Posted inଜାତୀୟ

ଏନ୍‌ପିଆର୍‌-ଏନ୍‌ଆର୍‌ସି ସମ୍ପର୍କ ନାହିଁ

ନୂଆଦିଲ୍ଲୀ,୨୫ା୧୨ (ପି.ଟି./ଆଇଏଏନ୍‌ଏସ୍‌): ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ମଧ୍ୟରେ କିଛି ସମ୍ପର୍କ ନାହିଁ। ତେଣୁ ଏନପିଆର୍‌କୁ ନେଇ ରାଜ୍ୟ ସରକାରଗୁଡ଼ିକ ରାଜନୀତି କରନ୍ତୁ ନାହିଁ ବୋଲି ମଙ୍ଗଳବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଓଡ଼ିଶା ଉଦାହରଣ ମଧ୍ୟ ଦେଇଛନ୍ତି।
ଜାତୀୟ ନ୍ୟୁଜ୍‌ ଏଜେନ୍ସିକୁ ସାକ୍ଷାତ୍‌କାର ଦେଇ ଶାହା କହିଛନ୍ତି, ଏନ୍‌ପିଆର୍‌ ଜରିଆରେ ସଂଗୃହୀତ ତଥ୍ୟକୁ ଏନ୍‌ଆର୍‌ସିରେ ବ୍ୟବହାର କରାଯାଇ ପାରିବ ନାହିଁ। କେନ୍ଦ୍ର କ୍ୟାବିନେଟ ଏନ୍‌ଆର୍‌ସି ସମ୍ପର୍କରେ ଆଲୋଚନା କରିନାହିଁ। କେନ୍ଦ୍ର କ୍ୟାବିନେଟ ୨୦୨୧ ଜନଗଣନା ଏବଂ ଏନ୍‌ପିଆର୍‌ ଅପ୍‌ଡେଟ ପ୍ରସ୍ତାବକୁ ଅନୁମୋଦନ କରିଥିବାବେଳେ ଶାହାଙ୍କ ଏହି ମନ୍ତବ୍ୟ ଆସିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଆହୁରି କହିଛନ୍ତି, ଜନଗଣନା ପ୍ରତି ୧୦ ବର୍ଷରେ କରାଯାଉଥିବାବେଳେ ଏନ୍‌ପିଆର୍‌ ଉପା ସରକାର ଅମଳରେ ଆରମ୍ଭ ହୋଇଥିଲା। ଏହାକୁ ବର୍ତ୍ତମାନର ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଆଗକୁ ନେଉଛନ୍ତି। ଏନ୍‌ପିଆର୍‌ ଜନସଂଖ୍ୟା ରେଜିଷ୍ଟର ହୋଇଥିବାବେଳେ ଏନ୍‌ଆର୍‌ସି ହେଉଛି ନାଗରିକଙ୍କ ରେଜିଷ୍ଟର। ଏହି ଦୁଇ ପଞ୍ଜିକା ଭିନ୍ନ ଭିନ୍ନ ପ୍ରକ୍ରିୟାରେ ପ୍ରସ୍ତୁତ କରାଯିବ। ଦୁଇ ରେଜିଷ୍ଟର ମଧ୍ୟରେ କିଛି ସମ୍ପର୍କ ନାହିଁ। ଭାରତରେ ରହୁଥିବା ଲୋକଙ୍କ ନାମ ଏନ୍‌ପିଆର୍‌ରେ ରହିବ। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ପଶ୍ଚିମବଙ୍ଗ ଓ କେରଳ ଏନ୍‌ପିଆର୍‌ ପ୍ରକ୍ରିୟା ବନ୍ଦ କରିବା ନେଇ ଶାହା କହିଛନ୍ତି, ନାଗରିକମାନଙ୍କ ସୁବିଧା ଏବଂ ଜନମଙ୍ଗଳକାରୀ ଯୋଜନା ଓ ସ୍କିମ୍‌ଗୁଡ଼ିକୁ ଉନ୍ନତ କରିବା ପାଇଁ ଏହା ହାତକୁ ନିଆଯାଇଛି। ଏହାକୁ ନେଇ ରାଜନୀତି କରା ନ ଯାଉ। ବିଭିନ୍ନ ରାଜ୍ୟରେ ଅନ୍ୟ ରାଜ୍ୟଗୁଡ଼ିକର ଲୋକ ବସବାସ କରୁଛନ୍ତି। ଗୁଜରାଟରେ କେତେ ଓଡ଼ିଆ ରହୁଛନ୍ତି ସେମାନଙ୍କ ବିଷୟରେ ଜାଣିଲେ ସିନା କିଛି କରିହେବ ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri