Posted inଫୁରସତ

ଏମିତି ଏକ ରୋଗରେ ପୀଡ଼ିତ ଥିଲେ ଯୁବକ, ସର୍ଜରୀ ପରେ ମିଳିଲା ନୂଆ ଜୀବନ

ଚାଇନା: ବିଶ୍ୱରେ କିଛି ଲୋକ ଅଛନ୍ତି, ସେମାନଙ୍କର ଶାରୀରିକ ବିକାଶ ଠିକ୍‌ ଭାବରେ ହୋଇ ନ ଥାଏ। ଫଳରେ ଚଲାବୁଲା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏମିତି ଜଣେ ଯୁବକ ହେଉଛନ୍ତି ଚାଇନାରେ ରହୁଥିବା ଲି ହୁଆ। ତାଙ୍କୁ ଆଙ୍କିଲସିଂ ସ୍ପଣ୍ଡିଲାଇଟ୍‌ସ ନାମକ ରୋଗ ହୋଇଛି। ଯାହା କ୍ୱଚିତ୍‌ ଲୋକଙ୍କଠାରେ ଦେଖିବାକୁ ମିଳିଥାଏ। ଏହି ରୋଗ ହେଲେ କମ୍‌ ବୟସରୁ ଅଣ୍ଟା ନଇଁ ଯାଇଥାଏ। ମୁହଁ ଆଣ୍ଠୁ ସହିତ ଲାଗିଯାଏ। ରୋଗୀ ସିଧା ଭାବରେ ଠିଆ ହୋଇପାରେ ନାହିଁ। ୨୮ ବର୍ଷୀୟ ଲି’ସେହି ରୋଗରେ ପୀଡ଼ିତ। ଲି’ଙ୍କୁ ଚାଲିବା, ବୁଲିବା, ଉଠିବା, ବସିବା ସବୁଥିରେ ଅସୁବିଧା ହେଉଥିଲା। ଦୀର୍ଘଦିନ ଧରି ଲି’ ଏହି ରୋଗରେ ପଡ଼ିବା ପରେ ଏବେ ଆରୋଗ୍ୟ ହୋଇଛନ୍ତି।

ସେଣ୍ଟ୍ରାଲ ଚାଇନାରେ ରହୁଥିବା ଲି’ଙ୍କୁ ପରିବାର ଲୋକେ ୨୦୧୮ରେ ଡାକ୍ତରଙ୍କ ପାଖକୁ ନେଇଥିଲେ। କିନ୍ତୁ ଡାକ୍ତର କହିଲେ ସର୍ଜରୀ କଲେ ମଧ୍ୟ ତାଙ୍କ ଜୀବନ ପ୍ରତି ବିପଦ ରହିବ। ପରିବାରର ଲୋକଙ୍କ ଅନୁରୋଧ ସତ୍ତ୍ୱେ ପ୍ରଫେସର ତାଓ ହୁରିୟନ୍‌ ତାଙ୍କ ସର୍ଜରୀ କରାଇଲେ। ଯାହା ସଫଳ ହୋଇଛି। ତାଙ୍କୁ ନୂଆ ଜୀବନ ମିଳିଛି। ୨/୩ ମାସ ପରେ ଲି’ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ଏହି କିଛିଦିନ ହେବ ସେ ଓ୍ବାକର ସହାୟତାରେ ଚଲାବୁଲା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କବିତା କହେ କବି ମନର କଥା

କବି ଜଣେ ସାଧାରଣ ମଣିଷ ନୁହନ୍ତି । ତାଙ୍କ ମଧ୍ୟରେ ପ୍ରତିଟି ଜିନିଷକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବାର ସୃଜନଶୀଳତା ରହିଥାଏ । ଜଣେ ସାଧାରଣ...

ଗର୍ଲଫ୍ରେଣ୍ଡଙ୍କୁ ବର୍ଗର ଖୁଆଇବାକୁ ୨ଲକ୍ଷ ଟଙ୍କାରେ ହେଲିକପ୍ଟର ବୁକ୍‌ କରି ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଯୁବକ: ଆଉ ତା ପରେ…

ଜଣେ ବ୍ୟକ୍ତିଙ୍କ ବର୍ଗର ଖାଇବାକୁ ଇଚ୍ଛା ହେଲା। ମାତ୍ର ଘରପାଖରେ ତାଙ୍କୁ କୌଣସି ରେଷ୍ଟୁରାଣ୍ଟ ପସନ୍ଦ ହେଲାନାହିିଁ। ଶେଷରେ ସେ ପ୍ରେମିକାଙ୍କୁ ଧରି ୨ ଘଣ୍ଟା...

ଏଠି ଭଗବାନଙ୍କୁ ଅର୍ପଣ କରାଯାଏ ଜୀବନ୍ତ କଙ୍କଡା

ଭଗବାନଙ୍କ ନିକଟରେ କିଏ କେତେ କ’ଣ କାମନାକରି ବିଭିନ୍ନ ପ୍ରକାର ଫୁଲ ଫଳ ଅବା ଭୋଗ ଅର୍ପଣ କରିଥାଆନ୍ତି। ହେଲେ ସୁରଟର ଏକ ମନ୍ଦିରରେ ଭଗବାନଙ୍କୁ...

ହାତ ଥିବା ଚଢ଼େଇ ଭିଡିଓ

ନୂଆଦିଲ୍ଲୀ: ଚଢ଼େଇମାନଙ୍କର ଯଦି ହାତ ଥାନ୍ତା, ତେବେ ସେମାନେ ବି ମଣିଷଙ୍କ ଭଳି ବିଭିନ୍ନ ପ୍ରକାର କାମ କରିପାରିଥାନ୍ତେ। ଏମିତି ଏକ ଭାବନାକୁ ଏବେ ଟୁଇଟରରେ...

ବିଶ୍ୱର ୫ ଅଜବ ଦଣ୍ଡ: ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ଅଭିଯୁକ୍ତଙ୍କୁ ଶାସ୍ତି ସ୍ବରୂପ ଦଣ୍ଡ ମିଳିଥାଏ। ତେବେ ତାହା ବଡ଼ ଦଣ୍ଡ ହେଉ ଅବା ଛୋଟ। ଏଠାରେ ଜାଣିବା କିଛି ଭିନ୍ନ ପ୍ରକାରର ଦଣ୍ଡ ବିଷୟରେ,...

ମହାତ୍ମାଙ୍କ ଚଷମା ହେଉଛି ନିଲାମ, ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଲଣ୍ଡନ, ୧୦।୮: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚଷମା ନିଲାମ କରାଯିବ। ଏନେଇ ଅନ୍‌ଲାଇନ୍‌ରେ ୫ ଲକ୍ଷ ୮୮ ହଜାର ୧୦ ଟଙ୍କା(୬ ହଜାର ପାଉଣ୍ଡ)...

ପ୍ରାଚୀନ ଶିବ ମନ୍ଦିର କିନ୍ତୁ ଅଧାଗଢା

ବିହାରର ଭୋଜପୁର ପାହାଡି ଅଞ୍ଚଳରେ ରହିଛି ଏମିତି ଏକ ଶିବ ମନ୍ଦିର ଯାହା ବିଶ୍ୱର ସର୍ବ ପୁରାତନ ଶିବ ମନ୍ଦିର ଭାବେ ପ୍ରସିଦ୍ଧ। ଏହାକୁ କେହି...

ଛାଡ଼ପତ୍ର ପରେ ସ୍ତ୍ରୀଙ୍କୁ ଭରଣପୋଷଣ ଲାଗି ସ୍ବାମୀ ଦେଲେ…

ଆର୍ଜେଣ୍ଟିନାର ସ୍ଥାନୀୟ କୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଡିଗ୍ରୀଧାରୀ ସ୍ତ୍ରୀଙ୍କୁ ୨୮ ବର୍ଷ ପର୍ଯ୍ୟନ୍ତ ଘର କାମ କରିବା ନିମନ୍ତେ ୧ କୋଟି ୨୦ ଲକ୍ଷ...

Advertisement
Archives

Model This Week