Posted inଫୁରସତ

ଏମିତି ଜେଲ୍‌, ଯେଉଁଠୁ ଖସି ଯାଇ ପାରି ନ ଥାନ୍ତି କଏଦୀ

କାଲିଫର୍ଣ୍ଣିଆ: ସାଧାରଣତଃ କୌଣସି ନା କୌଣସି ଜେଲ୍‌ରୁ କଏଦୀ ଖସି ପଳାଉଥିବା ଖବର ନିଶ୍ଚିତ ଶୁଣିଥିବେ। ମାତ୍ର ଆଜି ଏମିତି ଏକ ଜେଲ୍‌ ସମ୍ପର୍କରେ କହିବୁ ଯାହା ଜାଣି ଆଶ୍ଚର୍ଯ୍ୟ ହେବେ। ଏହି ଜେଲ୍‌ରୁ କୌଣସି କଏଦୀ କେବେ ଖସି ପଳାଇବାର ସୁଯୋଗ ପାଇନାହାନ୍ତି। ଯଦିଓ ଅନେକ କଏଦୀ ଚେଷ୍ଟା କରି ବିଫଳ ହୋଇଛନ୍ତି। ଏହି ଜେଲ୍‌ର ନାମ ଆଲକାଟ୍ରାଜ୍‌ ଜେଲ। ଏହା କାଲିଫର୍ଣ୍ଣିଆର ସାନ୍‌ ଫ୍ରାନ୍ସିସ୍କୋ ଉପକୂଳବର୍ତ୍ତୀ ଆଲକାଟ୍ରାଜ୍‌ ଦ୍ୱୀପରେ ଅବସ୍ଥିତ। ୧୯୩୪ରେ ଏହି ଜେଲ୍‌ ଖୋଲା ଯାଇଥିଲା। କିନ୍ତୁ ଅଧିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ହେତୁ ୧୯୬୩ରେ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଏହି ଜେଲ୍‌କୁ ସଂଗ୍ରାହାଳୟ ଭାବରେ ବ୍ୟବହାର କରାଯାଉଛି। ଯାହାକୁ ପ୍ରତିବର୍ଷ ଲକ୍ଷାଧିକ ଲୋକ ପରିଦର୍ଶନ କରିବାକୁ ଆସିଥାନ୍ତି। ଏହି ଜେଲ୍‌କୁ ‘ଦ ରକ୍‌’ ମଧ୍ୟ କୁହାଯାଏ। ଏହାର ଚତୁଃପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା ଏବଂ ଶୀତଳ ଜଳ ଚାରିପଟେ ଘେରି ରହିଛି। ଏହି ଜେଲ୍‌କୁ ଆମେରିକାର ସବୁଠାରୁ ଶକ୍ତିଶାଳୀ କାରାଗାର ଭାବରେ ବିବେଚନା କରାଯାଉଥିଲା। ଯେଉଁଥିରୁ କୌଣସି କଏଦୀ ଖସି ଯାଇପାରିବେ ନାହିଁ।


କୁହାଯାଏ, ଏହି କାରାଗାରରେ ଆମେରିକାର ସବୁଠାରୁ ଦୁର୍ଦ୍ଦାନ୍ତ କଏଦୀଙ୍କୁ ରଖାଯାଇଥିଲା। ଜେଲ୍‌ର ୨୯ ବର୍ଷର ଇତିହାସରେ ଯଦିଓ ସମୁଦାୟ ୩୬ କଏଦୀ ଏଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ, ସେମାନଙ୍କ ମଧ୍ୟରୁ ୧୬ଜଣଙ୍କୁ କାବୁ କରାଯାଇଥିଲା। କେତେକଙ୍କୁ ପୋଲିସ ଗୁଳିରେ ହତ୍ୟା କରାଯାଇଥିଲା ଏବଂ କେତେକ ପାଣିରେ ବୁଡ଼ି ଯାଇଥିଲେ। ୫ କଏଦୀଙ୍କ ମୃତଦେହ ପୋଲିସ ପାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri