ଏମ୍‌ଏସ୍‌ଏମ୍‌ଇଙ୍କୁ ମିଳିଗଲା ୪୦ହଜାର କୋଟି ବକେୟା

ନୂଆଦିଲ୍ଲୀ,୨୮-୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ସମସ୍ତ ମନ୍ତ୍ରଣାଳୟ ଠାରୁ ଆସନ୍ତା ୪ ତ୍ରୈମାସ ବା ଏକ ବର୍ଷର ପୁଞ୍ଜିଗତ ବ୍ୟୟର ବିସ୍ତୃତ ଯୋଜନା ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଖର୍ଚ୍ଚ ବୃଦ୍ଧିକୁ ପ୍ରୋତ୍ସାହିତ କରିହେବ ବୋଲି କୁହାଯାଉଛି। କେତେକ ନିର୍ଦ୍ଦିଷ୍ଟ ମନ୍ତ୍ରଣାଳୟ ସହ ଆଲୋଚନା କରିବା ପରେ ସେ କହିଛନ୍ତି ଯେ, ସରକାରୀ ବିଭାଗ ସମସ୍ତ ବକେୟାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଦାନ କରିବେ। ଅନ୍ୟପକ୍ଷରେ ସରକାରଙ୍କ ଉପରେ ଏମ୍‌ଏସ୍‌ଏମଇଙ୍କର ୬୦ ହଜାର କୋଟି ଟଙ୍କା ବକେୟା ରହିଥିବା ବେଳେ ଇତିମଧ୍ୟରେ ୪୦ ହଜାର କୋଟି ଟଙ୍କା ଦିଆସରିଛି ଓ ଅବଶିଷ୍ଟ ଟଙ୍କା ଅକ୍ଟୋବର ପ୍ରଥମ ସପ୍ତାହ ଭିତରେ ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ସୀତାରାମନ୍‌ କହିଛନ୍ତି।
ସୂଚନାଥାଉ କି, ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଏବେ ଘୋର ନଗଦ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ମନ୍ତ୍ରଣାଳୟ ଉପରେ ସେମାନଙ୍କର ବକେୟା ଦୀର୍ଘ ଦିନ ହେବ ପଡି ରହିଛି। ଏହି କାରଣରୁ ସେମାନଙ୍କର ଉତ୍ପାଦନ ବାଧାପ୍ରାପ୍ତ ହେଉଛି ଓ ବ୍ୟୟ ବୃଦ୍ଧି ପାଉନାହିଁ। ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ସୀତାରାମନ୍‌ କହିଛନ୍ତି ଯେ, ସରକାର ଏମ୍‌ଏସ୍‌ଏମ୍‌ଇଙ୍କ ବକେୟା ଅଟକାଇପାରିବେ ନାହିଁ। ଏଥିରେ ଉପସ୍ଥିତ ଥିବା ବ୍ୟୟ ସଚିବ ଜି.ସି.ମୁର୍ମୁ କହିଛନ୍ତି ଯେ, ଅଗଷ୍ଟ ସୁଦ୍ଧା ସରକାରଙ୍କ ପୁଞ୍ଜି ବ୍ୟୟ ୪୨%ରେ ପହଞ୍ଚତ୍ଛି। ଅର୍ଥ ମନ୍ତ୍ରୀ ଶନିବାର କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମୁଖ୍ୟମାନଙ୍କୁ ଭେଟିବେ ବୋଲି ସେ ସୂଚନା ଦେଇଛନ୍ତି। ଏଥିପୂର୍ବରୁ ବ୍ୟୟ ସଚିବ ମୁର୍ମୁ ଓ ଆର୍ଥିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତ୍ତୀ ସଡ଼କ ପରିବହନ ଓ ରାଜପଥ, ରେଲଓ୍ବେ, ଟେଲିକମ,ହାଉସିଂ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ବସି ସେମାନଙ୍କର ପୁଞ୍ଜି ବ୍ୟୟର ସମୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମୁଦ୍ରାରେ ସର୍ବକାଳୀନ ହ୍ରାସ

ନୂଆଦିଲ୍ଲୀ,୧୦ା୫:ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ଶେୟାର ବଜାରର ପ୍ରଥମ କାରବାର ଦିବସର ଆରମ୍ଭ ସମୟରେ ୟୁଏସ୍‌ ଡଲାର ତୁଳନାରେ...

ଖାଦ୍ୟ ବାଣ୍ଟିଲା କ୍ରେଡାଇ ଓଡ଼ିଶା

ଭୁବନେଶ୍ୱର,୨୬।୪: ବର୍ତ୍ତମାନର ଲକ୍‌ଡାଉନ ସମୟରେ ଫସି ରହିଥିବା ଲୋକମାନଙ୍କୁ କ୍ରେଡାଇ ଓଡ଼ିଶା ପକ୍ଷରୁ ସହାୟତା କରାଯାଇଛି। କଟକ ଏବଂ ଭୁବନେଶ୍ୱରରେ ଗରିବ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ...

ବିଗିଡ଼ିବ ବଜେଟର ସମ୍ପୂର୍ଣ୍ଣ ଗଣିତ

  ନୂଆଦିଲ୍ଲୀ, ୭।୪: କରୋନା ଯୋଗୁ ସାରା ବିଶ୍ୱର ସ୍ଥିତି ଏବେ ବେହାଲ ହୋଇଛି। ଭାରତରେ ୨୧ ଦିନିଆ ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ବର୍ତ୍ତମାନ...

୭୦ ହଜାର କୋଟିର ଦାବିଦାର ନାହାନ୍ତି

ନୂଆଦିଲ୍ଲୀ,୨୭-୪: ଜାଣି ଚକିତ ହେବେ ଯେ, ଦେଶର ବିଭିନ୍ନ ଆର୍ଥିକ ସଂସ୍ଥାରେ ପଡିରହିଛି ୭୦ ହଜାର କୋଟି ଟଙ୍କା। ଏତେ ବଡ଼ ଆକାରର ଟଙ୍କାର କେହି...

ଏସ୍‌ବିଆଇ ଉପରେ ୧ କୋଟିର ଜରିମାନା

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଉପରେ ରିଜର୍ଭ ବ୍ୟାଙ୍କ ୧ କୋଟି ଟଙ୍କାର ଜରିମାନା ଲଗାଇଛି। ବ୍ୟାଙ୍କରୁ ଋଣ ନେଇଥିବା କମ୍ପାନୀଗୁଡ଼ିକରେ ଅଂଶଧନ ହାସଲ...

ଲଗାତାର ଚତୁର୍ଥ ଦିନ ପାଇଁ ବଢ଼ିଲା ତୈଳଦର; ଲିଟର ପିଛା…

ନୂଆଦିଲ୍ଲୀ,୨୩।୧୦: ହୁ ହୁ ହୋଇ ବଢ଼ିଚାଲିଛି ତୈଳଦର। ଶନିବାର ଲଗାତାର ଚତୁର୍ଥ ଦିନ ପାଇଁ ସାରା ଦେଶରେ ଇନ୍ଧନ ଦର ୩୫ ପଇସା ବୃଦ୍ଧି ପାଇଛି।...

ଗୁଗଲ ପେ’ ବ୍ୟବହାରକାରୀ ଏହି କଥା ଜାଣିବା ନିହାତି ଦରକାର, ନଚେତ୍‌…

ନୂଆଦିଲ୍ଲୀ: ଯଦି ଆପଣ ଗୁଗଲ ପେ’ରୁ ପଇସା ନେଣଦେଣ କରୁଛନ୍ତି ତେବେ ଏହି କଥା ଜାଣିବା ନିହାତି ବହୁତ ଜରୁରୀ । ଡିଜିଟାଲ ପ୍ଲାଟଫର୍ମ ଗୁଗଲ...

ଜିଓର ନିଟ୍‌ ଲାଭ ୧୮୩% ବଢିଲା

ମୁମ୍ବାଇ,୩୧।୭ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଏହାର ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସ ଆର୍ଥତ୍କ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ପ୍ରଥମ ତ୍ରୈମାସରେ ରିଲାଏନ୍ସର...

Advertisement
Archives

Model This Week