ଏଫ୍‌ପିଆଇଙ୍କ ଲାଗି ନିୟମ କୋହଳ କଲା ସେବି

ମୁମ୍ବାଇ,୨୨।୮: ସିକ୍ୟୁରିଟିଜ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି) ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ଲାଗି ବୁଧବାର ନିୟାମକୀୟ ବ୍ୟବସ୍ଥା କୋହଳ କରିଛି। କଓ୍ବୋଇସି(ନିଜର ଗ୍ରାହକଙ୍କୁ ଜାଣନ୍ତୁ) ନିୟମକୁ ଷ୍ଟକ ମାର୍କେଟ ନିୟନ୍ତ୍ରକ ସରଳ କରାଯାଇଛି। ଏଥିସହିତ ବଜାର ବାହାରେ ପ୍ରତିଭୂତି ନେଣଦେଣକୁ ଅନୁମତି ଦିଆଯାଇଛି। ସେବି ବୋର୍ଡ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଏଫ୍‌ପିଆଇଙ୍କ ଲାଗି ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରିବା ସହ ଏହାକୁ ତ୍ୱରାନ୍ବିତ କରିବା ଲକ୍ଷ୍ୟରେ ଉକ୍ତ ପଦକ୍ଷେପ ନିଆଯିବ। ନୂଆ ବ୍ୟବସ୍ଥା ଅନୁଯାୟୀ ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କୁ ୩ ବଦଳରେ ୨ ଶ୍ରେଣୀରେ ବଣ୍ଟାଯିବ। ସେବି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ କଓ୍ବୋଇସି ଲାଗି ଦସ୍ତାବିଜ କାମକୁ ଆହୁରି ସରଳ କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ନର ଏଚ୍‌.ଆର୍‌.ଖାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସ୍‌ ଆଧାରରେ ଏଫ୍‌ପିଆଇ ନିୟମକୁ କୋହଳ କରାଯାଇଛି। ବିଦେଶରେ ଜାରି ଡେରିଭେଟିଭ ଉତ୍ପାଦର ସବ୍‌ସ୍କ୍ରିପଶନ ଓ ଜାରି କରିବାର ଆବଶ୍ୟକତାକୁ ମଧ୍ୟ ତର୍କସଙ୍ଗତ କରାଯାଇଛି। ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଉପସ୍ଥାପିତ ବିଦେଶୀ ପାଣ୍ଠିକୁ ଏଫ୍‌ପିଆଇ ରୂପରେ ପଞ୍ଜୀକରଣ କରିବା ପରେ ଦେଶରେ ନିବେଶ କରିବାକୁ ଅନୁମତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରମୁଖ ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ୫.୨% ହ୍ରାସ

ନୂଆଦିଲ୍ଲୀ,୧-୧୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବରରେ ପ୍ରମୁଖ ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ହାର ୫.୨% ହ୍ରାସ ଘଟିଛି। ଗତ ବର୍ଷ...

ପିଏମ୍‌-କିଷାନ ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡ

ନୂଆଦିଲ୍ଲୀ,୧୨-୨: ପିଏମ୍‌-କିଷାନ ହିତାଧିକାରୀ ଚାଷୀଙ୍କୁ ରିହାତି ଦରରେ ସଂସ୍ଥାଗତ ଋଣ ଯୋଗାଣ ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଷାନ ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରାଯାଇଛି। ଏହା...

ବିଲ୍‌ ନେବା ଲାଗି ଗ୍ରାହକଙ୍କୁ ପ୍ରୋତ୍ସାହନ

ନୂଆଦିଲ୍ଲୀ,୫-୨: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କ୍ଷେତ୍ରରେ ସାମଗ୍ରୀ କ୍ରୟରେ ଦୋକାନରୁ ବିଲ୍‌ ନେବା ଲାଗି ଗ୍ରାହକଙ୍କୁ ସରକାର ଉତ୍ସାହିତ କରିବାକୁ ଏକ ଯୋଜନା...

୫ଜି ଟେକ୍ନୋଲୋଜି ସୁରକ୍ଷିତ:ସିଓଏଆଇ

ନୂଆଦିଲ୍ଲୀ: ଆଗାମୀ ଦିନରେ ଆସିବାକୁ ଥିବା ୫ଜି ଟେକ୍ନୋଲୋଜି ସୁରକ୍ଷିତ। ସ୍ବାସ୍ଥ୍ୟ ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ। ବର୍ତ୍ତମାନ ଭ୍ରାନ୍ତ ଧାରଣା ଏବଂ ଗୁଜବ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ନିୟମ କୋହଳ

ମୁମ୍ବାଇ,୭-୮: ସାରା ଦେଶରେ କୋଟି କୋଟି ଜିରୋ ବାଲାନ୍ସ ଆକାଉଣ୍ଟଧାରୀ (ଜନଧନ ଆକାଉଣ୍ଟଧାରୀ)ଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସେପ୍ଟେମ୍ବର ପହିଲାରୁ ନୂଆ ସୁବିଧା ଦେବାକୁ ଘୋଷଣା...

୧୦ ବର୍ଷ ତଳକୁ ଖସିଲା ଟିକସ-ଜିଡିପି ଅନୁପାତ

ନୂଆଦିଲ୍ଲୀ,୧୦।୬: ଆର୍ଥିକ ବର୍ଷ ୨୦୧୯-୨୦ରେ ଦେଶର ଟିକସ ଜିଡିପି ଅନୁମାତ ୧୦ ବର୍ଷ ନିମ୍ନକୁ ଖସିଯାଇଛି। ଏହି ସମୟରେ ଏହା ୯.୮୮% ସ୍ତରକୁ ଖସିଥିବା ଜଣାପଡିଛି।...

ଜନଧନ ଆକାଉଣ୍ଟରେ ଜମା ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ,୧୮-୮: ସମାଜର ଗରିବ ଶ୍ରେଣୀ ନିକଟରେ ବ୍ୟାଙ୍କକୁ ପହଞ୍ଚାଇବା ଲାଗି ୫ ବର୍ଷ ପୂର୍ବେ ଏନ୍‌ଡିଏ ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା। ଏବେ...

ସଙ୍ଗଠିତ କ୍ଷେତ୍ରରେ ନିଯୁକ୍ତି ୪% ବଢ଼ିଛି

ନୂଆଦିଲ୍ଲୀ,୨୮ା୯: ଦେଶର ସଙ୍ଗଠିତ କ୍ଷେତ୍ରର ନିଯୁକ୍ତି ଗତ ୭ ବର୍ଷରୁ ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସ ସୁଦ୍ଧା ୪% ହାରରେ ବୃଦ୍ଧି ପାଇଛି। କେନ୍ଦ୍ର...

Advertisement
Archives

Model This Week