ଏମ୍‌ଏସ୍‌ଏମ୍‌ଇଙ୍କୁ ୭୯ହଜାର କୋଟି ଟଙ୍କା ଋଣ ପ୍ରଦାନ

ନୂଆଦିଲ୍ଲୀ,୨୪।୬: ଚଳିତ ମାସ ୨୦ ସୁଦ୍ଧା ଦେଶର ବ୍ୟାଙ୍କଗୁଡିକ ୧୯ ଲକ୍ଷ ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଙ୍କୁ ପ୍ରାୟ ୭୯ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ଏହି ସମୟରେ ବ୍ୟାଙ୍କ ୩୫ହଜାର କୋଟି ଟଙ୍କାର ଋଣ ଅନ୍ୟ ବ୍ୟବସାୟ କ୍ଷେତ୍ରକୁ ପ୍ରଦାନ କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ସୂଚନା ଦେଇଛନ୍ତି। ଗତ ମାସ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଆତ୍ମ ନିର୍ଭର ଭାରତ ଯୋଜନାରେ ଏମ୍‌ଏସ୍‌ଏମ୍‌ଇ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଅତିରିକ୍ତ ୩ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଇ ଦେବା ଲାଗି କୁହାଯାଇଥିଲା। ସରକାର ଏମ୍‌ଏସ୍‌ଏମ୍‌ଇ ମାଧ୍ୟମରେ ନିମ୍ନସ୍ତରରୁ ଆର୍ଥିକ ସ୍ଥିତିର ସୁଧାର ଆଣିବା ଲକ୍ଷ୍ୟରେ ବିଭିନ୍ନ ଘରୋଇ ଓ ସରକାରୀ ବ୍ୟାଙ୍କ ଜରିଆରେ ଏହି ସୁବିଧା ଯୋଗାଇ ଦେଉଥିବା ବିଷୟରେ ଅର୍ଥମନ୍ତ୍ରୀ ମତ ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣ ଜନିତ ସମସ୍ୟା ଓ ଲକ୍‌ଡାଉନ କାରଣରୁ ବାଣିଜି୍ୟକ କାରବାର ହ୍ରାସରେ ସୁଧାର ଆଣିବା ପାଇଁ ଏହି ସୁବିଧା ଯୋଗାଇ ଦିଆଯାଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ଦର ବୃଦ୍ଧିରୁ ମିଳିବନି ଆଶ୍ୱସ୍ତ

ନୂଆଦିଲ୍ଲୀ, ୧୭ା୮ କରୋନା କାଳରେ ତେଲ ଦର ଶତକ ପାର କରିବାରୁ ଖାଉଟିଙ୍କ ଚିନ୍ତା ବଢ଼ିଯାଇଛି। ଲୋକମାନେ ବର୍ତ୍ତମାନ ବିଭିନ୍ନ ସମସ୍ୟା ସାମ୍ନା କରୁଥିବା ବେଳେ ପେଟ୍ରୋଲ,ଡିଜେଲ...

ପାପଡ, ମହୁ ଖଦୀ ଆୟୋଗର ବିକ୍ରି ବଢ଼ାଇଛି ୨୫%

ନୂଆଦିଲ୍ଲୀ,୧୭ -୮: କାରବାରରେ ମାନ୍ଦାବସ୍ଥା ଦେଖାଦେଇଥିବା ନେଇ ବ୍ୟବସାୟୀ ଗୋଷ୍ଠୀ ଅଭିଯୋଗ କରିଆସୁଛନ୍ତି। କିନ୍ତୁ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ(କେଭିଆଇସି) ଏହାର ଠିକ୍‌ ଓଲଟା କହୁଛି।...

ତେଲ ଦରରୁ ଏବେ ମିଳିବନି ଆଶ୍ୱସ୍ତି

ନୂଆଦିଲ୍ଲୀ: କରୋନା କାଳରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଜନିତ ଚିନ୍ତାରେ ରହିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ତେଲ ଦର ବର୍ତ୍ତମାନ ୧୦୦ ଟଙ୍କା...

ଏଟିଏମ୍‌ର ସୁରକ୍ଷା ପାଇଁ ଗାଇଡ୍‌ଲାଇନ ଜାରି

ନୂଆଦିଲ୍ଲୀ,୧୬-୬: ଏଟିଏମର ସୁରକ୍ଷା ବୃଦ୍ଧି ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗାଇଡ୍‌ଲାଇନ ଜାରି କରିଛି। ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଏହାକୁ ଲାଗୁ କରିବା ଲାଗି ବ୍ୟାଙ୍କଗୁଡ଼ିକୁ...

୬.୩% ବଢ଼ିଲା ବିମାନ ଇନ୍ଧନ

ନୂଆଦିଲ୍ଲୀ : ଆଭିଏଶନ ଟର୍ବାଇନ ଫୁଏଲ (ଏଟିଏଫ୍‌) ବା ବିମାନ ଇନ୍ଧନ ୬.୩% ବୃଦ୍ଧି ଘଟିଛି। ଏହା କିଲୋଲିଟର ପିଛା ୨୯୪୧.୫ ଟଙ୍କା ବଢ଼ିବାରୁ ନୂଆଦିଲ୍ଲୀରେ...

ପିଏମ୍‌ଓଙ୍କ ହସ୍ତକ୍ଷେପ ଲୋଡ଼ିଲା ଏଏଆଇ

ନୂଆଦିଲ୍ଲୀ,୨୪।୩: ଦେଶର ଶିଳ୍ପଗୁଡ଼ିକର ସୁରକ୍ଷା ଓ ଏହାର ସମାଧାନ ଲାଗି ଭାରତୀୟ ଆଲୁମିନିୟମ ସଂଘ (ଏଏଆଇ) ପକ୍ଷରୁ ନିକଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସମେତ କେନ୍ଦ୍ର କୋଇଲା...

୧୨ ଅଗଷ୍ଟ ପର୍ଯ୍ୟନ୍ତ ରେଗୁଲାର ଟ୍ରେନ ବାତିଲ

ନୂଆଦିଲ୍ଲୀ,୨୫।୬: କୋଭିଡ୍‌-୧୦ ସଂକ୍ରମଣ ଜନିତ ସମସ୍ୟା ସାଙ୍ଗକୁ କରୋନା କଟକଣା ପାଇଁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ସମସ୍ତ ରେଗୁଲାର ଟ୍ରେନ ଚଳାଚଳ ବନ୍ଦ ରହିବ। ଏହି...

ମୋଦିଙ୍କୁ ଜେଟ୍‌ କର୍ମଚାରୀଙ୍କ ଅନୁରୋଧ: ଗୋଟିଏ ମାସ ବେତନ ଦେବାକୁ ଏସ୍‌ବିଆଇକୁ କୁହନ୍ତୁ

ମୁମ୍ବାଇ,୨୯-୪:ସଙ୍କଟରେ ଅନିର୍ଦ୍ଧିଷ୍ଟ ସମୟ ଲାଗି ବିମାନ ସେବା ବନ୍ଦ କରି ଦେଇଥିବା ଜେଟ୍‌ର କର୍ମଚାରୀ ମାନେ ଗୋଟିଏ ମାସର ବେତନ ପାଇବା ପାଇଁ ପ୍ରଧାନୀମନ୍ତ୍ରୀ ନରେନ୍ଦ୍ର...

Advertisement
Archives

Model This Week