ଏମ୍‌ଆଣ୍ଡଏମ୍‌ ଫାଇନାନ୍‌ସିଆଲକୁ ଆର୍‌ବିଆଇର ତାଗିଦ

ନୂଆଦିଲ୍ଲୀ,୨୩।୯:ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ପକ୍ଷରୁ ଗୁରୁବାର ମହିନ୍ଦ୍ରା ଏବଂ ମହିନ୍ଦ୍ରା ଫାଇନାନ୍‌ସିଆଲ ଲିମିଟେଡ (ଏମ୍‌ଏମ୍‌ଏଫ୍‌ଏସ୍‌ଏଲ୍‌)ର ଆର୍ଥିକ ସେବା ଋଣ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୩ୟ ପକ୍ଷ ବ୍ୟବସ୍ଥାର ବ୍ୟବହାରକୁ ବନ୍ଦ କରିବାକୁ ଆରବିଆଇ ତାଗିଦ କରିବା ସହ କଡା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ସେହିଭଳି ଆରବିଆଇର ଅଧିନିୟମ ୧୯୩୪ର ଧାରା ୪୫ଏଲ (୧)(ବି) ଅନୁଯାୟୀ ନିଜର କ୍ଷମତାକୁ ବ୍ୟବହାର କରି ଏମଏମଏଫଏସଏଲ ମୁମ୍ବାଇକୁ ତୁରନ୍ତ ଆଉଟସୋର୍ସିଂ ମାଧ୍ୟମରେ କୌଣସି ପୁନରୁଦ୍ଧାର କିମ୍ବା ପୁନଃନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବ୍ୟାଙ୍କର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବ୍ୟବସ୍ଥା, ନିୟାମକ ଏକ ବିବୃତିରେ କହିଛନ୍ତି। ଅବଶ୍ୟ ଉକ୍ତ ଏନବିଏଫସି ନିଜସ୍ବ କର୍ମଚାରୀଙ୍କ ମାଧ୍ୟମରେ ପୁନରୁଦ୍ଧାର କିମ୍ବା ପୁନଃନିର୍ମାଣ କାର୍ଯ୍ୟକଳାପ ଜାରି ରଖିପାରେ। ହେଲେ ଆରବିଆଇର ନିୟମାବଳୀ ମଧ୍ୟରେ ସମସ୍ତ କାର୍ଯ୍ୟ ହେବା ଆବଶ୍ୟକ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଝାଡଖଣ୍ଡର ହଜାରିବାଗରେ ଋଣ ଆଦାୟ ସହ ଟ୍ରାକ୍ଟର ଜବତ କରିବାକୁ ଯାଇଥିବା ଏମଏମଏଫଏସଏଲର ୩ୟ ପକ୍ଷ କର୍ମଚାରୀ (ଏଜେଣ୍ଡ) ଜଣେ ୨୭ବର୍ଷ ବୟସ୍କା ଗର୍ଭବତୀ ମହିଳାଙ୍କ ଉପରେ ଗାଡି ଚଢ଼ାଇ ଦେବା ଘଟଣାରୁ ଏଭଳି ନିଷ୍ପତ୍ତି ହୋଇଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିବାଧିତଙ୍କ ଲାଗି ଆର୍‌ବିଆଇର ନୋଟ୍‌ ଚିହ୍ନିବା ଆପ୍‌

ମୁମ୍ବାଇ,୧୩।୫: ଦୃଷ୍ଟିବାଧିତଙ୍କୁ ସହଜରେ ନୋଟ୍‌ ଚିହ୍ନିବାରେ ସହାୟତା କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏକ ମୋବାଇଲ ଆପ୍‌ ଆଣିବାକୁ ଯାଉଛି। ବର୍ତ୍ତମାନ ଦେଶରେ ୫,୧୦,୨୦,୫୦,୧୦୦,...

ଦି ମ୍ୟାନ୍‌ ଗାର୍ମେଣ୍ଟସ ଷ୍ଟୋରର ପୂଜା ଅଫର

କଟକ,୨୮।୯: ଚଳିତ ବର୍ଷର ପାର୍ବଣ ଋତୁ ଅବସରରେ ‘ଦି ମ୍ୟାନ୍‌ ମଲ୍ଟିବ୍ରାଣ୍ଡ ଗାର୍ମେଣ୍ଟସ ଷ୍ଟୋରର ନୂତନ ଆଉଟ୍‌ଲେଟ୍‌ କଟକର ମଙ୍ଗଳାବାଗଠାରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ...

ଆଉଟଲୁକ୍‌ ସ୍ଥିର ରଖିଲା ଏସ୍‌ ଆଣ୍ଡ ପି

ନୂଆଦିଲ୍ଲୀ,୧୧।୬: ରେଟିଂ ଏଜେନ୍ସି ଏସ୍‌ ଆଣ୍ଡ ପି ଭାରତର ଆଉଟଲୁକ୍‌କୁ ବୁଧବାର ସ୍ଥିର ରଖିଛି। ଏହି ଏଜେନ୍ସି ଭାରତ ଲାଗି ରେଟିଂକୁ ବିବିବିରେ ସ୍ତରରେ ରଖିଛି।...

ଶିକ୍ଷା ହିଁ ସମାଜର ମେରୁଦଣ୍ଡ

ଜୀବନରେ ଶିକ୍ଷାର ଭୂମିକାକୁ କିଭଳି ଦେଖୁଛନ୍ତି? ଶିକ୍ଷା ସମସ୍ତଙ୍କ ପାଇଁ ସବୁକିଛି କହିଲେ ଅତ୍ୟୁକ୍ତି ହେବନି। ବ୍ୟକ୍ତି ପାଇଁ ଶିକ୍ଷାର ଭୂମିକା ଏତେ ଗୁରୁତ୍ୱପୂର୍ଣ୍ଣ ଯେ...

ଶିକ୍ଷକରୁ ଶିକ୍ଷା ଉଦ୍ୟୋଗୀ

ପିଲାଟି ଦିନରୁ ମାତାପିତାଙ୍କୁ ହରାଇଥିବା ଜଣେ ମେଧାବୀ ଛାତ୍ର ଯେ କେବେ ଶହ ଶହ ପିଲାଙ୍କର ଦାୟିତ୍ୱ ବହନ ସହ ଅଭିଭାବକ ଓ ଗୁରୁଙ୍କ ଭୂମିକା...

ସର୍ବକାଳୀନ ରେକର୍ଡ ସ୍ତରରେ ସୁନା

ନୂଆଦିଲ୍ଲୀ,୭-୧: ସୋମବାର ସୁନା ଦର ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି। ଏହି ସମୟରେ ୧୦ ଗ୍ରାମ ପିଛା ସୁନା ଦର ୪୧,୭୩୦ ଟଙ୍କା ସ୍ତରରେ ରହିଛି।...

ଦେଶର ୨ୟ ବୃହତ୍‌ ଉଦ୍ୟୋଗ ଆଦାନୀ ସମୂହ

ନୂଆଦିଲ୍ଲୀ,୨୫।୮: ଗତ କିଛି ବର୍ଷ ମଧ୍ୟରେ ଆଦାନୀ ଗ୍ରୁପ୍‌ ସମଗ୍ର ବିଶ୍ୱର ଏକ ପ୍ରମୁଖ ଉଦ୍ୟୋଗ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏପରିକି...

ଅଭିବୃଦ୍ଧି ପଥରେ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗ

ନୂଆଦିଲ୍ଲୀ,୨୯ା୩: ବିଗତ କିଛି ବର୍ଷ ହେବ ଭାରତୀୟ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି। ଏପରିକି ବିଗତ ୫ ବର୍ଷ ମଧ୍ୟରେ ରିଅଲ...

Advertisement
Archives

Model This Week