Posted inଫୁରସତ

ଏଭରେଷ୍ଟ ଚାରିପାଖରେ ବୃଦ୍ଧିପାଉଛି ବନସ୍ପତି

ନୂଆଦିଲ୍ଲୀ: ବିଶ୍ୱ ତାପନ ପ୍ରଭାବରେ ଏଭରେଷ୍ଟ୍‌ର ହିମ ଉପତ୍ୟକା ତରଳିବା ପରିବେଶବିତଙ୍କୁ ଚିନ୍ତାରେ ପକାଇଥିବାବେଳେ ଏବେ ଏକ ଭଲ ଖବର ସାମ୍‌ନାକୁ ଆସିଛି। ଏଭରେଷ୍ଟ ଚାରିପାଖରେ ବନସ୍ପତି ( ଘାସ ଓ ବୁଦା ଜାତୀୟ ଗଛ)ବଢିବା ସହ ଏହାର ପରିସୀମା ବୃଦ୍ଧିପାଉଛି ବୋଲି ଇଂଲଣ୍ଡର ଗବେଷକମାନେ କହିଛନ୍ତି। ଅନୁଧ୍ୟାନ ସମ୍ପର୍କିତ ତଥ୍ୟ ଜର୍ନାଲ ଗ୍ଲୋବାଲ ଚେଞ୍ଜ ବାୟୋଲୋଜିରେ ପ୍ରକାଶ ପାଇଛି। ଇଂଲଣ୍ଡର ୟୁନିଭର୍ସିଟି ଅଫ୍‌ ଏକ୍ସେଟର୍‌ର ଗବେଷକ ଟିମ୍‌ ନାସାର ଲ୍ୟାଣ୍ଡସାଟ୍‌ ସାଟେଲାଇଟ୍‌ ତଥ୍ୟ ଉପଯୋଗ କରିବା ପରେ ଟ୍ରି ଲାଇନ ଓ ସ୍ନୋ ଲାଇନ ମଧ୍ୟରେ ରହିଥିବା ସ୍ଥାନରେ ବନସ୍ପତି ବଢୁଥିବା ଲକ୍ଷ୍ୟ କରିଛନ୍ତି। ୧୯୯୩ ରୁ ୨୦୧୮ ମଧ୍ୟରେ ସାଟେଲାଇଟ୍‌ରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଯେଉଁ ସ୍ଥାନରେ ଏହି ଗଛ ବଢୁଛି ସେଠାରେ ପହଞ୍ଚିବା କଷ୍ଟକର। ହିମାଳୟକୁ ଉଚ୍ଚତା ଅନୁସାରେ ୪ଟି ବର୍ଗରେ ଭାଗ କରି ପ୍ରତ୍ୟେକ ଉପରେ ଅନୁଧ୍ୟାନ କରାଯିବା ପରେ ସବୁଠାରେ ବନସ୍ପତି ବଢୁଥିବା କୁହାଯାଇଛି। ଏହା ହିମାଳୟର ଯେ କୌଣସି ଏକ ସ୍ଥାୟୀ ହିମ ଉପତ୍ୟକାର ଆୟତନ ଠାରୁ ୫ରୁ ୧୫ ଗୁଣ ଅଞ୍ଚଳ ବିସ୍ତାର କରି ରହିଥିବା ଦେଖାଯାଇଛିି। ଗବେଷକମାନେ ଏହି ତଥ୍ୟକୁ ଆଧାରକରି ସମୁଦ୍ର ପତ୍ତନଠାରୁ ହିମାଳୟର ୪,୧୫୦ରୁ୬,୦୦୦ ମିଟର ଉଚ୍ଚରେ ବନସ୍ପତି ଅଧିକ ବଢିଥିବା ଲକ୍ଷ୍ୟ କରିଛନ୍ତିି। ୫,୦୦୦ରୁ ୫,୫୦୦ ମିଟର ଉଚ୍ଚତା ମଧ୍ୟରେ ସବୁଠୁ ବେଶି ଗଛ ରହିଛି ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତକୁ ସହଜ କରିଥିଲେ ଶ୍ରୀନିବାସ ରାମାନୁଜନ

ଭାରତ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ୨୨ ଡିସେମ୍ବରକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରାଯାଇଥାଏ। ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଆୟାଙ୍ଗରଙ୍କ ୧୨୫ ତମ...

