ ସୁଷମା କାଜାଖସ୍ଥାନର ବାକିଝାନକିଜ୍‌ଙ୍କୁ ହରାଇ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ନାଓରେମ ଚାନୁ କଜାଖସ୍ଥାନର ଅନେଲ ବାରକ୍ୟାଙ୍କୁ, ଭିନ୍‌କା ଚାଇନାର ହାଇନି ନୁଲାଟଶଇଆଲିଙ୍କୁ ଓ ସାନାମାଚୁ ଚାନୁ ଉଜବେକିସ୍ତାନର ନାଭବାଖୋର ଖାମିଡୋଭାଙ୍କୁ ଫାଇନାଲରେ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri