ଏମ୍‌ଏସ୍‌ଏମ୍‌ଇଙ୍କୁ ୧୨,୨୦୧ କୋଟି ଟଙ୍କାର ଋଣ

ନୂଆଦିଲ୍ଲୀ,୧୨।୬ – ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଦେଶର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଙ୍କୁ ୧୨,୨୦୧ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ୩ ଲକ୍ଷ କୋଟି ଟଙ୍କାର ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ୍‌(ଇସିଏଲ୍‌ଜିଏସ୍‌) ଯୋଜନା ଅନ୍ତର୍ଗତ ଏହି ଋଣ ଏମ୍‌ଏସ୍‌ଏମ୍‌ଇଗୁଡିକୁ ଯୋଗାଇ ଦିଆଯାଇଛି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଭାଇରସ୍‌ ପାଇଁ ହୋଇଥିବା ଲକ୍‌ଡାଉନ ଯୋଗୁ କ୍ଷୁଦ୍ର ଶିଳ୍ପଗୁଡିକ ସମସ୍ୟାରେ ରହିଛନ୍ତି। ଏହାକୁ ଧ୍ୟାନରେ ରଖି ସରକାର ଶିଳ୍ପଗୁଡିକ ଲାଗି ପୁଞ୍ଜି ବ୍ୟବସ୍ଥା କରିଥିବା ଜଣାପଡିଛି। ଜୁନ୍‌ ପହିଲାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ବ୍ୟାଙ୍କଗୁଡିକ ୨୪,୨୬୦ କୋଟି ଟଙ୍କାର ଋଣ ଯୋଗାଣ ଲାଗି ବର୍ତ୍ତମାନ ସୁଦ୍ଧା ମଞ୍ଜୁରୀ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ଘୋଷଣା କରାଯାଇଥିବା ୨୦ ହଜାର କୋଟି ଟଙ୍କାର ପ୍ୟାକେଜ ଅଧୀନରେ ଋଣ ଯୋଗାଣ ବ୍ୟବସ୍ଥା ସାମିଲ ହୋଇଛି। ମଞ୍ଜୁର ହୋଇଥିବା ୨୪,୨୬୦ କୋଟି ମଧ୍ୟରୁ ବ୍ୟାଙ୍କଗୁଡିକ ୧୨,୨୦୧ କୋଟି ଟଙ୍କା ବର୍ତ୍ତମାନ ସୁଦ୍ଧା ପ୍ରଦାନ କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଟୁଇଟ ଯୋଗେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪.୯ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ସାମ୍ନା କରିବେ

ନୂଆଦିଲ୍ଲୀ,୨୯।୫: କରୋନା ଭାଇରସ୍‌ ଲକ୍‌ଡାଉନ ଲାଗି ଭାରତର ଅର୍ଥ ବ୍ୟବସ୍ଥା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କରୋନା ଯୋଗୁ ସାରା ବିଶ୍ୱରେ ପ୍ରାୟ ୪.୯ କୋଟି...

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ଶେୟାର ବଜାରର ଫଳାଫଳ କ୍ରମାଗତ ଭାବେ ଉପର ତଳ ହେଉଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ନିବେଶକଙ୍କ ମନରେ...

ଟାଟା-ଏୟାରବସ୍‌ ମଧ୍ୟରେ ରାଜିନାମା

ଭୁବନେଶ୍ୱର,୨୮।୧୦:ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ଟାଟା ଗ୍ରୁପର ସହଯୋଗୀ ସଂସ୍ଥା ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ (ଟିଏଏସଏଲ) ୟୁରୋପିୟାନ ଆଭିଏସନ ସଂସ୍ଥା ଏୟାର ବସ...

ସରକାରଙ୍କୁ ୫୦ ହଜାର କୋଟି ଦେଇ ପାରେ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ,୧୫-୭: ସରକାର ରିଜର୍ଭ ବ୍ୟାଙ୍କଠାରୁ ୫୦ ହଜାର କୋଟି ଟଙ୍କା ଲାଭ କରି ପାରନ୍ତି। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ବିମଲ ଜଲାନଙ୍କ ଅଧ୍ୟକ୍ଷତାରେ ଗଠିତ...

ମେଟ୍ରୋ ଟ୍ରେନ ଯାତ୍ରା ଲାଗି ଆସିବ ଏକକ କାର୍ଡ

ନୂଆଦିଲ୍ଲୀ,୧୬-୬: ମେଟ୍ରୋ ରେଳ ଯାତ୍ରୀଙ୍କ ଲାଗି କେନ୍ଦ୍ର ସରକାର ଖୁବଶୀଘ୍ର ଏକ ନୂଆ କାର୍ଡ ଆଣିବାକୁ ଯାଉଛନ୍ତି। ଏହାଦ୍ୱାରା ଦେଶର ସମସ୍ତ ମେଟ୍ରୋ ରେଳରେ ଯାତ୍ରା...

୪ଜି ସ୍ପିଡ୍‌ରେ ଜିଓ ୧ନମ୍ବର

ମୁମ୍ବାଇ,୧୮।୧୧:ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଚଳିତ ବର୍ଷ ଅକ୍ଟୋବର ମାସ ପାଇଁ ଜାରି କରାଯାଇଥିବା ୪ଜି ସ୍ପିଡ୍‌ ଟେଷ୍ଟ ରିପୋର୍ଟ ଅନୁସାରେ ଉଭୟ...

ଆର୍‌ବିଆଇର ଆର୍ଥତ୍କ ସାକ୍ଷରତା ସପ୍ତାହ

ଭୁବନେଶ୍ୱର,୪-୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଆର୍ଥତ୍କ ସାକ୍ଷରତା ସପ୍ତାହ ପାଳନ କରାଯାଉଛି। ଏହା ଚଳିତ ମାସ ୩ରୁ ୭ ଯାଏ ଅନୁଷ୍ଠିତ ହେବ।...

ବାଣିିଜ୍ୟିକ ଋଣ କ୍ଷେତ୍ରରେ ମନ୍ଥରତା

ମୁମ୍ବାଇ,୧୮-୧୦: ଜୁନ୍‌ ତ୍ରୈମାସ ଶେଷ ସୁଦ୍ଧା ବାଣିଜି୍ୟକ ଋଣ ଚାହିଦା ୨.୬%କୁ ହ୍ରାସ ଘଟି ୬୩.୮୦ ଲକ୍ଷ କୋଟି ଟଙ୍କା ରହିଛି। ଅଣୁ, କ୍ଷୁଦ୍ର, ମଧ୍ୟମ...

Advertisement
Archives

Model This Week