‘ଏମ୍‌ଏସ୍‌ଏମ୍‌ଇ ପ୍ରତି ନରମ ହୁଅନ୍ତୁ ବ୍ୟାଙ୍କ’

ଭୁବନେଶ୍ୱର,୧୨-୮(ବ୍ୟୁରୋ): ନିଯୁକ୍ତି ସୃଷ୍ଟିରେ ସରକାରଙ୍କୁ ସହାୟତା କରିଥାଏ ଏମ୍‌ଏସ୍‌ଏମ୍‌ଇ ଜଗତ। ଏହି ସେକ୍ଟର ଲୋକଙ୍କୁ ଜୀବିକା ପ୍ରଦାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଆସୁଛିି। ସବୁ ବ୍ୟବସାୟୀ ବିଜୟ ମାଲ୍ୟା କିମ୍ବା ନୀରବ ମୋଦି ନୁହନ୍ତି। ସମସ୍ତେ ବ୍ୟାଙ୍କ ଅର୍ଥକୁ ଠକି ବିଦେଶ ପଳାୟନ କରିବେ ନାହିଁ। ସେହିଭଳି ଋଣ ପରିଶୋଧ କରିବା ଲାଗି ସମୟ ଦରକାର। ବଡ ଭାଗ ଋଣ ପରିଶୋଧ କରିଥିବା କ୍ଷୁଦ୍ର ବ୍ୟବସାୟୀଙ୍କ ପ୍ରତି ବ୍ୟାଙ୍କଗୁଡିକ ନରମ ମନୋଭାବ ପୋଷଣ କରିବାକୁ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି।
ସ୍ଥାନୀୟ ଇଡ୍‌କଲ ଅଡିଟୋରିୟମଠାରେ ଓସ୍‌ମେ ପକ୍ଷରୁ ଅନୁଷ୍ଠିତ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ମିଟ୍‌ ଅବସରରେ ଷଡଙ୍ଗୀ କହିଛନ୍ତି ଯେ, ବ୍ୟବସାୟୀ ମାନଙ୍କୁ ବକେୟା ଋଣ ପରିଶୋଧ ଲାଗି ସମୟ ଦେବା ଉଚିତ। ଦେଶର ମାନୁଫାକଚରିଂ କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଇର ଅବଦାନ ୪୫% ରହିଛି। ଏହାବାଦ ମୋଟ୍‌ ରପ୍ତାନିକୁ ୨୦ ଏବଂ ଦେଶର ଜିଡିପିକୁ ଏହି କ୍ଷେତ୍ରର ଅବଦାନ ୨୮%। ନିଯୁକ୍ତି ସୃଷ୍ଟିରେ କୃଷି ପରେ ଏହା ଦ୍ୱିତୀୟ ବଡ କ୍ଷେତ୍ର। ଉକ୍ତ କ୍ଷେତ୍ର ରୁଗ୍‌ଣ ହେଲେ ଏହା ଦେଶର ଅର୍ଥନୀତିକୁ କ୍ଷତିଗ୍ରସ୍ତ କରିବ। ଗ୍ରାମାଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଯୁବତୀଯୁବକଙ୍କ ଉଦ୍ୟୋଗୀ ହେବା ସ୍ବପ୍ନକୁ ପୂରଣ କରିବା ଦିଗରେ ଓସ୍‌ମେ କାର୍ଯ୍ୟ କରୁ ବୋଲି ସେ ଆହ୍ବାନ ଦେଇଛନ୍ତି।
ମିଟ୍‌ରେ ଯୋଗ ଦେଇ ରାଜ୍ୟପାଳ ଗଣେଶୀ ଲାଲ୍‌ ଶିଳ୍ପାୟନ ଯୋଗୁ ହେଉଥିବା ପରିବେଶ କ୍ଷତି ରୋକିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶିଳ୍ପ ଜଗତରେ ଉଭୟ ପରିବେଶ ଏବଂ ମଣିଷ ବଞ୍ଚି ରହିବା ଆବଶ୍ୟକ। ପୃଥିବୀକୁ ପରିବେଶ ଜନିତ ବିପଦ ଏବଂ ଜୈବ ଅସମାନତାଠାରୁ ବଞ୍ଚାଇବାର ସମୟ ଆସିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।
କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଏମ୍‌ଏସ୍‌ଏମ୍‌ଇର ବିକାଶ ଲାଗି ପଶ୍ଚିମ ଓଡ଼ିଶାର କେସିଙ୍ଗାରେ ଏକ କ୍ଲଷ୍ଟର ନିର୍ମାଣ କରାଯିବ। ରାଜ୍ୟରେ ଏଭଳି ୨ କ୍ଲଷ୍ଟର ସ୍ଥାପନ ଯୋଜନା ରହିଥିବା ବେଳେ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରାଯିବ। ରାଜ୍ୟର ଏମ୍‌ଏସ୍‌ଏମ୍‌ଇ ସେକ୍ଟର ଫନୀ ଦ୍ୱାରା ପ୍ରଭାବିତ ହୋଇଥିବାରୁ ସେମାନଙ୍କ ଲାଗି କେନ୍ଦ୍ର ସରକାର ତୁରନ୍ତ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରନ୍ତୁ ବୋଲି ସେ ଦାବି କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରେ ଓସ୍‌ମେ ଅଧ୍ୟକ୍ଷ ଗୌରୀଶଙ୍କର ଦାସ ସ୍ବାଗତ ଭାଷଣ ଦେଇଥିଲେ। ଏସ୍‌ଏସ୍‌ଜି ଉତ୍ପାଦଗୁଡିକୁ ରାଜ୍ୟ ସରକାର ସିଧାସଳଖ କିଣିବା ଏବଂ କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ଏକ ଜେଇଏମ୍‌ ପୋର୍ଟାଲ ବିକଶିତ କରିବାକୁ ଓସ୍‌ମେ ମହାସଚିବ ସାତ୍ତ୍ୱିକ ସ୍ବାଇଁ ଦାବି କରିଛନ୍ତି। ଏଥିରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ସଚିବ ଅରୁଣ ପଣ୍ଡା, ନାଲ୍‌କୋ ସିଏମ୍‌ଡି ତପନ କୁମାର ଚାନ୍ଦଙ୍କ ସମେତ ଶିଳ୍ପଜଗତର ପ୍ରତିନିଧିମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?