ଏଲ୍‌ଜି ପକ୍ଷରୁ କୁକିଂ କଣ୍ଟେଷ୍ଟ

ଭୁବନେଶ୍ୱର,୧୭-୬(ବ୍ୟୁରୋ): ଏଲ୍‌ଜି ଇଲେକଟ୍ରୋନିକ୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ କୁକିଂ କଣ୍ଟେଷ୍ଟ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କମ୍ପାନୀ ଘରୋଇ ବଜାରରେ ୨୨ତମ ପୂର୍ତ୍ତି ପାଳନ କରୁଛି। ରଜପର୍ବ ଉପଲକ୍ଷେ ଏଭଳି ଏକ ପ୍ରତିଯୋଗିତା ଦ୍ୱିତୀୟ ବର୍ଷ ଲାଗି ଓଡିଶାରେ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମକୁ କମ୍ପାନୀର ଶାଖା ପ୍ରବନ୍ଧକ ମନୀଷ ସିଂଘଲ, ଆଞ୍ଚଳିକ ମାର୍କେଟିଂ ପ୍ରବନ୍ଧକ ଦେବାଶିଷ ମିଶ୍ର, ଶାଖା ମାର୍କେଟିଂ ପ୍ରବନ୍ଧକ ବିଭୁ ମହାପାତ୍ର, ସ୍ବାସ୍ଥ୍ୟ ବିଶେଷଜ୍ଞ ଅମରଜିତ ସ୍ବାଇଁ ଏବଂ ସୁଜିତ ସ୍ବାଇଁ ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସିନେ ଅଭିନେତ୍ରୀ ଅନୀଷା ଶର୍ମା, ସିତଲ ପଟ୍ଟନାୟକ ଏବଂ ରାକ୍ଷୀ ଦାସ ଅତିଥି ଭାବେ ଯୋଗ ଦେବା ସହ ବିଚାରକ ରହିଥିଲେ। ଏଥିରେ ମୋଟ ୭୦ ଜଣ ପ୍ରତିଯୋଗୀ ଯୋଗ ଦେଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟ ପରେ ଚୂଡାନ୍ତ ପର୍ଯ୍ୟାୟକୁ ୨୦ ଏବଂ ଶେଷରେ ଭାଗ୍ୟଶାଳୀ ବିଜେତା ଘୋଷଣା କରାଯାଇଥିଲା। ଏହି ଅବସରରେ ଆଞ୍ଚଳିକ ମାର୍କେଟିଂ ପ୍ରବନ୍ଧକ ଦେବାଶିଷ ମିଶ୍ର କହିଛନ୍ତି ଯେ, ମାଇକ୍ରୋଓଭନ ବ୍ୟବହାର ଦ୍ୱାରା ପ୍ରାୟ ୩୫୦ରୁ ଉର୍ଦ୍ଧ୍ୱ ବ୍ୟଞ୍ଜନ ପ୍ରସ୍ତୁତ ହୋଇପାରିବ। ଏହା ସ୍ବଳ୍ପ ସମୟ ନେଉଥିବା ବେଳେ ଏହାକୁ ପ୍ରୋତ୍ସାହିତ କରାଯାଉଥିବା ସେ କହିଛନ୍ତି। ମାଇକ୍ରୋଓ୍ବେଭ ବ୍ୟବହାର ସଚେତନତା ସୃଷ୍ଟି ଲାଗି ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଶାଖା ପ୍ରବନ୍ଧକ ମନୀଷ ସିଂଘଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ସହରରେ ସ୍ପଟ୍‌ ଗୋଲ୍ଡ ମାର୍କେଟ ବନ୍ଦ

ନୂଆଦିଲ୍ଲୀ,୨୪-୩: ଦେଶର ପ୍ରମୁଖ ସହରଗୁଡିକରେ କରୋନା ଜନିତ ଲକ୍‌ଡାଉନ ଯୋଗୁ ସ୍ପଟ୍‌ ଗୋଲ୍ଡ ମାର୍କେଟ ସୋମବାର ବନ୍ଦ ରହିଛି ବୋଲି ଏଚ୍‌ଡିଏଫ୍‌ସି ସିକ୍ୟୁରିଟି ପକ୍ଷରୁ ସୂନଚା...

