ଏମ୍‌ସିଏଲ୍‌ଆର୍‌ କମାଇଲା ଏସ୍‌ବିଆଇ

ମୁମ୍ବାଇ,୧୦-୧୦: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ବୁଧବାର ଏହାର ମାର୍ଜିନାଲ କଷ୍ଟ ଫଣ୍ଡ୍‌ସ ବେସ୍‌ଡ ଲେଣ୍ଡିଂ(ଏମ୍‌ସିଏଲ୍‌ଆର୍‌) ହାରକୁ ୧୦ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି। ସବୁ ବର୍ଗର ଋଣ ଉପରେ ଏହା ଲାଗୁ ହେବ। ଅପରପକ୍ଷରେ ବ୍ୟାଙ୍କ ଏହାର ୧ ଲକ୍ଷ ଟଙ୍କାରୁ କମ୍‌ ଜମା ଉପରେ ସୁଧ ପ୍ରଦାନ ହାରକୁ ୨୫ ବେସିସ ପଏଣ୍ଟ ହ୍ରାସ କରି ୩.୨୫% କରିଛି। ଚଳିତ ବର୍ଷ ଏପ୍ରିଲ ପରଠାରୁ ଏସ୍‌ବିଆଇ ଏମ୍‌ସିଏଲ୍‌ଆର୍‌କୁ ୬ ଥର ଲାଗି ହ୍ରାସ କରିଛି। ଅକ୍ଟୋବର ୧୦ଠାରୁ ଏହି ନିଷ୍ପତ୍ତି ଲାଗୁ ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଜମା ହାର ଉପରେ ପରିବର୍ତ୍ତିତ ନିୟମ ନଭେମ୍ବର ପହିଲାରୁ କାର୍ଯ୍ୟକାରୀ ହେବ। ଅକ୍ଟୋବର ୧ ପରଠାରୁ ରେପୋ ସଂଯୋଗୀ ରିଟେଲ ଋଣକୁ ବାଦ ବର୍ଷିକିଆ ଏମ୍‌ସିଏଲ୍‌ଆର୍‌ ୮.୧୫% ପରିବର୍ତ୍ତେ ୮.୦୫%କୁ ଖସିଛି। ପାର୍ବଣ ସମୟରେ ଗ୍ରାହକଙ୍କୁ ସୁବିଧା ପ୍ରଦାନ ଲାଗି ଏଭଳି ପଦକ୍ଷେପ ଘୋଷଣା କରାଯାଇଥିବା ବ୍ୟାଙ୍କ ପ୍ରକାଶ କରିଛି। ସେହିଭଳି ବ୍ୟାଙ୍କ ଏହାର ରିଟେଲ ଟର୍ମ ଜମା ଏବଂ ବଡ ଟର୍ମ ଜମା ହାର ଯଥାକ୍ରମେ ୧୦ ବେସିସ ପଏଣ୍ଟ ଏବଂ ୩୦ ବେସିସ ପଏଣ୍ଟ କମାଇଛି। ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ଏହାର ରେପୋ କମାଇବା ପରେ ଏସ୍‌ବିଆଇ ଏଭଳି ପଦକ୍ଷେପ ନେଇଛି। ସେହିଭଳି ବ୍ୟାଙ୍କ ଅକ୍ଟୋବର ପହିଲାରୁ ରେପୋ ସଂଯୋଗୀ ଋଣ ବ୍ୟବସ୍ଥା ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ କାର୍ଯ୍ୟରେ ଶାନ୍ତି ମିଳେ

୮୦ ଦଶକରେ ବର୍ତ୍ତମାନ ଭଳି ନିଯୁକ୍ତି ସୁଯୋଗ ନ ଥିଲା। ତେଣୁ ଉଚ୍ଚ ଶିକ୍ଷା ଶେଷ ପରେ ପାରିବାରିକ ବ୍ୟବସାୟରେ ମନୋନିବେଶ କରିବାକୁ ଜେଜେବାପା ପରାମର୍ଶ...

କ୍ୱିକ୍‌ ହିଲ୍‌ ପକ୍ଷରୁ ସୁରକ୍ଷା ପଦକ୍ଷେପ

ଭୁବନେଶ୍ୱର,୧୬।୨: ଆଇଟି ସୁରକ୍ଷା ଏବଂ ଡାଟା ସଂରକ୍ଷଣ ସୁବିଧା ପ୍ରଦାନ କରୁଥିବା କମ୍ପାନୀ କ୍ୱିକ ହିଲ୍‌ ଟେକ୍ନୋଲୋଜି ପକ୍ଷରୁ ଆନୁଆଲ ଥ୍ରେଟ୍‌ ରିପୋର୍ଟ ୨୦୨୦ ପ୍ରକାଶ...

ଆବଶ୍ୟକ ସାମଗ୍ରୀ ପରିବହନରେ ରେଲଓ୍ବେ

ଭୁବନେଶ୍ୱର,୧୨।୪: ଲକ୍‌ଡାଉନ ସ୍ଥିତିରେ ଆବଶ୍ୟକ ସାମଗ୍ରୀ ପରିବହନ ଲାଗି ରେଲଓ୍ବେ ପକ୍ଷରୁ ନିରନ୍ତର ସେବା ଯୋଗାଣ ହେଉଛି। ଶନିବାର ସକାଳୁ ବିଶାଖାପାଟଣା ରେଳଷ୍ଟେଶନରୁ ସ୍ବତନ୍ତ୍ର ପାର୍ସଲ...

୫ ଲକ୍ଷ କୋଟି ଡଲାର ଅର୍ଥନୀତି ;ଲକ୍ଷ୍ୟ ପୂରଣ ଲାଗି ଆବଶ୍ୟକ୯% ଅଭିବୃଦ୍ଧି

ନୂଆଦିଲ୍ଲୀ,୫-୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେବେ ଏଥିପାଇଁ କ୍ରମାଗତ ୯ ପ୍ରତିଶତ...

ଇଣ୍ଟରନେଟ ବ୍ୟାନ;ଟେଲିକମ୍‌ କମ୍ପାନୀଙ୍କୁ ଘଣ୍ଟାପ୍ରତି କ୍ଷତି ୨.୫ କୋଟି

ନୂଆଦିଲ୍ଲୀ,୨୯-୧୨: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ) ଏବଂ ଜାତୀୟ ନାଗରିକତା ରେଜିଷ୍ଟର(ଏନ୍‌ଆର୍‌ସି)କୁ ବିରୋଧ କରି ସାରା ଦେଶରେ ହେଉଥିବା ଆନ୍ଦୋଳନ ଯୋଗୁ ସରକାରଙ୍କୁ ବିଭିନ୍ନ ସ୍ଥାନରେ ଇଣ୍ଟରନେଟ...

ପ୍ରୋତ୍ସାହନ ଲୋଡିଲା ଶିଳ୍ପ ଜଗତ

ମୁମ୍ବାଇ,୨୩-୩: ଅର୍ଥ ବ୍ୟବସ୍ଥା ଉପରେ କରୋନାର ପ୍ରଭାବକୁ କମ୍‌ କରିବା ଲାଗି ଭାରତୀୟ ଶିଳ୍ପ ଜଗତ ପକ୍ଷରୁ ସରକାରୀ ପ୍ରୋତ୍ସାହନ ଲୋଡାଯାଇଛି। ସେହିଭଳି ଋଣ ପ୍ରଦାନ...

ଭାରତୀୟ ମୁଦ୍ରାରେ ସର୍ବକାଳୀନ ହ୍ରାସ

ନୂଆଦିଲ୍ଲୀ,୧୦ା୫:ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ଶେୟାର ବଜାରର ପ୍ରଥମ କାରବାର ଦିବସର ଆରମ୍ଭ ସମୟରେ ୟୁଏସ୍‌ ଡଲାର ତୁଳନାରେ...

ଡିସେମ୍ବର ୧୪ ମଧ୍ୟରାତ୍ରରୁ ବଦଳିଯିବ ଟଙ୍କା ନେଣଦେଶ ସମ୍ପର୍କିତ ଏସବୁ ନିୟମ, ଲାଭବାନ ହେବେ..

ମୁମ୍ବାଇ,୮।୧୨: କରୋନା କାଳରେ ଡିଜିଟାଲ ନେଣଦେଣ ପ୍ରକ୍ରିୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ରିଅଲ ଟାଇମ୍‌ ଗ୍ରସ୍‌ ସେଟଲମେଣ୍ଟ(ଆର୍‌ଟିଜିଏସ୍‌) ସିଷ୍ଟମ୍‌...

Advertisement
Archives

Model This Week