ଏମ୍‌ଏସ୍‌ଏମ୍‌ଇଗୁଡ଼ିକର ଚିନ୍ତା ବଢୁଛି

 

ନୂଆଦିଲ୍ଲୀ,୨୬।୫: ବର୍ତ୍ତମାନର କ୍ଷତିଗ୍ରସ୍ତ ବଜାର ଏବଂ ନଗଦ ସମସ୍ୟାକୁ ନେଇ ଦେଶର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ବର୍ତ୍ତମାନ ଚିନ୍ତାରେ ରହିଛନ୍ତି। ଗୋଟିଏ ପଟେ ବର୍ତ୍ତମାନ ନଗଦ ସମସ୍ୟା ରହିଥିବା ବେଳେ ଅନ୍ୟ ପଟେ ବଡ଼ ବଡ଼ କମ୍ପାନୀ ଏବଂ ସରକାରୀ ଏଜେନ୍ସିଗୁଡ଼କ ଉପରେ ପଡି ରହିଥିବା ବକେୟା ବର୍ତ୍ତମାନ ଆସିପାରୁ ନାହିଁ। ଏଭଳି ଭାବେ କମ୍ପାନୀଗୁଡିକର ୫ ଲକ୍ଷ କୋଟି ଟଙ୍କା ପଡି ରହିଛି। ଏଭଳି ସମସ୍ୟାକୁ ବିଚାରକରି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ପଦକ୍ଷେପ ନେବ ବୋଲି ଜଣାପଡିଛି। ଆଗାମୀ ୪୫ ଦିନ ମଧ୍ୟରେ ସମସ୍ତ ସରକାରୀ ଏଜେନ୍ସି ଏବଂ ମନ୍ତ୍ରଣାଳୟଗୁଡିକର ବକେୟା ରାଶି ପଇଠ କରିବା ଦିଗରେ ସରକାର ଯୋଜନା ହାତକୁ ନେବେ। ସେହିଭଳି ରାଜ୍ୟ ସରକାର ଏବଂ କମ୍ପାନୀଗୁଡିକ ସେମାନଙ୍କ ବକେୟା ଅର୍ଥ ଏମ୍‌ଏସ୍‌ଏମ୍‌ଇଗୁଡିକୁ ପଇଠ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ୍‌ ଗଡକରୀ କହିଛନ୍ତି। ଦେଶର ଅଣ ବ୍ୟାଙ୍କିଙ୍ଗ୍‌ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)ଗୁଡ଼ିକୁ ପୁଞ୍ଜି ପ୍ରଦାନ ଦିଗରେ ମଧ୍ୟ ଯୋଜନା ହାତକୁ ନିଆଯାଇଛି। ଏହାବାଦ ଗ୍ରାମାଞ୍ଚଳ ସ୍ତରରେ ଶିଳ୍ପ ପ୍ରତିଷ୍ଠାକୁ ସରକାର ଗୁରୁତ୍ୱ ଦେଉଥିବା ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ବିଆଇ ମଧ୍ୟ ହେଲା ୫ ଲକ୍ଷ କୋଟିର ବ୍ୟାଙ୍କ

ନୂଆଦିଲ୍ଲୀ,୧୪।୯: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିଆଇ ଷ୍ଟକ୍‌ ମାର୍କେଟ୍‌ରେ ଭଲ ପ୍ରଦର୍ଶନ କରିଛି। ବୁଧବାର କାରବାରରେ ଏସ୍‌ବିଆଇ ଶେୟାରର ମୂଲ୍ୟ ପ୍ରାୟ ୨.୫୦% ବୃଦ୍ଧି ପାଇ...

ଫ୍ୟୁଚର ଗ୍ରୁପ୍‌ର ୨୦୦ଷ୍ଟୋରକୁ ରିଲାଏନ୍ସର ଅଧିଗ୍ରହଣ

ମୁମ୍ବାଇ, ୨୭।୨: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପ୍ରାୟ ୩୦,୦୦୦ ଫ୍ୟୁଚର ରିଟେଲ ଏବଂ ଫ୍ୟୁଚର ଲାଇଫଷ୍ଟାଇଲର କର୍ମଚାରୀଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା...

୬୫ ଟୋଲ ପ୍ଲାଜାରେ ଫାଷ୍ଟାଗ୍‌ ନିୟମ କୋହଳ

ନୂଆଦିଲ୍ଲୀ,୧୬-୧: ଓଡ଼ିଶାର ମଙ୍ଗୁଳି ସମେତ ଅଧିକ କାରବାର କରୁଥିବା ଦେଶର ୬୫ ଟୋଲ୍‌ ପ୍ଲାଜାରେ ବୁଧବାରଠାରୁ ଆସନ୍ତା ଗୋଟିଏ ମାସ ଲାଗି ଫାଷ୍ଟାଗ ନିୟମ କୋହଳ...

ଟାଟା ସନ୍ସ-ସାଇରସ୍‌ ବିବାଦ

୨୦୧୬ ଅକ୍ଟୋବର ୨୪: ସାଇରସ୍‌ ମିସ୍ତ୍ରୀଙ୍କୁ ଟାଟା ସନ୍ସ ଚେୟାରମ୍ୟାନ୍‌ ପଦରୁ ହଟାଇ ରତନ ଟାଟାଙ୍କୁ ଅନ୍ତରୀଣ ଅଧ୍ୟକ୍ଷ କରାଯାଇଥିଲା। ୨୦୧୬ ଡିସେମ୍ବର ୨୦: ସାଇରସ୍‌...

ସାମଗ୍ରୀର ଉତ୍ପତ୍ତିସ୍ଥଳ ଦର୍ଶାଇବେ ଇ-କମର୍ସ କମ୍ପାନୀ

ନୂଆଦିଲ୍ଲୀ,୯।୭: ପ୍ରଡକ୍ଟ କେଉଁଠାରେ ପ୍ରସ୍ତୁତ ହୋଇଛି ତାହା ଏବେ ଇ-କମର୍ସ କମ୍ପାନୀଗୁଡ଼ିକ ଆଉ ଅଛପା ରଖିପାରିବେ ନାହିଁ। ଏହି କମ୍ପାନୀଗୁଡ଼ିକୁ ପ୍ରଡକ୍ଟର ଉତ୍ପତ୍ତିସ୍ଥଳ ଦର୍ଶାଇବାକୁ ହେବ।...

ଅର୍ଥ ବ୍ୟବସ୍ଥା ଲାଗି ବୁଷ୍ଟର

ନୂଆଦିଲ୍ଲୀ,୧୪।୫: ଦେଶର ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କରୋନା ଜନିତ ଲକ୍‌ଡାଉନ ପାଇଁ ଅର୍ଥ ବ୍ୟବସ୍ଥାକୁ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାରୁ...

ବିଦ୍ୟୁତ ବିତରଣ କମ୍ପାନୀଙ୍କ ଉପରେ ୧.୨୩ ଲକ୍ଷ କୋଟି ଟଙ୍କା ବାକି

ନୂଆଦିଲ୍ଲୀ,୨୯।୬ : ବିଦ୍ୟୁତ ବିତରଣ କମ୍ପାନୀଙ୍କ ଉପରେ ଶକ୍ତି ଉତ୍ପାଦନ କରୁଥିବା କମ୍ପାନୀଗୁଡିକର ମୋଟ ବକେୟା ରାଶି ୬୩% ବୃଦ୍ଧି ଘଟି ୧.୨୩ ଲକ୍ଷ କୋଟି...

କୋର୍‌ ସେକ୍ଟର ଅଭିବୃଦ୍ଧି ୨.୫% ହ୍ରାସ

ନୂଆଦିଲ୍ଲୀ,୨୮।୧୧: କରୋନା ମହାମାରୀର ଯୋଗୁ ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ମଧ୍ୟ ପ୍ରଭାବିତ ହୋଇ ରହିଛି। ଲକଡାଉନ କଟକଣାକୁ ସରକାର...

Advertisement
Archives

Model This Week