ତୁର୍କିରୁ ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର;ଭାରତ ସଂକ୍ରାନ୍ତରେ ଆମେରିକା ଚୁପ୍‌

ଓ୍ବାଶିଂଟନ,୧୮-୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୁର୍କିଠାରୁ ଟାରିଫ ଛାଡ଼ର ସାମାନ୍ୟ ବ୍ୟବସ୍ଥା(ଜିଏସ୍‌ପି) ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି। ଜିଏସ୍‌ପି ମାଧ୍ୟମରେ ଗରିବ ତଥା ପଛୁଆ...

ରାଜ୍ୟଗୁଡ଼ିକୁ ୬୧୯୪ କୋଟିର ଅନୁଦାନ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ରାଜସ୍ବ ନିୟଣ୍ଟ ଅନୁଦାନ ଭାବେ ବୁଧବାର ୬୧୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ୧୨ ତମ ତଥା...

ଆଗାମୀ ଆର୍ଥତ୍କ ବର୍ଷରେ ସ୍ବାଭାବିକ ହେବ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: ଆସନ୍ତା ବର୍ଷରେ ଦେଶର ଅର୍ଥ ବ୍ୟବସ୍ଥା ସ୍ବାଭାବିକ ସ୍ଥିତିକୁ ଫେରିବା ନେଇ ଆଶା ରହିଛି ବୋଲି ଏସ୍‌ବିଆଇ ଅଧ୍ୟକ୍ଷ ଦିନେଶ କୁମାର ଖାରା ଶନିବାର...

ଜୈବବିବିଧତା କ୍ଷେତ୍ରରେ ଟିଏସ୍‌ଏମ୍‌ଏଲ୍‌ ସମ୍ମାନିତ

ଭୁବନେଶ୍ୱର,୧୧।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍‌ଏମ୍‌ଏଲ୍‌)କୁ ‘ଗ୍ରୋ ଉଇଥ୍‌ ନେଚର’ ଏବଂ ‘ନେଚର ଆଣ୍ଡ ୱାଇଲ୍ଡ ଲାଇଫ୍‌ କଞ୍ଜରଭେଶନ୍‌...

୪୦ ହଜାର କୋଟି କମିବ ଜିଏସ୍‌ଟି ଆଦାୟ;ବଢ଼ୁଛି ରାଜ୍ୟଗୁଡ଼ିକର ମୁଣ୍ଡବ୍ୟଥା

ନୂଆଦିଲ୍ଲୀ,୨୪-୯: ଗତ ଶୁକ୍ରବାର ଜିଏସ୍‌ଟି କାଉନସିଲର ୩୭ତମ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଗୋଟିଏ ଦୁଇଟିକୁ ଛାଡ଼ି ଦେଲେ ହୋଟେଲ ଶିଳ୍ପ ସମେତ କେତେକ...

ଲଗାତାର ୨୦ ଦିନ ପାଇଁ ବଢ଼ିଲା ତେଲଦର

ନୂଆଦିଲ୍ଲୀ,୨୬।୬: କରୋନା ସଂକ୍ରମଣ ଜନିତ ସମସ୍ୟା ମଧ୍ୟରେ ଦେଶରେ କ୍ରମାଗତ ଭାବେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଲଗାତାର ୨୦ ଦିନ ପାଇଁ ତେଲ...

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ଶେୟାର ବଜାରର ଫଳାଫଳ କ୍ରମାଗତ ଭାବେ ଉପର ତଳ ହେଉଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ନିବେଶକଙ୍କ ମନରେ...

Advertisement
Archives

Model This Week