ଏଫ୍‌ପିଆଇଙ୍କ ପୁଞ୍ଜି ପ୍ରତ୍ୟାହାର ଧାରା ଜାରି

ନୂଆଦିଲ୍ଲୀ,୧୫-୭: ଜୁଲାଇରେ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର ଧାରା ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୯୫୩ କୋଟି ଟଙ୍କା ଉଠାଇ ନେଇଛନ୍ତି। ଚଳିତ ମାସ ୧ରୁ ୧୨ ତାରିଖ ମଧ୍ୟରେ ଏମାନେ ଇକ୍ୱିଟିରୁ ଏହି ପୁଞ୍ଜି ପ୍ରତ୍ୟାହାର କରିଛନ୍ତି। କିନ୍ତୁ ଡେଟ୍‌ ବଜାରରେ ଏମାନେ ୮,୫୦୪.୭୮ କୋଟି ନିବେଶ କରିଛନ୍ତି। ଏହାକୁ ବିଚାର କଲେ, ବିଦେଶୀ ନିବେଶକମାନେ ମୋଟାମୋଟି ଭାବେ ଦେଶର ପୁଞ୍ଜି ବଜାରରେ ୩,୫୫୧ କୋଟି ଟଙ୍କା ନିବେଶ କରିଛନ୍ତି। ଚଳିତ ମାସ ୫ ତାରିଖ ପରଠାରୁ ନିବେଶକମାନେ ୫ ସେସନରେ ପୁଞ୍ଜି ପ୍ରତ୍ୟାହାର ଧାରା ଜାରି ରଖିଛନ୍ତି। ଧନୀ ବ୍ୟକ୍ତିଙ୍କ ଉପରେ ସରକାରଙ୍କ ସରଚାର୍ଜ ଲାଗୁ ହୋଇଛି। ସେହିଭଳି ବିଦେଶୀ ପୁଞ୍ଜି ଯାହା ଟ୍ରଷ୍ଟ ଏବଂ ଏଓପି ଭାବେ ନିବେଶ ହୋଇଥିବ ତାହା ମଧ୍ୟ ଟିକସ ପରିସରରେ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri