Posted inଜାତୀୟ

ଏପ୍ରିଲରେ ରାହୁଲଙ୍କ ଦ୍ୱିତୀୟ ଇନିଂସ: ପୁଣି ହେବେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୧।୨(ଆଇଏଏନ୍‌ଏସ୍‌):କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଦଳର ମଙ୍ଗ ଧରିବେ। ଆସନ୍ତା ଏପ୍ରିଲରେ ସେ କଂଗ୍ରେସ ଅଧ୍ୟକ୍ଷ ପଦକୁ ଫେରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ବଜେଟ ଅଧିବେଶନ ଶେଷ ହେବା ପରେ ଅମଳର ପର୍ବ ବୈଶାଖୀ ବେଳକୁ ତାଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯିବ। ଏଥିସକାଶେ କଂଗ୍ରେସ ପକ୍ଷରୁ ଏକ ବିସ୍ତୃତ ବୈଠକ ଡକାଯିବ ବୋଲି କୁହାଯାଉଛି।
କଂଗ୍ରେସର ବିଭିନ୍ନ ମହଲରୁ ଦାବି ହେବା ପରେ ୨୦୧୭ରେ ରାହୁଲ ଗାନ୍ଧୀ ନିର୍ଦ୍ୱନ୍ଦ୍ୱରେ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ମାତ୍ର ୫୦ ଆସନରେ ବିଜୟୀ ହୋଇଥିଲା। ଏପରି କି ବିରୋଧୀ ଦଳର ମାନ୍ୟତା ମଧ୍ୟ ହାସଲ କରିପାରି ନ ଥିଲା। ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ ରାହୁଲ ନିଜକୁ ଦାୟୀ କରି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଦଳର ବରିଷ୍ଠ ନେତାମାନେ ଯେତେ ଅନୁରୋଧ କରିଥିଲେ ବି ସେ ଇସ୍ତଫାପତ୍ର ପ୍ରତ୍ୟାହାର କରି ନ ଥିଲେ। ଫଳରେ ଗତ ଅଗଷ୍ଟରେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ରାହୁଲଙ୍କ ମା’ ତଥା ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ କରାଯାଇଥିଲା। ସୋନିଆଙ୍କ ସ୍ବାସ୍ଥ୍ୟ ଭଲ ରହୁ ନ ଥିବାରୁ ରାହୁଲଙ୍କୁ ପୁଣିଥରେ ଏହି ଦାୟିତ୍ୱ ଦେବା ପାଇଁ କଂଗ୍ରେସର ବରିଷ୍ଠ ନେତାମାନେ ବିଚାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ, ସ୍ଲୋଭାକିଆ ସହଭାଗିତା ବଢ଼ିବ

ବ୍ରାଟିସ୍ଲାଭା,୧୬ା୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦି ଏବଂ ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋଙ୍କ ମଧ୍ୟରେ ସୋମବାର ଦ୍ୱିପାକ୍ଷିକ ଆଲୋଚନା ପରେ ୨ ଦେଶ ମଧ୍ୟରେ ସହଭାଗିତାକୁ ବ୍ୟାପକ କରିବାକୁ…

ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲିକଙ୍କୁ କେନ୍ଦୁଝରରେ ଏନକାଉଣ୍ଟର, ପୋଲିସକୁ ଆକ୍ରମଣ କରିବାକୁ ଚେଷ୍ଟା…

କେନ୍ଦୁଝର,୧୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମହୁଲଡ଼ିହା ଜଙ୍ଗଲ ନିକଟରେ ଏନକାଉଣ୍ଟର ହୋଇଛି । ଆଜି(ମଙ୍ଗବାର) ସଦର ଥାନା ପୋଲିସ ଏକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର…

ଆଉ ଖେଳିପାରିବେନି ବୈଭବ ସୂର୍ଯ୍ୟବଂଶୀ? ଶ୍ରୀଲଙ୍କା ଖେଳାଳିଙ୍କ ସହ ଝଗଡ଼ା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା! ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୬।୬: ଆୟରଲ୍ୟାଣ୍ଡ ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ଖେଳୁଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ଶିରୋନାମାରେ ସ୍ଥାନ ପାଇଛନ୍ତି। ପୂର୍ବରୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଦୃଷ୍ଟି…

୭୫ ଟଙ୍କାର ବ୍ୟାଙ୍କ ବାଲାନ୍ସରୁ ଏନ୍‌ଡିଏର ସମ୍ଭାବ୍ୟ ଶକ୍ତି, ଚର୍ଚ୍ଚାରେ ଆଞ୍ଚଳିକ ଦଳ ‘ଏନ୍‌ସିପିଆଇ’ର ରାଜନୈତିକ ଯାତ୍ରା

ନୂଆଦିଲ୍ଲୀ,୧୫ା୬(ପି.ଟି.): ଆର୍ଥିକବର୍ଷ ୨୦୨୨-୨୩ ଶେଷ ସୁଦ୍ଧା ଯେଉଁ ରାଜନୈତିକ ଦଳର ବ୍ୟାଙ୍କ ଖାତାରେ ମାତ୍ର ୭୫ ଟଙ୍କା ବାକି ରହିଥିଲା, ଆଜି ସେହି ଅଜ୍ଞାତ ଦଳଟି ଜାତୀୟ…

ଇରାନ ଉପରେ ଜୋରଦାର ଖର୍ଚ୍ଚ କରିବେ ଟ୍ରମ୍ପ; ୩୦୦ ବିଲିୟନ ଡଲାର ବର୍ଷା କରିବାକୁ ପ୍ରସ୍ତୁତ!

ତେହରାନ,୧୬।୬: ଆମେରିକା ଏବଂ ଇରାନ ମଧ୍ୟରେ ପ୍ରସ୍ତାବିତ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଏହି ଚୁକ୍ତିନାମା ଅତି କମରେ ୩୦୦…

ଠିଆ ହୋଇଥିବା ଟ୍ରକକୁ ପଛରୁ ପିଟିଲା ବାଇକ, ଘଟଣାସ୍ଥଳରେ ୨ମୃତ

ଅତାବିରା,୧୬।୬(ଯୁଧିଷ୍ଠିର ମହାପାତ୍ର): ଅତାବିରା ଥାନା ସରଣ୍ଡା ଗେଟ ପାଖ ୫୩ ନମ୍ବର ଜାତୀୟ ରାଜପଥରେ ସୋମବାର ରାତ୍ରି ୮ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨…

ସରକାରଙ୍କ ବଡ଼ ନିଷ୍ପତ୍ତି: ଡିଜେଲ ଉପରେ ରପ୍ତାନି ଶୁଳ୍କ ପ୍ରତି ଲିଟର ୧୪ ଏବଂ ATF ଉପରେ ପ୍ରତି ଲିଟର ୧୨.୫ ଟଙ୍କା ବୃଦ୍ଧି, ଜାଣନ୍ତୁ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ଜୁନ ୧୬, ୨୦୨୬ ରୁ ପେଟ୍ରୋଲିୟମ ଉତ୍ପାଦ ଉପରେ ରପ୍ତାନି ଶୁଳ୍କ ସଂଶୋଧନ କରିଛନ୍ତି। ଡିଜେଲ ଏବଂ ବିମାନ ଟର୍ବାଇନ ଇନ୍ଧନ (ATF)…

ରାଷ୍ଟ୍ରପତିଙ୍କ ଗାଁକୁ ଯିବେ ପ୍ରଧାନମନ୍ତ୍ରୀ, ଦିନିକିଆ ଗସ୍ତରେ ମୋଟ୍‌ ୩ ଘଣ୍ଟା ରହିବେ

ଭୁବନେଶ୍ୱର,୧୬।୬(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁରକୁ ଯିବେ। ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri