ଏଫ୍‌ଡିଆଇ ଲାଗି ଉତ୍କୃଷ୍ଟ ସମୟ

ଓ୍ବାଶିଂଟନ,୨୪।୪: କୋଭିଡ୍‌-୧୯ ଲାଗି ବର୍ତ୍ତମାନ ଚ୍ୟାଲେଞ୍ଜିଂ ସ୍ଥିତି ସୃଷ୍ଟି ହୋଇଛି। ଭାରତ ସମେତ ସାରା ବିଶ୍ୱ ଏବେ ଲକ୍‌ଡାଉନ ଯୋଗୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ରହିଛି। ଗ୍ରାମାଞ୍ଚଳରେ କିଛି କ୍ଷେତ୍ରକୁ ଏବେ ଏବେ ସରକାର କାର୍ଯ୍ୟ ପରିଚାଳନା ନେଇ ଅନୁମତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ସମୟରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ(ଏଫ୍‌ଡିଆଇ) ଆକୃଷ୍ଟ କରିବାକୁ ଭାରତ ଲାଗି ଏକ ଉତ୍କୃଷ୍ଟ ସମୟ ବୋଲି ଆମେରିକାରେ ଅବସ୍ଥିତ ଭାରତ କୈନ୍ଦ୍ରିକ ବିଜ୍‌ନେସ ଆଡଭୋକେସି ଗ୍ରୁପ୍‌ ପକ୍ଷରୁ ଏକ ଅଧ୍ୟୟନରେ କୁହାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ, କରୋନା ମହାମାରୀ ସଙ୍କଟ ସ୍ଥିତି ଦେଇ ଭାରତ ଗତି କରୁଥିଲେ ମଧ୍ୟ ଫେସ୍‌ବୁକ୍‌ ଭାରତରେ ୫.୭ ବିଲିୟନ ଡଲାର ମୁକେଶ ଅମ୍ବାନୀଙ୍କ ଜିଓରେ ନିବେଶ କରିଛି। ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ବିଦେଶୀ ନିବେଶକଙ୍କ ଏହା ଦୃଢ଼ବିଶ୍ୱାସର ପ୍ରତିଫଳନ। ଏଭଳି କାର୍ଯ୍ୟ ଦେଶର ଆର୍ଥତ୍କ ବିକାଶଧାରା ଲାଗି ଏକ ଭଲ ସଙ୍କେତ ବୋଲି ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି। ଏହି ପରିପ୍ରେକ୍ଷୀରେ ୟୁଏସ୍‌ ଇଣ୍ଡିଆ ଷ୍ଟ୍ରାଟେଜିକ ଆଣ୍ଡ ପାର୍ଟନରଶିପ ଫୋରମ(ୟୁଏସ୍‌ଆଇଏସ୍‌ପି) ସଭାପତି ମୁକେଶ ଆଝି କହିଛନ୍ତି ଯେ, ଭାରତକୁ ଏଫ୍‌ଡିଆଇ ଆକୃଷ୍ଟ କରିବା ଲାଗି କୋଭିଡ୍‌-୧୯ ସୁଯୋଗ ପ୍ରଦାନ କରିଛି। ନିବେଶ ଧାରା ଲାଗି ରହିଲେ ଭାରତ ଚାଇନାକୁ ପଛରେ ପକାଇ ବିଶ୍ୱର ୧ ନମ୍ବର ମାନୁଫାକଚରିଂ ହବ୍‌ ହେବାକୁ ସକ୍ଷମ ହେବ। ନୂଆ ନିବେଶ ଆସିଲେ ଏହା ନିଯୁକ୍ତି ସୃଷ୍ଟି ଏବଂ ବିକାଶଧାରାରେ ଯୋଗଦାନକୁ ବଢ଼ାଇବ। ଶ୍ରମ ଆଇନରେ ସଂଶୋଧନ, ସଂସ୍କାର ଧାରାରେ ଉନ୍ନତ ମାନୁଫାକଚରିଂକୁ ପ୍ରୋତ୍ସାହିତ କରିବା ଲାଗି ଜାପାନ ଭଳି ପ୍ୟାକେଜ ବ୍ୟବସ୍ଥା ଭଳି ଅନ୍ୟ ଦିଗରେ ସରକାର ବିଚାର କରିବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ସଞ୍ଚୟ, ଋଣ ନେଇ ଏସ୍‌ବିଆଇ ନିୟମ ବଦଳିଲା

ନୂଆଦିଲ୍ଲୀ,୧-୫: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ମେ ପହିଲାରୁ ସଞ୍ଚୟ ଆକାଉଣ୍ଟ ଏବଂ ସ୍ବଳ୍ପମିଆଦି ଋଣ ଲାଗି ନୂଆ ନିୟମ ଲାଗୁ କରିଛି। ବ୍ୟାଙ୍କ ସୁଧ ହାର...

ଉଜ୍ୱଳା ଯୋଜନାରେ ମିଳିବ ୨୦୦ ଟଙ୍କା ସବସିଡି , ୯ କୋଟି ହିତାଧିକାରୀ ହେବେ ଉପକୃତ…

ନୂଆଦିଲ୍ଲୀ, ୨୧।୫ : ଗ୍ୟାସ୍‌ ସିଲିଣ୍ଡର ପେଟ୍ରୋଲ ଏବଂ ଡିଜେଲର ବଢୁଥିବା ଦାମ ନେଇ ଦେଶର ଲୋକେ ହଇରାଣ ହେଉଥିବାବେଳେ କେନ୍ଦ୍ର ସରକାର ଶନିବାର ଏକ...

୫ ଲକ୍ଷ କୋଟି ଡଲାର ଅର୍ଥନୀତି;ଶାଖାଠୁ ପରାମର୍ଶ ନେବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ,୧୭ -୮: ଦେଶର ଅର୍ଥନୀତିକୁ ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ଲାଗି କିପ୍ରକାର ପଦକ୍ଷେପ ନେବାକୁ ହେବ ସେଥିଲାଗି ରାଷ୍ଟ୍ରାୟତ୍ତ...

ପେଟିଏମ୍‌ର କ୍ୟାଶବ୍ୟାକ ଧମାକା

ଭୁବନେଶ୍ୱର,୨୨।୧୦: ଦେଶର ପ୍ରମୁଖ ଡିଜିଟାଲ ଇକୋସିଷ୍ଟମ ପେଟିଏମ ନିକଟରେ ଏହାର ପାର୍ବଣ ଅଫର ସମ୍ପର୍କରେ ଘୋଷଣା କରିଛି। କମ୍ପାନୀ ପାର୍ବଣ ଅବସରରେ ୧୦୦ କୋଟିର ମାର୍କେଟିଂ...

ଅଗଷ୍ଟ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୧।୮ : ବର୍ତ୍ତମାନ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ହୋଇପାରିନାହିଁ। ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ଅଗଷ୍ଟ ମାସ ୩୧ ଯାଏ...

୧୪୫୦ କର୍ମଚାରୀ ଛଟେଇ କଲା ଅକ୍ସଫାମ୍‌

ନୂଆଦିଲ୍ଲୀ,୨୨।୫: କୋଭିଡ୍‌-୧୯ ବିଶ୍ୱରେ କାୟାବିସ୍ତାର କରିଥିବା ବେଳେ ଏହାର ପ୍ରଭାବ ଜାରି ରହିଛି। ଏଥିଯୋଗୁ ସାରା ବିଶ୍ୱର ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ରହିଛି। ବିଶ୍ୱସ୍ତରୀୟ...

ବିଟ୍‌କଏନ୍‌ ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ, ୧୯ ।୬: ବିଟ୍‌କଏନ୍‌ରେ ଶନିବାର ଭାରି ହ୍ରାସ ଦେଖିବାକୁ ମିଳିଛି। ଏହା ୨୦,୦୦୦ ଡଲାରରୁ ଊର୍ଦ୍ଧ୍ୱ ହ୍ରାସ ଘଟି ୧୮ ମାସର ସର୍ବନିମ୍ନ ସ୍ତରରେ...

୧୦% ଷ୍ଟକ୍‌ ବିକିପାରନ୍ତି ଏଲନ ମସ୍କ

ନୂଆଦିଲ୍ଲୀ, ୮।୧୧:  ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସ୍‌ଲା କମ୍ପାନୀର ସିଇଓ ଏଲନ ମସ୍କ ୧୦% ଷ୍ଟକ୍‌ ବିକି ପାରନ୍ତି। ଏ ନେଇ ଶନିବାର ସେ...

Advertisement
Archives

Model This Week