ଚକୋଲେଟରେ ତିଆରି ମୋଟରସାଇକେଲ

ଯଦି ଇନଷ୍ଟାଗ୍ରାମରେ ଆପଣ ପେଷ୍ଟ୍ରି ସେଫ୍‌ ଆମାଉରି ଗୁଇଚନ୍‌ଙ୍କ ଫଲୋଅର୍ସ ଅଛନ୍ତି, ତେବେ ଶୀର୍ଷକ ବୁଝି ପାରୁଥିବେ। ଗୋରିଲା, ଟେଲିସ୍କୋପ, କମ୍ପାସ ପରେ ଏବେ ଚକୋଲେଟରେ...

ପନିପରିବାରେ ପୋଷାକ: ରିସାଇକ୍ଲିଂ ପରିସ୍ରାରୁ ହୋଇଛି ସମ୍ଭବ

କାଲିଫର୍ନିଆ: ସାଧାରଣତଃ କପଡ଼ାରେ ପୋଷାକ ତିଆରି ହୋଇଥାଏ। ମାତ୍ର ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଏବଂ ଡିଜାଇନର ଏମିତି ଏକ ଗାର୍ଡେନ ତିଆରି କରିଛନ୍ତି, ଯାହାକୁୁ...

ଏମିତି ପ୍ରଜାପତିକୁ ଧରୁଛି ବାଘ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ଏକ କଖାରୁ ଉଠାଇବା ପାଇଁ ଆସିଲା କ୍ରେନ୍‌, ଏହାର ଓଜନ ଜାଣିଲେ…

ସମସ୍ତେ କଖାରୁ ଦେଖିଥିବେ ନିଶ୍ଚିତ। ମାତ୍ର ୧ କ୍ୱିଣ୍ଟାଲ ଓଜନର କଖାରୁ କେବେ ଦେଖିଛନ୍ତି। ଯଦି ନା ତେବେ ବାର୍ନେସିଭିଲ୍‌ରେ ଏପରି ଦେଖିବାକୁ ମିଳିଛି। ଏହି...

ଆବେଗ ଉପରେ କରୋନା ଲଗାମ୍‌: ଡ୍ୟୁଟିରୁ ଫେରି ଥିବା ଝିଅଙ୍କୁ ଚାଦରରେ ଗୁଡ଼ାଇ ଆଲିଙ୍ଗନ କଲେ ମା’

ଓ୍ବାଶିଂଟନ,୧୧।୪: ସାରା ପୃଥିବୀରେ କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି।...

ଚାଇନା ତିଆରି କରୁଛି ଏମିତି ଟେଲିସ୍କୋପ, ଯାହା ଦେବ ଏଲିଅନ୍‌ଙ୍କ ବିଷୟରେ ଖବର

ବେଜିଂ,୧୫।୧: ମହାକାଶରେ ଏଲିଅନ୍‌, ଏଷ୍ଟରୟେଡ୍‌ସ ଏବଂ ମେଟିୟୋର୍ସ ଖବର ଦେବା ପାଇଁ ଥିବା ଆର୍ସିବୋ ଟେଲିସ୍କୋପ ଭାଙ୍ଗିଯିବା ପରେ ଚାଇନା ବିଶ୍ୱ ପାଇଁ ନୂଆ ଟେଲିସ୍କୋପ...

ମନ୍ଦିର ପୋଖରୀରେ ମରି ପଡ଼ିଛନ୍ତି ଅସଂଖ୍ୟ ମାଛ

ତାମିଲନାଡୁର ମଦୁରାଇରେ ଅବସ୍ଥିତ ଥିରୁପାନକୁଣ୍ଡ୍ରମ୍‌ ମୁରୁଗନ ମନ୍ଦିର ପୋଖରୀରେ ଅନେକଗୁଡିଏ ମାଛ ମରି ପଡ଼ିଥିବା ଦେଖିବାକୁ ମିଳିଛି। ହେଲେ ଏକାସାଙ୍ଗରେ ଏତେଗୁଡିଏ ମାଛ କିପରି ମଲେ...

Advertisement
Archives

Model This Week