ଏମ୍‌ଏସ୍‌ଏମ୍‌ଇଙ୍କୁ ମିଳିବ ୩ ଲକ୍ଷ କୋଟିର ଋଣ

ନୂଆଦିଲ୍ଲୀ,୧୪।୫: କୋଭିଡ୍‌-୧୯ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜ ଘୋଷଣା ପରେ ଏହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବୁଧବାର ବିସ୍ତୃତ ବିବୃତି ରଖିଛନ୍ତି। ଏହି ଅବସରରେ ସେ ସରକାରଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ର ଲାଗି ଗ୍ରହଣ କରାଯାଇଥିବା ନୂଆ ୧୫ ପଦକ୍ଷେପ ଘୋଷଣା କରିଛନ୍ତି। ଏହା ମଧ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପ (ଏମ୍‌ଏସ୍‌ଏମ୍‌ଇ) ଲାଗି ୬ଟି ପଦକ୍ଷେପ ରହିଥିବା ବେଳେ କର୍ମଚାରୀ ଭବିଷ୍ୟନିଧି (ଇପିଏଫ୍‌) ଲାଗି ୨, ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନ(ଏମ୍‌ଏଫ୍‌ଆଇ)ଗୁଡ଼ିକ ଲାଗି ୨, ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡିକ ଲାଗି ୧, କଣ୍ଟ୍ରାକ୍ଟରଙ୍କ ଲାଗି୧, ରିୟଲ ଇଷ୍ଟେଟ ପାଇଁ ୧ ଏବଂ ଟିକସ କ୍ଷେତ୍ରରେ ୩ଟି ପଦକ୍ଷେପ ସାମିଲ ରହିଛି।
ବିଭିନ୍ନ ଘୋଷଣାକରି ସୀତାରାମନ କହିଛନ୍ତି ଯେ, ସରକାର ଆଣିଥିବା ପ୍ୟାକେଜ ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ସହ ଭାରତକୁ ଆତ୍ମନିର୍ଭର (ସେଲ୍ଫ ରେଲିଆଣ୍ଟ) କରାଇବା ଦିଗରେ ସହାୟକ ହେବ। ଆତ୍ମନିର୍ଭରଶୀଳତାର ଅର୍ଥ ସାରା ବିଶ୍ୱଠାରୁ ନିଜକୁ ଭିନ୍ନ କରି ରଖିବା ନୁହେଁ। ବିଶ୍ୱର ଅଭିବୃଦ୍ଧି କ୍ଷେତ୍ରରେ ଯୋଗଦାନ ରଖିବା। ପ୍ରଧାନମନ୍ତ୍ରୀ ବିସ୍ତୃତ ଲକ୍ଷ୍ୟ ଯୋଜନା ସହ ଅଗ୍ରସର ହେଉଛନ୍ତି। ଦେଶର ବିଭିନ୍ନ ବର୍ଗ ସହ ଆଲୋଚନା କରିବା ପରେ ବହୁ ଯୋଜନା ହାତକୁ ନିଆଯାଇଛି। ଆତ୍ମନିର୍ଭର ଭାରତ ଲାଗି ସେ ୫ ପିଲାର ବା ପ୍ରମୁଖ ମୂଳଦୁଆ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହା ମଧ୍ୟରେ ଅର୍ଥନୀତି, ଭିତ୍ତିଭୂମି, ସିଷ୍ଟମ, ଲୋକସଂଖ୍ୟା ଏବଂ ଚାହିଦା ସାମିଲ ରହିଛି। ଲୋକାଲ ବ୍ରାଣ୍ଡକୁ ବିଶ୍ୱ ସ୍ତରକୁ ନେବା ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ସୀତାରାମନ ମତବ୍ୟକ୍ତ କରିଛନ୍ତି।
ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତିରେ ଦେଶର କ୍ଷୁଦ୍ରଶିଳ୍ପଗୁଡ଼ିକର ମନୋବଳ ବଢ଼ାଇବା ଲାଗି ସୀତାରାମନ ୩ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଋଣ ବନ୍ଧକମୁକ୍ତ ଏବଂ ସିଧାସଳଖ ଭାବେ ପ୍ରଦାନ କରାଯିବ। ଉକ୍ତ ପଦକ୍ଷେପ ଦ୍ୱାରା ୪୫ ଲକ୍ଷ କ୍ଷୁଦ୍ର ବାଣିଜ୍ୟ ଉପକୃତ ହେବେ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ବର୍ଗରେ ଋଣର ଅବଧି ୪ ବର୍ଷ ଏବଂ ମୋରାଟୋରିୟମ ଅବଧି ୧୨ ମାସ ରହିବ। ଏହାବାଦ ରୁଗ୍‌ଣ ଏମ୍‌ଏସ୍‌ଏମ୍‌ଇ ଲାଗି ୨୦ ହଜାର କୋଟି ଟଙ୍କାର ଏକ ସବ୍‌ଅର୍ଡିନେଟ ଡେଟ୍‌ ପାଣ୍ଠି ବ୍ୟବସ୍ଥା କରାଯିବ। ଏହାଦ୍ୱାରା ପ୍ରାୟ ୨ ଲକ୍ଷ ବାଣିଜି୍ୟକ ଅନୁଷ୍ଠାନ ଲାଭବାନ ହୋଇପାରିବେ। ଏମ୍‌ଏସ୍‌ଏମ୍‌ଇଗୁଡ଼ିକର ଅଭିବୃଦ୍ଧି ଲାଗି ୫୦ ହଜାର କୋଟି ଟଙ୍କାର ଇକ୍ୱିଟି ବ୍ୟବସ୍ଥା କରାଯାଇଛି। ଏହା ଏମ୍‌ଏସ୍‌ଏମ୍‌ଇ ଫଣ୍ଡସ ଅଫ୍‌ ଫଣ୍ଡ ଦ୍ୱାରା ଯୋଗାଣ ନେଇ ପଦକ୍ଷେପ ନିଆଯିବ। ଏମ୍‌ଏସ୍‌ଏମ୍‌ଇ ସଂଜ୍ଞାରେ ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି। ଏ କ୍ଷେତ୍ରରେ ସଂଜ୍ଞା ନିର୍ଦ୍ଧାରଣ କରୁଥିବା ସୀମାକୁ ବଢ଼ାଯାଇଛି। କାରବାର ଭିତ୍ତିରେ ସଂସ୍ଥାଗୁଡ଼ିକ ଏମ୍‌ଏସ୍‌ଏମ୍‌ଇ କି ନା ତାହା ବିଚେଚନା କରାଯିବ।
ସୀତାରାମନ କହିଛନ୍ତି ଯେ, ଟିକସଦାତାଙ୍କୁ ୧୮,୦୦୦ କୋଟି ଟଙ୍କାର ଟିକସ ରିଫଣ୍ଡ ଜାରି କରାଯାଇଛି। ଏହାଦ୍ୱାରା ୧୪ ଲକ୍ଷ କୋଟି ଟିକସଦାତା ଲାଭବାନ୍‌ ହେବେ। ନୂଆ ଘୋଷଣା ମୁତାବକ ସରକାର ଇପିିଏଫ୍‌ରେ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ବାବଦ ୨,୫୦୦ କୋଟି ଟଙ୍କା ପ୍ରଦାନ କରିବେ। ଉକ୍ତ ସ୍କିମ୍‌ର ସୀମାକୁ ଅଗଷ୍ଟ ଯାଏ ବୃଦ୍ଧି କରାଯାଇଛି। ନିଯୁକ୍ତିଦାତାଙ୍କ ଷ୍ଟାଚୁଟୋରି ପିଏଫ୍‌ ଯୋଗଦାନ ୧୨%ରୁ ୧୦%କୁ ହ୍ରାସ କରାଯାଇଛି। ଏହାଦ୍ୱାରା ପ୍ରାୟ ୬,୭୦୦ କୋଟିର ନଗଦ ସହାୟତା ଉପଲବ୍ଧ ହୋଇପାରିବ। ଆୟକର ରିଟର୍ନର ଧାର୍ଯ୍ୟ ତାରିଖକୁ ନଭେମ୍ବର ୩୦ ଯାଏ ବୃଦ୍ଧି କରାଯାଇଛି। ଟାକ୍ସ ଡିଡକସନ ଆଟ୍‌ ସୋର୍ସ(ଟିଡିଏସ୍‌)୨୫% ହ୍ରାସ କରାଯାଇଛି। ଏହାଦ୍ୱାରା ଲୋକଙ୍କ ହାତକୁ ୫୦ହଜାର କୋଟି ଟଙ୍କା ଆସିପାରିବ। ଇପିଏଫ୍‌ ଯୋଗଦାନ କ୍ଷେତ୍ରରେ କମ୍ପାନୀଗୁଡ଼ିକୁ ୩ ମାସର ସବ୍‌ସିଡି ସୁବିଧା ଦେବାକୁ ଘୋଷଣା କରାଯାଇଛି। ଚଳିତ ବର୍ଷ ଜୁନ୍‌ରୁ ଅଗଷ୍ଟ ଯାଏ ଏହି ସୁବିଧା ଉପଲବ୍ଧ ହେବ।
ସେ ଅଣବ୍ୟାଙ୍କିଙ୍ଗ୍‌ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି) ଏବଂ ହାଉସିଂ ଫାଇନାନ୍ସ କମ୍ପାନୀଗୁଡ଼ିକ ଲାଗି ୩୦ ହଜାର କୋଟି ଟଙ୍କାର ନଗଦ ସୁବିଧା ମଧ୍ୟ ଘୋଷଣା କରିଛନ୍ତି। ଏହାଦ୍ୱାରା କ୍ଷେତ୍ରଗୁଡ଼ିକ ଅଭିବୃଦ୍ଧି କ୍ଷେତ୍ରରେ ଯୋଗଦାନ ରଖିପାରିବେ ବୋଲି ସରକାର ଆଶାବାଦୀ ରହିଛନ୍ତି। ଆଂଶିକ କ୍ରେଡିଟ୍‌ ଗ୍ୟାରେଣ୍ଠିଂ ସ୍କିମ୍‌ ଦ୍ୱାରା ଏନ୍‌ବିଏଫ୍‌ସିଗୁଡ଼ିକୁ ୪୫ ହଜାର କୋଟି ଟଙ୍କାର ନଗଦ ସହାୟତା ମଧ୍ୟ ଯୋଗାଇ ଦିଆଯିବ। ଦେଶର ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡ଼ିକ ବର୍ତ୍ତମାନ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଥିବାରୁ ସେଗୁଡ଼ିକ ଲାଗି ୯୦ ହଜାର କୋଟି ଟଙ୍କାର ଜରୁରିକାଳୀନ ପୁଞ୍ଜି ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି କଣ୍ଟ୍ରାକ୍ଟରଙ୍କୁ ସମସ୍ତ ସରକାରୀ ଏଜେନ୍ସି ୬ ମାସ ମହଲତ ଦେବାକୁ କୁହାଯାଇଛି। ସାମଗ୍ରୀ ଓ ସେବା କଣ୍ଟ୍ରାକ୍ଟ କ୍ଷେତ୍ରରେ କାମ ଶେଷ କରିବା ଲାଗି ଏହା ସହାୟକ ହେବ। ଚଳିତ ବର୍ଷ ମାର୍ଚ୍ଚ ୨୫ ସୁଦ୍ଧା ପଞ୍ଜୀକରଣ ଅବଧି ଶେଷ ହେଉଥିବା ରିୟଲ ଇଷ୍ଟେଟ ପ୍ରକଳ୍ପଗୁଡ଼ିକ ଲାଗି କୋହଳ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ: ନୋମିନେଶନ ଜାରି

ଭୁବନେଶ୍ୱର,୯ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ରାଜ୍ୟର ବିଭିନ୍ନ କଲେଜରେ ନୋମିନେଶନ ଜାରି ରହିଛି। ଶୁକ୍ରବାର ସକାଳ ୧୦ଟାରୁ ଦିନ ଗୋଟାଏ ଭିତରେ ପ୍ରାର୍ଥୀମାନେ ସେମାନଙ୍କର ନୋମିନେଶନ…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ପୁଣି ନୋବେଲ ଶାନ୍ତି ପୁରସ୍କାର ଦାବିକଲେ ଟ୍ରମ୍ପ୍‌, ୮ଯୁଦ୍ଧ ରୋକିଥିବା ଦାବି ଦୋହରାଇଲେ

ଓ୍ବାଶିଂଟନ,୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ପୁଣି ଥରେ ଦାବି ଉପସ୍ଥାପନ କରିଛନ୍ତି । ସେ ୮ଟି ଯୁଦ୍ଧର ସମାଧାନ କରିଛନ୍ତି…

ପଶ୍ଚିମବଙ୍ଗରୁ ତାମିଲନାଡୁ…. ଆଜି ୬ ଆସନର ରେଜଲ୍ଟ, କିଏ ମାରିବ ବାଜି?

ନୂଆଦିଲ୍ଲୀ,୯।୧୦: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅକ୍ଟୋବର ୬ ତାରିଖରେ ହୋଇଥିବା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଏଥିରେ ୫ଟି ବିଧାନସଭା ଆସନ…

ନେତାନ୍ୟାହୁଙ୍କ ବଡ଼ ନିଷ୍ପତ୍ତି, ସ୍ମିତ ମାଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ୱ ସମ୍ମାନ

ନୂଆଦିଲ୍ଲୀ,୯।୧୦: ନିଜ ସହ-ପାଇଲଟ୍‌ଙ୍କ ମରଣାନ୍ତକ ଆକ୍ରମଣର ସାମ୍ନା କରି ମଧ୍ୟ ୧୭୪ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?