ଏମାର ମଠର କଥା: ଶ୍ରୀରାମାନୁଜଙ୍କୁ ନେଇ ଘଟିଥିଲା ବିସ୍ମୟକର ଘଟଣା

ପୁରୀ ଅଫିସ,୧ା୯: ଦ୍ୱାଦଶ ଶତାବ୍ଦୀର ଏମାର ମଠ ଭଙ୍ଗାଯାଉଛି। ଆଉ ଅଳ୍ପ ଦିନ ପରେ ଏହାର ନଁା ରହିବ ସିନା ହେଲେ ଚେହେରା ସମ୍ପୂର୍ଣ୍ଣ ବଦଳିଯିବ। ବିରାଟ କୋଠାର ଆକାର ସୀମିତ ରହିବ ଠାକୁରଙ୍କ ବିଜେସ୍ଥଳୀ, ପୂଜକ ଏବଂ ମହନ୍ତଙ୍କ ଛୋଟିଆ କୋଠରୀ ଭିତରେ। ତେବେ ମଠକୁ ନେଇ ଏବେ ନାନା ପ୍ରକାର ଚର୍ଚ୍ଚା ଚାଲିଥିବାବେଳେ ଏହାର ପ୍ରତିଷ୍ଠାତା ଶ୍ରୀରାମାନୁଜଙ୍କୁ ନେଇ ଶ୍ରୀଜଗନ୍ନାଥ ପୁରୀରେ ଘଟିଥିଲା ଏକ ବିସ୍ମୟକର ଘଟଣା।
ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ଏମାର ମଠର ପ୍ରତିଷ୍ଠାତା ଶ୍ରୀରାମାନୁଜାଚାର୍ଯ୍ୟ ଭାରତରେ ବୌଦ୍ଧିକ ଦିଗ୍‌ବିଜୟ ଯାତ୍ରା କରି ପୁରୀରେ ପହଞ୍ଚତ୍ଥିଲେ।

ଶ୍ରୀପ୍ରପନ୍ନାମୃତମ୍‌ ଗ୍ରନ୍ଥରୁ ଜଣାଯାଏ, ତାଙ୍କର ପ୍ରଥମ ଦିଗ୍‌ବିଜୟ ଯାତ୍ରା କାଞ୍ଚତ୍ରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରାରେ ତାଙ୍କ ସହିତ ୧୪ଜଣ ଶିଷ୍ୟ ଥିଲେ। ସେମାନଙ୍କ ମଧ୍ୟରେ ଜଣେ ଥିଲେ ଶ୍ରୀ ଉତ୍କଳାଚାର୍ଯ୍ୟ ଏବଂ ଆଉ ୨ଜଣ କଳିଙ୍ଗ ଦେଶର ଶ୍ରେଷ୍ଠ ଶିଷ୍ୟ। ଏଥିରୁ ଜଣାପଡୁଛି ଶ୍ରୀରାମାନୁଜ ଜଗନ୍ନାଥ ଧାମ ଆସିବା ପୂର୍ବରୁ ଉତ୍କଳ-କଳିଙ୍ଗ ରାଷ୍ଟ୍ର ସହ ତାଙ୍କର ସମ୍ପର୍କ ଥିଲା। ସେ କେରଳ ପହଞ୍ଚତ୍ବା ପରେ ସେଠାରୁ ଦ୍ୱାରକା, ବଦ୍ରିକା ଆଶ୍ରମ, ମଥୁରା, ଅଯୋଧ୍ୟା, ବୃନ୍ଦାବନରେ ଶାସ୍ତ୍ରାର୍ଥ କରି ବିଜୟ ଲାଭ କରିବା ପରେ କଶ୍ମୀରର ଶ୍ରୀଶାରଦା ପୀଠକୁ ଯାଇଥିଲେ। କଶ୍ମୀରରୁ ଫେରି ଜଗନ୍ନାଥ ଧାମରେ ପହଞ୍ଚତ୍ଥିଲେ। ଏହାଥିଲା ତାଙ୍କ ଦିଗ୍‌ବିଜୟ ଯାତ୍ରାର ୧୬ତମ ସ୍ଥାନ। ଶ୍ରୀଜଗନ୍ନାଥ ଧାମକୁ ଆସି ଯେଉଁଠି ପ୍ରଥମେ ଶିଷ୍ୟମାନଙ୍କ ସହ ଡେରା ପକାଇଥିଲେ ତାହା ହିଁ ଆଜିର ଏମାର ମଠ। ପ୍ରତିଦିନ ସେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଉପାସନାର ରହସ୍ୟକୁ ବୁଝିବା ପରେ ଶ୍ରୀମନ୍ଦିରରେ ନିଜ ସମ୍ପ୍ରଦାୟର ପୂଜା ପ୍ରଚଳନ ପାଇଁ ଚେଷ୍ଟା କରିଥିଲେ। ଏଥିରେ ମହାରାଜା ଚୋଡ଼ଗଙ୍ଗଦେବ ସହମତି ହୋଇଥିଲେ ମଧ୍ୟ ପୂଜାପଣ୍ଡା ସେବକମାନେ ରାଜି ହୋଇ ନ ଥିଲେ। ରାଜସଭାରେ ସେବକ ଏବଂ ରାମାନୁଜାଚାର୍ଯ୍ୟଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଚାର୍ଯ୍ୟ ମହାଶୟ ଯେଉଁ ଅନୁରୋଧ କରିଥିଲେ ତାହା କାଟ୍‌ ଖାଇଥିଲା। ରାଜସଭାରୁ ଫେରିବା ପରେ ସେବକମାନେ ମହାପ୍ରଭୁଙ୍କ ଶରଣାଗତ ହୋଇଥିଲେ। ଶ୍ରୀରାମାନୁଜାଚାର୍ଯ୍ୟଙ୍କ ଜୀବନୀ ଗ୍ରନ୍ଥ ଅନୁଯାୟୀ, ସେବକମାନେ ମହାପ୍ରଭୁଙ୍କୁ ଗୁହାରି କରି ଫେରିବା ପରେ ରାମାନୁଜାଚାର୍ଯ୍ୟ ଦର୍ଶନ କରିବାକୁ ଯାଇ ନିଜ ମନକଥା ମହାପ୍ରଭୁଙ୍କୁ ଜଣାଇଥିଲେ। କିନ୍ତୁ ମହାପ୍ରଭୁ ଏହା ଅଙ୍ଗୀକାର କରି ନ ଥିଲେ। ସେତେବେଳେ ତାଙ୍କୁ ଯେଉଁ ନିର୍ଦ୍ଦେଶ ମିଳିଥିଲା ତଦନୁଯାୟୀ ସୂଚନା ଦେଇଥିଲେ ଯେ, ଅନ୍ୟ ସମସ୍ତ କ୍ଷେତ୍ରକୁ ଆପଣ ପାଞ୍ଚରାତ୍ର ଉପାସନା ଦୃଷ୍ଟିରୁ ଅଧୀନ କରିଥିଲେ ମଧ୍ୟ ଏହି କ୍ଷେତ୍ରକୁ ମୋ ଅଧୀନରେ ରହିବାକୁ ଦିଅନ୍ତୁ। ମୋ’ ଇଚ୍ଛା ଅନୁସାରେ ମୁଁ ଏହି ସେବକମାନଙ୍କ ସହିତ ସୁଖ ପୂର୍ବକ ରହିପାରିବି। ଶ୍ରୀରାମାନୁଜାଚାର୍ଯ୍ୟ ଏହି ସୂଚନା ପାଇବା ପରେ ମନ୍ଦିରରୁ ଫେରିଆସି ପୁନଃ ମହାରାଜାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ସ୍ପଷ୍ଟ ଭାବେ ଉକ୍ତ ପୁସ୍ତକରେ ବର୍ଣ୍ଣନା କରାଯାଇଛି ଶ୍ରୀମନ୍ଦିରରୁ ସେ ମଠକୁ ଫେରିଥିଲେ। ମଠ ଶବ୍ଦ ବ୍ୟବହାରରୁ ଜାଣିହୁଏ ଯେ, ସେ ଯେଉଁଠି ଛତା ପୋତି ରହିଥିଲେ ତାହା ସେତେବେଳେ ମଠ ଭାବେ ପ୍ରସିଦ୍ଧି ପାଇ ସାରିଥିଲା। ଶ୍ରୀମନ୍ଦିରର ଉପାସନା ବିଧି ବଦଳାଇବା ପାଇଁ ବହୁଦିନ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରିଥିଲେ ମଧ୍ୟ ଶ୍ରୀରାମାନୁଜାଚାର୍ଯ୍ୟ ସଫଳ ହୋଇ ନ ଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ଯେଉଁଦିନ ମହାପ୍ରଭୁଙ୍କୁ ତାଙ୍କ ଇଚ୍ଛା ଜଣାଇବାକୁ ଯାଇଥିଲେ ସେହିଦିନ ରାତିରେ ମଠରେ ଏକ ଘଟଣା ଘଟିଥିଲା। ସକାଳୁ ଉଠି ଦେଖିଲେ ସେ ଯେଉଁଠି ଅଛନ୍ତି ତାହା ଶ୍ରୀଜଗନ୍ନାଥ ପୁରୀ ନୁହେଁ, ତାହା ଥିଲା ଶ୍ରୀକୂର୍ମ ପୀଠ। ବର୍ତ୍ତମାନ ଏହି ପୀଠ ଆନ୍ଧ୍ରପ୍ରଦେଶରେ ରହିଛି।

ଶ୍ରୀପ୍ରପନ୍ନାମୃତମ୍‌ ଗ୍ରନ୍ଥରେ ଉଲ୍ଲେଖ ରହିଛି- ଶ୍ରୀଜଗନ୍ନାଥ ମହାପ୍ରଭୁ ଯୋଗମାୟାଙ୍କ ଦ୍ୱାରା ଶ୍ରୀରାମାନୁଜାଚାର୍ଯ୍ୟଙ୍କୁ ଶ୍ରୀଜଗନ୍ନାଥ ପୀଠର ନେଇ ଶ୍ରୀକୂର୍ମ ପୀଠରେ ପହଞ୍ଚାଇ ଦେଇଥିଲେ। ଈଶ୍ୱରୀୟ ଲୀଳା ସହିତ ଘଟଣାକ୍ରମ ସମ୍ବନ୍ଧିତ ହୋଇଯାଇଛି। ପୁରୀରେ ସବୁ ଉପାସନାର ମିଶ୍ରଣ ଘଟିଛି। ଏଠାରେ କୌଣସି ସମ୍ପ୍ରଦାୟର ଉପାସନା ବିଧିକୁ ସ୍ବତନ୍ତ୍ର ମର୍ଯ୍ୟାଦା ଦିଆଯାଏ ନାହିଁ। ଏହା ହିଁ ଘଟିଥିଲା ଏମାର ମଠ ପ୍ରତିଷ୍ଠାତା ଶ୍ରୀରାମାନୁଜାଚାର୍ଯ୍ୟଙ୍କ କ୍ଷେତ୍ରରେ ବୋଲି ଡ. ମିଶ୍ର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri