ଏମ୍‌ସ ଡାକ୍ତରଙ୍କଠାରୁ ଅଧିକ ବେତନ ପାଉଛନ୍ତି ଓଡ଼ିଶା ଡାକ୍ତର

ଭୁବନେଶ୍ୱର, ୨୧ା୯ (ବ୍ୟୁରୋ): ଓଡ଼ିଶାର ଡାକ୍ତରମାନେ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କଠାରୁ ଅଧିକ ବେତନ ପାଇଥାନ୍ତି। ଏପରିକି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଚିକିତ୍ସକମାନେ ଏମ୍‌ସ ଚିକିତ୍ସକଙ୍କଠାରୁ ବି ଅଧିକ ବେତନ ପାଉଛନ୍ତି। ଉପାନ୍ତ ଅଞ୍ଚଳରେ ନିଯୁକ୍ତ ଡାକ୍ତରଙ୍କୁ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ରୋସତ୍ାହନ ରାଶି ପ୍ରଦାନ କରୁଛନ୍ତି। ନିକଟରେ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମରେ ନାମ ଲେଖାଇଥିବା ଡାକ୍ତରଙ୍କ ପାଇଁ ସରକାର ଅନେକ ପ୍ରୋସତ୍ାହନ ଘୋଷଣା କରିଛନ୍ତି। କେବିକେ ଅଞ୍ଚଳରେ ଥିବା ମେଡିକାଲ କଲେଜରେ କାମ କରିବାପାଇଁ ଇଚ୍ଛୁକ ଡାକ୍ତରଙ୍କୁ ମାସିକ ୧ଲକ୍ଷ ୨୫ହଜାର ଟଙ୍କାର ଆର୍ଥିକ ପ୍ରୋସତ୍ାହନ ଏବଂ ବାରିପଦା, ବାଲେଶ୍ୱର ଭଳି ନୂଆ ମେଡିକାଲ କଲେଜରେ କାର୍ଯ୍ୟ କରିବା ପାଇଁ ୩୫ହଜାର ଟଙ୍କାର ପ୍ରୋସତ୍ାହନ ଦିଆଯାଉଛି। ପଛୁଆ ଅଞ୍ଚଳରେ ଡାକ୍ତରଙ୍କ ପାଇଁ ମାସିକ ଦରମା ବାଦ୍‌ ୮୦ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋସତ୍ାହନ ରାଶି ଘୋଷଣା କରାଯାଇଛି। ଏହାସହ ପଦୋନ୍ନତି, ସ୍ବତନ୍ତ୍ର ସୁବିଧା ଉପଲବ୍ଧ ରହିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା କହିଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟଗୁଡିକର ନୀତିକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି।
ମେହେର୍ଦ୍ଦା କହିଥିଲେ, ଭି-୪ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ବିଶେଷଜ୍ଞ ଡାକ୍ତର ଚାକିରି ଆରମ୍ଭ କଲେ ତାଙ୍କୁ ମାସିକ ୧,୬୨,୮୩୨ ଏବଂ କୋରାପୁଟ, ବଲାଙ୍ଗୀର ଓ ବୁର୍ଲା ଭଳି ମେଡିକାଲ କଲେଜରେ ସହକାରୀ ପ୍ରଫେସର ଭାବେ ଯୋଗଦେଲେ ୧,୫୯,୩୭୬ ଟଙ୍କା ମାସିକ ବେତନ ମିଳୁଛି। ଯେଉଁଠି କି ଏମ୍‌ସରେ ଜଣେ ସହକାରୀ ପ୍ରଫେସର ମାସିକ ୧,୫୮,୯୧୬ ଟଙ୍କା ପାଉଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା କୋରାପୁଟ, ବଲାଙ୍ଗୀର ଓ ଭିମ୍‌ସାର ବୁର୍ଲା ମେଡିକାଲ କଲେଜରେ କ୍ଲିନିକାଲ ପ୍ରଫେସରମାନଙ୍କୁ ମାସିକ ୨,୮୬,୫୦୪ ଏବଂ ପ୍ରି ଓ ପାରା କ୍ଲିନିକାଲ ପ୍ରଫେସରଙ୍କୁ ମାସିକ ୩,୦୬,୫୦୪ ଟଙ୍କା ବେତନ ମିଳୁଛି। ଏଭଳିସ୍ଥଳେ ଏମ୍‌ସ ଭଳି ଅନୁଷ୍ଠାନରେ ପ୍ରଫେସରଙ୍କୁ ମାସିକ ୨,୪୯,୫୦୨ ଟଙ୍କା ଦରମା ମିଳୁଛି। କେବଳ ଏତିକି ନୁହେଁ, ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସ (ଓଏମ୍‌ଏଚ୍‌ଏସ୍‌) କ୍ୟାଡର୍‌ ପୁନର୍ଗଠନ କରାଯାଇ ପେ’ ବ୍ୟାଣ୍ଡ-୪ ରେ ଥିବା ପଦବୀ ସଂଖ୍ୟା ୩୫ ରୁ ୪୩୩କୁ ବୃଦ୍ଧି କରାଯାଇଛି। ରାଜ୍ୟର ଖାଲିଥିବା ଡାକ୍ତର ପଦବୀ ପୂରଣ କରିବା ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କ ମାଧ୍ୟମରେ ନିୟମିତ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବାବେଳେ ପ୍ରତି ମାସର ନିର୍ଦ୍ଦିଷ୍ଟ ତାରିଖରେ ସାକ୍ଷାତକାର ମାଧ୍ୟମରେ ଠିକା ଡାକ୍ତର ନିଯୁକ୍ତି ଦିଆଯାଉଛି। ଏହାମଧ୍ୟରେ ରାଜ୍ୟ ସରକାର ଷ୍ଟାଫନର୍ସ, ଏଲ୍‌ଟି, ଫର୍ମାସିଷ୍ଟ, ଏନ୍‌ପିଏଚ୍‌ଡବ୍ଲ୍ୟୁ ଏବଂ ରେଡିଓଗ୍ରାଫର ଭଳି ପାରାମେଡିକ୍ସମାନଙ୍କୁ ନିଯୁକ୍ତି ଦେବା ନିମନ୍ତେ ଆଇପିଏଚ୍‌ଏସ୍‌ ନର୍ମ ଅନୁଯାୟୀ ୨୬ହଜାର ପଦବୀ ସୃଷ୍ଟି କରିଛନ୍ତି ବୋଲି ମେହେର୍ଦ୍ଦା ଏହି ବୈଠକରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦା, ଝାରସୁଗୁଡ଼ାରେ ୪୪ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର,୧୮ା୪(ବ୍ୟୁରୋ)-ଗତ କିଛିଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉପକୂଳଠାରୁ ଉପାନ୍ତ ସବୁଠି ତାତିର ପ୍ରକୋପ ପରିବେଶକୁ ଉତ୍ତପ୍ତ...

ଗୁଳି ଓ ଏସିଡ୍‌ ମାଡ଼ କରି ସୁନା ଦୋକାନରୁ ଲୁଟ୍‌ ଉଦ୍ୟମ: ୩ଜଣଙ୍କୁ ଛେଚି ପୋଲିସର ଜିମା ଦେଲେ ଲୋକେ

ବାରିପଦା ଅଫିସ,୮।୧୧- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ରୋଡ଼ ସ୍ଥିତ ବିଶ୍ୱକର୍ମା ସୁନା ଦୋକାନରୁ ଶୁକ୍ରବାର ଲୁଟ ଉଦ୍ୟମ ହୋଇଛି। ତେବେ ସ୍ଥାନୀୟ...

ସରକାରଙ୍କ କରୋନା ତଥ୍ୟରେ ଅମେଳ

ଭୁବନେଶ୍ୱର, ୨୦ା୬(ବ୍ୟୁରୋ): ରାଜ୍ୟରେ ପ୍ରତିଦିନ ନୂଆ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ସେହିଭଳି ଅନେକ ଆକ୍ରାନ୍ତ ମଧ୍ୟ ସୁସ୍ଥ ହେଉଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ...

୨୭ରେ ଖୋର୍ଦ୍ଧା ଜିଲାର ୧୩୯ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ଚଳିତମାସ ୨୭ ତାରିଖରେ ଖୋର୍ଦ୍ଧା ଜିଲାର ୧୩୯ ଶିକ୍ଷାନୁଷ୍ଠାନକୁ ସ୍ବତନ୍ତ୍ର ଛୁଟି ଘୋଷଣା କରାଯାଇଛି। ଚଳିତ ବର୍ଷ ହେବାକୁ ଥିବା ଏଏସ୍‌ଓ ପରୀକ୍ଷା କେନ୍ଦ୍ର...

କୋଟିଆ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା କଲେ କଡ଼ା କାର୍ଯ୍ୟାନୁଷ୍ଠାନ

କୋରାପୁଟ,୧୬।୧(ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ...

କଡ଼ା ସୁରକ୍ଷା ସତ୍ତ୍ୱେ ମାତିଲେ ଲୁଟେରା

ଭୁବନେଶ୍ୱର, ୫।୭(ବ୍ୟୁରୋ) : ରଥଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏହାସତ୍ତ୍ୱେ ରଥଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଲୁଟେରା ସକ୍ରିୟ...

ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବକ ଗିରଫ

ବାଙ୍କୀ, ୧୬।୨(ସ୍ବ.ପ୍ର.): ବାଙ୍କୀ ଥାନା ଡମପଡ଼ା ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଗଞ୍ଜାମ ପୁରୁଷୋତ୍ତପୁରର କୃଷ୍ଣଚନ୍ଦ୍ର ନାଥଙ୍କୁ ଗୋପାଳପୁରଠାରୁ ପୋଲିସ...

ବଡ଼ଦିନ, ନୂଆବର୍ଷ ପାଇଁ କଟକଣା

ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): କରୋନା ସଂକ୍ରମଣ ଜାରି ରହିଥିବାବେଳେ ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ଏବେ ଚିନ୍ତା ବଢ଼ିଛି। ସଂକ୍ରମଣ ଏଡାଇବାକୁ ବଡ଼ଦିନ ଓ ନୂଆବର୍ଷ ପାଇଁ...

Advertisement
Archives

Model This Week