Posted inଖେଳ

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ଭୁବନେଶ୍ୱର ଭାରତର ଭେନ୍ୟୁ

ଭୁବନେଶ୍ୱର, ୧୯।୧୧(କ୍ରୀଡ଼ା ପ୍ରତିନିଧି)- ୨୦୨୦ ଜାନୁୟାରୀ ୧୧ରୁ ଜୁନ୍‌ ୨୮ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ବିଶ୍ୱର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ଏଥିରେ ମୋଟ୍‌ ୧୪୪ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପକ୍ଷରୁ ସୋମବାର ଭେନ୍ୟୁ ତାଲିକା ପ୍ରକାଶ କରାଯାଇଛି। ତଦନୁସାରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ଭାରତ ଏହାର ଘରୋଇ ଗ୍ରାଉଣ୍ଡ ଭାବେ ବ୍ୟବହାର କରିବ। ଅର୍ଥାତ୍‌ ଭାରତ ଖେଳିବାକୁଥିବା ସମସ୍ତ ଘରୋଇ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ନେଦରଲାଣ୍ଡ୍ସ, ବେଲ୍‌ଜିୟମ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ଗୁଡ଼ିକ ଭାରତ ଘରୋଇ ଗ୍ରାଉଣ୍ଡରେ ଖେଳିବ। ଜର୍ମାନୀ, ଗ୍ରେଟ୍‌ବ୍ରିଟେନ, ଆର୍ଜେଣ୍ଟିନା ଓ ସ୍ପେନ୍‌ ବିପକ୍ଷ ମ୍ୟାଚ୍‌ଗୁଡ଼ିକ ବାହାର ପରିବେଶରେ ଖେଳିବାକୁ ଯିବ। ଭାରତ ପ୍ରଥମେ ଜାନୁୟାରୀ ୧୮ ଓ ୧୯ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ନେଦରଲାଣ୍ଡ୍ସକୁ ଭେଟିବ। ଏହାପରେ ଫେବୃୟାରୀ ୮ ଓ ୯ରେ ସେହି ପଡ଼ିଆରେ ବିଶ୍ୱ ଚାମ୍ପିୟନ ବେଲଜିୟମ ସହିତ ମୁକାବିଲା କରିବ। ଫେବୃୟାରୀ ୨୧ ଓ ୨୨ରେ କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ପରେ ଏପ୍ରିଲ ୨୫ ଓ ୨୬ରେ ଜର୍ମାନୀକୁ ଏହାର ଘରୋଇ ପରିବେଶରେ ଭେଟିବ। ଏହି ମ୍ୟାଚ୍‌ ୨ଟି ବର୍ଲିନରେ ଅନୁଷ୍ଠିତ ହେବ। ପରେ ମେ ୨ ଓ ୩ରେ ଲଣ୍ଡନରେ ଗ୍ରେଟ୍‌ ବ୍ରିଟେନ ସହିତ ଖେଳିବ। ୪ଟି ମ୍ୟାଚ୍‌ ବାହାର ପରିବେଶରେ ଖେଳିବାପରେ ଭାରତ ପୁଣି କଳିଙ୍ଗ ଷ୍ଟାଡିୟମକୁ ପ୍ରତ୍ୟାବର୍ତ୍ତନ କରିବ। ଅର୍ଥାତ୍‌ ଦଳ ମେ ୨୩ ଓ ୨୪ରେ ଏହି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ସହିତ ମୁକାବିଲା କରିବ। ଭାରତ ଏହାର ଶେଷ ୪ଟି ମ୍ୟାଚ ବାହାର ପରିବେଶରେ ଖେଳିବ। ଜୁନ୍‌ ୫ ଓ ୬ରେ ଟୁକୁମାନଠାରେ ଆର୍ଜେଣ୍ଟିନା ଏବଂ ସେହିମାସ ୧୩ ଓ ୧୪ରେ ଭାଲେନ୍ସିଆଠାରେ ସ୍ପେନ୍‌ ବିପକ୍ଷରେ ଖେଳି ଅଭିଯାନ ଶେଷ କରିବ।
ଏଫ୍‌ଆଇଏଚ୍‌ ପକ୍ଷରୁ ଘୋଷିତ ଭେନ୍ୟୁ ତାଲିକା ଅନୁସାରେ ଅଷ୍ଟ୍ରେଲିଆ ଏହାର ଘରୋଇ ମ୍ୟାଚ୍‌ ପର୍ଥ ଓ ସିଡ୍‌ନୀରେ ଖେଳିବ। ସେହିପରି ଇଂଲଣ୍ଡ ଲଣ୍ଡନରେ ଏହାର ଘରୋଇ ମ୍ୟାଚ୍‌ଗୁଡ଼ିକ ଆୟୋଜନ କରିବ। ପ୍ରୋ ଲିଗ୍‌ର ପ୍ରଥମ ମ୍ୟାଚ୍‌ ୨୦୨୦ ଜାନୁୟାରୀ ୧୧ରେ ନେଦରଲାଣ୍ଡ୍ସ ଓ ଚାଇନା ମଧ୍ୟରେ ଚାଙ୍ଗ୍‌ଝୋଉର ଉଜିନ ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ଠାରୁ ଆରମ୍ଭ କରି ହକି ଓ୍ବାଲର୍‌ଡ ଲିଗ୍‌, ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ, ଚାମ୍ପିୟନ୍ସ ଟ୍ରଫି ଏବଂ ହକି ଅଲିମ୍ପିକ୍‌ କ୍ୱାଲିଫାୟର୍ସ ସଫଳତାର ସହ ଆୟୋଜନ ହୋଇଥିବାରୁ ହକି ଇଣ୍ଡିଆ ଏହାକୁ ଘରୋଇ ଭେନ୍ୟୁ କରିବାକୁ ପସନ୍ଦ କରିଛି। ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ପ୍ରଥମ ସଂସ୍କରଣରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଫାଇନାଲରେ ଏହି ଦଳ ୩-୨ ଗୋଲରେ ବେଲଜିୟମକୁ ପରାସ୍ତ କରିଥିଲା। ନେଦରଲାଣ୍ଡ୍ସ ୫-୩ ଗୋଲରେ ଗ୍ରେଟ୍‌ବ୍ରିଟେନକୁ ହରାଇ ତୃତୀୟ ସ୍ଥାନ ହାସଲ କରିଥିଲା। ଏହି ସଂସ୍କରଣରେ ଭାରତ ଅଂଶଗ୍ରହଣ କରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍କୋପମ୍ୟାନ ଭାରତ ମହିଳା ହକି ଦଳର ଆନାଲିଟିକାଲ କୋଚ୍‌

ନୂଆଦିଲ୍ଲୀ,୧୮।୧(ପି.ଟି.)- ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ତଥା ପୂର୍ବତନ ଡଚ୍‌ ମହିଳା ହକି ତାରକା ଜାନେକ୍‌ ସ୍କୋପ୍‌ମ୍ୟାନ ଭାରତୀୟ ମହିଳା ହକି ଦଳର ଆନାଲିଟିକାଲ କୋଚ୍‌...

କରୋନା ଆକ୍ରାନ୍ତ ହେଲେ ଏହି ୨ କ୍ରିକେଟର୍‌

ଜୋହାନ୍ସବର୍ଗ, ୨୦।୮: ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ୨ ଜଣ ଖେଳାଳି କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ପକ୍ଷରୁ...

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ ଜାନୁୟାରୀକୁ ଘୁଞ୍ଚିଲା

ନୂଆଦିଲ୍ଲୀ,୨୯।୫(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ର କାର୍ଯ୍ୟସୂଚୀ ମଧ୍ୟ ପ୍ରଭାବିତ ହୋଇଛି। ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡରେ ଆଗାମୀ ସେପ୍ଟେମ୍ବରରେ ଏହି ମେଗା ଇଭେଣ୍ଟ...

ଭାରତୀୟ ମହିଳା ରଗ୍‌ବୀ ଦଳର ଐତିହାସିକ ବିଜୟ

ନୂଆଦିଲ୍ଲୀ,୨୨।୬: ଭାରତୀୟ ମହିଳା ରଗ୍‌ବୀ ଦଳ ଇତିହାସ ସୃଷ୍ଟି କରିଛି। ଦଳ ଶନିବାର ତା’ର ପ୍ରଥମ ଅନ୍ତର୍ଜାତୀୟ ୧୫ଏସ୍‌ ବିଜୟ ହାସଲ କରିଛି। ଭାରତୀୟ ଦଳ...

ମହାକାଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କଲେ କୋଚ ରବି ଶାସ୍ତ୍ରୀ

ଉଜୈନ,୧୮।୧୧: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ୩ ଦିନ ମଧ୍ୟରେ ହାତେଇବା ପରେ ଏବେ କୋଲକତାରେ ଖେଳାଯିବାକୁ ଥିବା ଐତିହାସିକ ଦିବାରାତ୍ର ଟେଷ୍ଟ ପାଇଁ ପ୍ରସ୍ତୁତି...

ଗଙ୍ଗାରେ ସ୍ନାନ କଲେ ଜଣ୍ଟି ରୋଡ୍ସ

ନୂଆଦିଲ୍ଲୀ,୫ା୩- ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଜଣ୍ଟି ରୋଡ୍ସ ରିଶିକେଶଠାରେ ପବୀତ୍ର ନଦୀ ଗଙ୍ଗାରେ ସ୍ନାନ କରିଛନ୍ତି। ଏହାର ଏକ ଫଟୋ ସେ ନିଜ ଟୁଇଟରରେ...

ଭାରତୀୟ ମହିଳା ହକି ଦଳକୁ ଅଲିମ୍ପିକ୍ସ ଯୋଗ୍ୟତା

ଭୁବନେଶ୍ୱର, ୨\୧୧(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ମହିଳା ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି କଳିଙ୍ଗ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଏଫ୍ଆଇଏଚ୍...

ଷ୍ଟୋଇନିସଙ୍କ ବିବିଏଲ୍‌ ରେକର୍ଡ

ମେଲବୋର୍ନ, ୧୩।୧ (ପି.ଟି.)-ଅଷ୍ଟ୍ରେଲିଆର ଘରୋଇ ଟି୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌) ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମାର୍କସ ଷ୍ଟୋଇନିସ ସଂଗ୍ରହ କରିଛନ୍ତି। ମେଲବୋର୍ନ...

Advertisement
Archives

Model This Week