Posted inଜାତୀୟ

ଏମ୍‌ଟିଏନ୍‌ଏଲ୍‌ ବିଲ୍ଡିଂରେ ନିଆଁ

ମୁମ୍ବାଇ,୨୩ା୭(ଆଇଏଏନ୍‌ଏସ୍‌): ମୁମ୍ବାଇର ବାନ୍ଦ୍ରାଠାରେ ଥିବା ଏମ୍‌ଟିଏନ୍‌ଏଲ୍‌ ବିଲ୍ଡିଂରେ ସୋମବାର ଅପରାହ୍ନରେ ନିଆଁ ଲାଗିଯାଇଥିଲା। ଉକ୍ତ ବିଲ୍ଡିଂରେ ଫସିଥିବା ୮୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଅପରାହ୍ନ ୩ଟା ୧୦ରେ ଏହି ୯ ମହଲା ବିଲ୍ଡିଂର ଚତୁର୍ଥ ମହଲାରେ ନିଆଁ ଲାଗିଯାଇଥିଲା। କ୍ରମେ ଏହା ଉପର ମହଲାଗୁଡ଼ିକୁ ବ୍ୟାପିବାରେ ଲାଗିଥିଲା। ସେଠାରେ କାମ କରୁଥିବା ଲୋକମାନେ ବାହାରି ନ ପାରିବାରୁ ଆତଙ୍କ ଖେଳିଯାଇଥିଲା। ୩୧ଟି ଦମକଳ ଗାଡ଼ି ସହ ଅଗ୍ନିଶମ କର୍ମଚାରୀ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିଛନ୍ତି। ନିଆଁ କିପରି ଲାଗିଲା ତାହା ଏପର୍ଯନ୍ତ ସ୍ପଷ୍ଟ ହୋଇ ନ ଥିବାବେଳେ ତାର ପୋଡିଯିବାର ଗନ୍ଧ ପ୍ରଥମେ ଆସିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହକ ହୋଇପାରେ ମୋବାଇଲ ଫୋନ୍‌

ନୂଆଦିଲ୍ଲୀ,୧୬ା୫(ପି.ଟି.): ମୋବାଇଲ ଫୋନ୍‌ କରୋନା ଭୂତାଣୁର ବାହକ ହେବାର ସମ୍ଭାବନା ରହୁଥିବା ରାୟପୁର ଏମ୍ସର ଡାକ୍ତରମାନେ ସତର୍କ କରାଇଦେଇଛନ୍ତି। ଏହା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସକ୍ରମିତ କରିବା...

ଇସ୍ତଫା ଦେଲେ ଚନ୍ନି

ଚଣ୍ଡିଗଡ,୧୧।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ସିଂ ଚନ୍ନି ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ନିକଟରେ...

ଦିଗ୍‌ବିଜୟଙ୍କ ବିରୋଧରେ ମାମଲା ରୁଜୁ

ଭୋପାଳ,୩୦।୮: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ...

‘ହିନ୍ଦୁ ମୁସଲମାନ ଗୋଟିଏ ଥାଳିରେ ବସି ଖାଆନ୍ତୁ’, ଏମିତି ପ୍ରାର୍ଥନା କରିଥିବା ଇମାମଙ୍କୁ ହତ୍ୟା

ଗୁରୁଗ୍ରାମ,୩।୮: ହରିୟାଣା ନୁହରେ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାର ପ୍ରଭାବ ଗୁରୁଗ୍ରାମରେ ବି ଦେଖିବାକୁ ମିଳିଛି। ଗୁରୁଗ୍ରାମର ଅଞ୍ଜୁମାନ ମସଜିଦରେ କିଛି ଲୋକ ନିଆଁ ଲଗାଇ...

ମୁହଁ ଖୋଲିଲେ ନୀତିନ ଗଡ଼କରୀ…

ନୂଆଦିଲ୍ଲୀ, ୧୦।୨ : କର୍ନାଟକର ହିଜାବ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଆମେ ସମସ୍ତ ଧର୍ମକୁ ସମ୍ମାନ ଦେବା ଏବଂ ସମାଜରେ...

ମନି ଲଣ୍ଡରିଂ ମାମଲାରେ ସାଂସଦ ସଞ୍ଜୟ ରାଉତଙ୍କ ବନ୍ଧୁଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ,୨୦।୭: ଶିବସେନା ଗୋଷ୍ଠୀର ସାଂସଦ ସଞ୍ଜୟ ରାଉତଙ୍କ ବନ୍ଧୁ ବ୍ୟବସାୟୀ ସୁଜିତ ପାଟକରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଜମ୍ବୁରେ କୋଭିଡ-୧୯ ଚିିକିତ୍ସା କେନ୍ଦ୍ର...

୧୭ ନଭେମ୍ବରରେ ନିର୍ବାଚନୀ ଖର୍ଚ୍ଚ ସମୀକ୍ଷା…

କୋଲକାତା,୨୮।୯: ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭା ଆସନରେ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ ହେବ। ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ପାଇଁ କରାଯାଇଥିବା ଖର୍ଚ୍ଚର ସମୀକ୍ଷା...

ଦିଲ୍ଲୀ ମୁଣ୍ଡକା ଅଗ୍ନିକାଣ୍ଡରେ ମୃତକଙ୍କୁ ୨ ଲକ୍ଷ , ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକାରେ ଶୁକ୍ରବାର ଅପରାହ୍ନରେ ହୋଇଥିବା ଅଗ୍ନିକାଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ଏହାସହ ଆହତଙ୍କ...

Advertisement
Archives

Model This Week