ଏନ୍‌ଡିଏ ସରକାର ବିକିବେ ଶସ୍ତା ଏସି

ନୂଆଦିଲ୍ଲୀ,୩୦-୫: ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ଶସ୍ତା ଦରରେ ଲୋକଙ୍କୁ ଏସି ଯୋଗାଇବେ। ସରକାର ଦେଶବାସୀଙ୍କୁ ବଜାର ମୂଲ୍ୟଠାରୁ ୧୫ରୁ ୨୦ ପ୍ରତିଶତ ଶସ୍ତାରେ ଏସି କିଣିବାର ସୁଯୋଗ ଦେବେ। ଏହାକୁ ସରକାରୀ କମ୍ପାନୀ ଇଇଏସ୍‌ଏଲ୍‌ ଲଞ୍ଚ କରିବ। ନିଜ ବଜେଟ ମଧ୍ୟକୁ ଆସୁଥିବା ଏହି ଏସିରେ କମ୍‌ ବିଜୁଳି ଖର୍ଚ୍ଚ ହେବ। ଏହାକୁ ଯେକେହି ଘରେ ବସି ଅନ୍‌ଲାଇନରେ କିଣିପାରିବେ। ନିଜର ପୁରୁଣା ଏସିକୁ ଏକ୍ସଚେଞ୍ଜ କରି ନୂଆ ଏସି ନେବାର ଅଫର୍‌ ଲାଭ ମଧ୍ୟ ପାଇପାରିବେ। ଏହି ଏସିର ବ୍ୟବହାର ଦ୍ୱାରା ବିଜୁଳି ବିଲ୍‌ ପ୍ରାୟ ୩୫ରୁ ୪୦ ପ୍ରତିଶତ କମ୍‌ ହେବ। ଆସନ୍ତା ୧ରୁ ଦେଢ଼ ମାସ ମଧ୍ୟରେ ଏହି ସୁବିଧା ଘୋଷଣା କରାଯିବ। ଖରାପ ହେଲେ ଏଥିପାଇଁ କମ୍ପାନୀ ନିକଟକୁ ଚକ୍କର କାଟିବାକୁ ପଡିବନି। ଅନ୍‌ଲାଇନ ବୁକିଂର ୨୪ ଘଣ୍ଟା ମଧ୍ୟରେ ଘରେ ଏସି ପହଞ୍ଚତ୍ୟିବ। ଏଥିଲାଗି ଇଇଏସ୍‌ଏଲ୍‌ ଜୁଲାଇରୁ ସାଧାରଣ ଗ୍ରାହକଙ୍କ ଲାଗି ମାର୍କେଟ ପ୍ଲେସ୍‌ ଲଞ୍ଚ କରିବ। କମ୍ପାନୀ ଆସନ୍ତା ବର୍ଷକ ମଧ୍ୟରେ ୨ ଲକ୍ଷ ଲୋକଙ୍କୁ ଶସ୍ତା ଏସି ବିକ୍ରି କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି। ତେବେ ଯାହାଙ୍କ ନାଁରେ ବିଜୁଳି ବିଲ୍‌ ଥିବ ସେ ହିଁ ଏହି ଏସିକୁ କିଣିପାରିବେ। ସୂଚନାଯୋଗ୍ୟ ଯେ, ମୋଦି ସରକାର ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଲୋକଙ୍କୁ ଶସ୍ତାରେ ଏଲ୍‌ଇଡି ବଲ୍‌ବ ଓ ଟ୍ୟୁବ୍‌ଲାଇଟ, ପଙ୍ଖା ବାଣ୍ଟି ଥିଲେ। ଇଇଏସ୍‌ଏଲ୍‌ କମ୍ପାନୀ ଦେଶରେ ଏହାକୁ ଉପଲବ୍ଧ କରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଭିବୃଦ୍ଧି ଅନୁମାନ କମାଇଲା ଡିବିଏସ୍‌

ନୂଆଦିଲ୍ଲୀ, ୩।୯ ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଅନୁମାନକୁ ବ୍ୟାଙ୍କିଂ ସେବା ପ୍ରଦାନକାରୀ ଡିବିଏସ୍‌ ହ୍ରାସ କରିଛି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାରତର...

ଭୁବନେଶ୍ୱରରୁ ବାଙ୍ଗାଲୋରକୁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୨୮-୫: ବାତ୍ୟା ଫନୀ ଯୋଗୁ ଟ୍ରେନ ଯାତ୍ରାରେ ଅସୁବିଧା ସାମ୍ନା କରିଥିବା ଯାତ୍ରୀଙ୍କ ଲାଗି କ୍ରୀଷ୍ଣାରାଜପୁରମ (ବାଙ୍ଗାଲୋର)କୁ ଏକ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ରେଳ ମନ୍ତ୍ରଣାଳୟ...

ମହାମାରୀ ଚାପରେ ଷ୍ଟିଲ୍‌ ସେକ୍ଟର;ଅଶୋଧିତ ଇସ୍ପାତ ଉତ୍ପାଦନ ୪% କମିଲା

ମୁମ୍ବାଇ: କରୋନା ମହାମାରୀ ଚାପରୁ ଦେଶର ଇସ୍ପାତ ଉତ୍ପାଦନ କ୍ଷେତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ମକୁଳି ପାରିନାହିଁ। ଏହାର ପ୍ରଭାବ ଘରୋଇ ବଜାରରେ ଲାଗି ରହିଛି। ଅଗଷ୍ଟ...

୧ରୁ ବଦଳିବ ପିଏନ୍‌ବି ଏଟିଏମ୍‌ ନିୟମ

ଭୁବନେଶ୍ୱର,୨୯ା୧୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ଡିସେମ୍ବର ୧ରୁ ଏହାର ଏଟିଏମ୍‌ରୁ ଟଙ୍କା ଉଠାଣ ପ୍ରକ୍ରିୟାରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛି। ବ୍ୟାଙ୍କ ନିଜର...

ବଢ଼ିଲା ରୋଷେଇ ଗ୍ୟାସ ଦର: ଜାଣନ୍ତୁ ସିଲିଣ୍ଡର ପିଛା ଏଣିକି କେତେ ଟଙ୍କା ଦେବାକୁ ହେବ…

ନୂଆଦିଲ୍ଲୀ,୧।୭: ବଢ଼ିଲା ରନ୍ଧନ ଗ୍ୟାସ ଦର। ସିଲିଣ୍ଡର ପିଛା ୨୫ ଟଙ୍କା ୫୦ ପଇସା ଲେଖାଏ ବଢ଼ାଇଛନ୍ତି ସରକାରୀ ତୈଳ କମ୍ପାନୀ। ଏହା ଅଣ ସବ୍‌ସିଡିଯୁକ୍ତ...

ଆସିବ ନୂଆ ଯୋଜନା: ସୁପର ମାର୍କେଟରେ ମିଳିବ ତେଲ

ନୂଆଦିଲ୍ଲୀ,୧୯-୬- କେନ୍ଦ୍ରର ମୋଦି ସରକାର ନିଜର ଦ୍ୱିତୀୟ କାର୍ଯ୍ୟକାଳରେ ଦ୍ରୁତଗତିରେ ବଡ଼ ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି। ଏହିକ୍ରମରେ ଗାଡ଼ିରେ ପେଟ୍ରୋଲ ଓ ଡିଜେଲ ଭର୍ତ୍ତି...

ବଜାରକୁ ଗତି ଦେଇପାରିବେ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୯।୭: ବର୍ତ୍ତମାନ କ୍ଷତିଗ୍ରସ୍ତ ବଜାର ସ୍ଥିତିରେ ଦେଶର ଅଣୁ ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ କ୍ଷୁଦ୍ର...

ଭାରତର ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କଲା ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨-୬: ଭାରତକୁ ମିଳୁଥିବା ଜେନେରାଲାଇଜ୍‌ଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସେସ(ଜିଏସ୍‌ପି) ମାନ୍ୟତାକୁ ଆମେରିକା ପ୍ରତ୍ୟାହାର କରିନେଇଛି। ଏହା ଆସନ୍ତା ୫ରୁ ଲାଗୁ ହୋଇଯିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

Advertisement


Archives

Model This Week

Why Dharitri