ଏପ୍ରିଲରୁ ସବୁ ଯୋଜନା ପାଇଁ ଡିବିଟି

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ଏଣିକି ସବୁ ଯୋଜନାରେ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ସିଧା ସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦେବେ। ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ଏହି ପେମେଣ୍ଟ ଦିଆଯିବ। ଇଣ୍ଟିଗ୍ରେଟେଡ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଏଫ୍‌ଏମ୍‌ଏସ୍‌) ଏବଂ ଇ-କୁବେର ଜରିଆରେ ଏହାକୁ କାର୍ଯ୍ୟକାରୀ କରାଯିବ। ଆଇଏଫ୍‌ଏମ୍‌ଏସ୍‌ ଏକ ଆଇଟି ବଜେଟ ଓ ଆକାଉଣ୍ଟିଂ ବ୍ୟବସ୍ଥା। ଏହାଦ୍ୱାରା ସହଜରେ ବିଭିନ୍ନ ଯୋଜନାକୁ ଟଙ୍କା ପଇଠ କରିହେବ। ଆସନ୍ତା ୨୦୨୦ ଏପ୍ରିଲରୁ ଏହି ବ୍ୟବସ୍ଥାକୁ ଲାଗୁ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଧାନ ବିକ୍ରି ଟଙ୍କା ଚାଷୀମାନଙ୍କୁ ଅନଲାଇନ ପ୍ରଦାନ କରାଯାଉଛି। ଏଥିପାଇଁ ହିତାଧିକାରୀଙ୍କୁ ବ୍ୟାଙ୍କ ସହ ଆଧାର ଲିଙ୍କ କରିବାକୁ ପଡ଼ିବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ହିତାଧିକାରୀମାନଙ୍କର ବ୍ୟାଙ୍କର ସମସ୍ତ ସୂଚନା ଦେବା ଆବଶ୍ୟକ। ଡିବିଟି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ସମସ୍ତ ଯୋଜନାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଅନୁରୋଧ କରିଥିଲେ। ବ୍ୟାଙ୍କର ସମ୍ପୂର୍ଣ୍ଣ ବିବରଣୀ ଦେବା ସହ ଆଧାର ଲିଙ୍କ୍‌ କରାଯାଇ ଇ-କୁବେର ମାଧ୍ୟମରେ ଟଙ୍କା ପ୍ରଦାନ କରାଯିବ। ଦେଶର ଅଧିକାଂଶ ରାଜ୍ୟ ଇ-କୁବେର ବ୍ୟବସ୍ଥାକୁ ଆପଣାଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କର ଆବଶ୍ୟକତା ରହିଛି। ତେବେ ରାଜ୍ୟର ୭୦ ପ୍ରତିଶତ ପଞ୍ଚାୟତରେ ବ୍ୟାଙ୍କ ଶାଖା ନାହିଁ। ବ୍ୟାଙ୍କ ସାଥୀମାନେ ସେବା ଠିକ୍‌ ଭାବେ ଦେବାରେ ସମର୍ଥ ହୋଇ ପାରୁନାହାନ୍ତି। ଯଦି ବ୍ୟାଙ୍କ ଶାଖା ନ ରହିବ ତେବେ ଡିଜିଟାଲ ପେମେଣ୍ଟ ମଧ୍ୟ ସମ୍ଭବ ହେବ ନାହିଁ। ସେଥିପାଇଁ ରାଜ୍ୟ ସରକାର ବ୍ୟାଙ୍କ ନ ଥିବା ପଞ୍ଚାୟତଗୁଡ଼ିକରେ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ବ୍ୟାଙ୍କଗୁଡିକର ଶାଖା ଖୋଲିବାକୁ ଅନୁମତି ଦେଇଛନ୍ତି। ବ୍ୟାଙ୍କଗୁଡିକ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବ୍ୟାଙ୍କ ସାଥୀ ଭାବେ ଗ୍ରହଣ କରିବାକୁ କୁହାଯାଇଛି ବୋଲି ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ଆରବିଆଇ ଗଭର୍ନର ଶଶୀକାନ୍ତ ଦାଶଙ୍କୁ ରାଜ୍ୟରେ ଅଧିକ ବ୍ୟାଙ୍କ ଶାଖା ଖୋଲିବାକୁ ପ୍ରସ୍ତାବ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୧ ଜନଗଣନା,ଏନ୍‌ପିଆର ସ୍ଥଗିତ ରହୁ

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ୨୦୨୧ ଜନଗଣନା ଓ ନ୍ୟାଶନାଲ ପପୁଲେଶନ ରେଜିଷ୍ଟ୍ରାର(ଏନ୍‌ପିଆର) ଅପ୍‌ଡେଟ ପ୍ରକ୍ରିୟା ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ଚିଠି ଲେଖି...

ସୁଲଭ ମୂଲ୍ୟରେ ବ୍ରାଣ୍ଡେଡ୍‌ ସାମଗ୍ରୀ

ଭୁବନେଶ୍ୱର,୧୧।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଅନ୍ତଃରାଷ୍ଟ୍ରୀୟ ରପ୍ତାନିକାରୀ ସଂସ୍ଥା ପକ୍ଷରୁ ଦି ନ୍ୟୁ ମ୍ୟାରିୟନ ହୋଟେଲଠାରେ ୪ ଦିନିଆ ସର୍ବବୃହତ୍‌ ଡିସ୍‌କାଉଣ୍ଟ ସେଲ୍‌ର ଶୁଭାରମ୍ଭ...

ଜିଲା ମୁଖ୍ୟଚିକିତ୍ସାଳୟରେ ଏମ୍‌ଆର୍‌ଙ୍କୁ ବାରଣ 

ଯାଜପୁର ଟାଉନ,୨୬।୯(ଡି.ଏନ୍‌.ଏ.): ଯାଜପୁର ଜିଲା ମୁଖ୍ୟଚିକିତ୍ସାଳୟରେ ମେଡିସିନ୍‌ ରିପ୍ରେଜେଣ୍ଟେଟିଭ୍‌(ଏମ୍‌ଆର୍‌)ଙ୍କୁ ବାରଣ କରିବାକୁ ଜିଲାପାଳ ରଞ୍ଜନ କୁମାର ଦାସ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ପତ୍ର...

ଭୁଲ୍‌ ଇଞ୍ଜେକଶନ୍‌ ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ

ଯାଜପୁର ଟାଉନ/ପ୍ରୀତିପୁର, ୧୮ା୭(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି/ସୁଶାନ୍ତ ବେହୁରିଆ) : ଯାଜପୁର ଜିଲାରେ ସ୍ବାସ୍ଥ୍ୟ ସେବାକୁ ନେଇ ଜୋରଦାର ପ୍ରଚାର ଚାଲିଥିବା ବେଳେ ପ୍ରକୃତ ସ୍ଥିତି କିନ୍ତୁ...

ଶ୍ରେଷ୍ଠ ପ୍ରଦର୍ଶନକାରୀ ହସ୍ପିଟାଲକୁ ମିଳିବ ପୁରସ୍କାର

ଭୁବନେଶ୍ୱର, ୨୬।୫(ବ୍ୟୁରୋ): ରାଜ୍ୟ ସରକାର ପ୍ରତିବର୍ଷ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ହସ୍ପିଟାଲକୁ ପୁରସ୍କୃତ କରିବେ। ପୁରସ୍କୃତ ହସ୍ପିଟାଲକୁ ମିଳିବ ଆର୍ଥତ୍କ ସହାୟତା। ସମସ୍ତ ମେଡିକାଲ କଲେଜ...

ବଢୁଛି ମହିଳା ବିରୋଧୀ ହିଂସା

ଜ୍ଞାନକୌଶଳ ବଳରେ ରାଜ୍ୟ ତଥା ଦେଶରେ ଯେତେ ପ୍ରଗତି ହେଲେ ମଧ୍ୟ ଅପରାଧ କମିପାରୁନାହିଁ। ବିଶେଷକରି ମହିଳା ବିରୋଧୀ ହିଂସା ଉପରେ ଲଗାମ ଲାଗିପାରୁନାହିଁ। ଜନସଂଖ୍ୟା...

୭ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୫।୧(ବ୍ୟୁରୋ): ଦୁର୍ନୀତି ଓ ଅପାରଗତାକୁ ନେଇ ୭ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ସେମାନଙ୍କ ମଧ୍ୟରେ ଜଣେ କମାଣ୍ଡାଣ୍ଟ, ଡିଏସ୍‌ପି, ଡେପୁଟି କମାଣ୍ଡାଣ୍ଟ,...

ନିଜ ପୁଅକୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖିଲେ ସରପଞ୍ଚ ମାଆ

କୋକସରା,୯।୬(ଡି.ଏନ.ଏ.)-ଦିଲ୍ଲୀର ଏକ କମ୍ପାନୀରେ ଚାକିରୀ କରୁଥିବା ପୁଅ ଗାଁକୁ ଫେରିଥିଲେ । ହେଲେ କରେନା କଟକଣାକୁ ପାଳନ କରୁଥିବା ତାଙ୍କ ସରପଞ୍ଚ ମାଆ ପୁଅକୁ କ୍ୱାରାଣ୍ଟାଇନ...

Advertisement
Archives

Model This Week