Posted inଜାତୀୟ

ଏନ୍‌ଡିଏ ବୈଠକରେ ଯୋଗ ଦେଲାନାହିଁ ଶିବସେନା

ନୂଆଦିଲ୍ଲୀ,୧୭।୧୧: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ରବିବାର ଏକ ସର୍ବଦଳୀୟ ବୈଠକର ଆୟୋଜନ କରାଯଇଥିଲା। ହେଲେ ଏଥିରେ ଶିବସେନା ଯୋଗ ଦେଇ ନ ଥିବା ଜଣାପଡିଛି। ଏହାପରେ କେନ୍ଦ୍ର ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଶିବସେନା ଭାଜପା ମେଣ୍ଟରୁ ବାହାରି ଯାଇଛି। ଏବେ ସେ ବିରୋଧୀ ଆସନରେ ବସିବାକୁ ଚାହୁଁଛି। ତେଣୁ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଶିବସେନାକୁ ବିରୋଧୀ ଆସନ ମିଳିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଭାଜପା-ଶିବସେନା ମଧ୍ୟରେ ମେଣ୍ଟ ହୋଇ ସରକାର ଗଠନ ନ ହୋଇ ପାରିବା ପରେ କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାଓ୍ବନ୍ତ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏବେ ଶିବସେନା ବିରୋଧୀ ଆସନରେ ବସିବାକୁ ଇଚ୍ଛୁକ ବୋଲି ସ୍ପଷ୍ଟ ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌-କିଷାନର ତୃତୀୟ କିସ୍ତି ଆଜି

ନୂଆଦିଲ୍ଲୀ,୨ା୧(ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ)ର ତୃତୀୟ କିସ୍ତି ୨୦୦୦ ଟଙ୍କା ଗୁରୁବାର ଛଡ଼ାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ଟୁମ୍‌କୁରଠାରେ ଏକ ସାଧାରଣ...

କେନ୍ଦ୍ର, ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ, ୧୯।୮(ପି.ଟି.): ପେଗାସସ୍‌ ଗୁପ୍ତଚରଗିରି ଅଭିଯୋଗର ତଦନ୍ତ ପାଇଁ ପଶ୍ଚିମବଙ୍ଗ ସରକାର ତଦନ୍ତ କମିଶନ ଗଠନ କରିଥିବାରୁ ସୁପ୍ରିମକୋର୍ଟ ବୁଧବାର ଏନେଇ କେନ୍ଦ୍ର ଓ ଉକ୍ତ...

ଜି୨୦ ଲୋଗୋରେ ଭାଜପାର ‘ପଦ୍ମ’

ନୂଆଦିଲ୍ଲୀ,୧୦ା୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚିତ ଜି୨୦ ପ୍ରେସିଡେନ୍ସି ଲୋଗୋରେ ଥିବା ପଦ୍ମଫୁଲକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭାଜପାର ନିର୍ବାଚନୀ ଚିହ୍ନ...

ବିବିସି ଡକ୍ୟୁମେଣ୍ଟାରି ଶେୟାର: ଟୁଇଟ୍‌, ୟୁଟ୍ୟୁବ୍‌ ଭିଡିଓ ବ୍ଲକ୍‌ କଲା କେନ୍ଦ୍ର

ନୂଆଦିଲ୍ଲୀ,୨୨।୧: ୨୦୦୨ ଗୁଜରାଟ ଦଙ୍ଗା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରି ‘ଇଣ୍ଡିଆ: ଦି ମୋଦି କୋଶ୍ଚିନ୍‌’ ଲିଙ୍କ୍‌ର ୟୁଟ୍ୟୁବ୍‌...

ଚର୍ଚ୍ଚାରେ ଅଖିଳେଶଙ୍କ ଟୁଇଟ

ଲକ୍ଷ୍ନୌ,୧୭ ।୧୦: ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ଚର୍ଚ୍ଚାରେ ରହୁଛି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଟୁଇଟ ।...

ଦିଲ୍ଲୀ ଏମ୍ସର ଭିଆଇପି ସଂସ୍କୃତି ଚିକିତ୍ସା ନେଇ ଫୋର୍ଡାର ପ୍ରଶ୍ନ, ଏମ୍‌ପିଙ୍କୁ ଜାଣି ନଥିବା ଗରିବଙ୍କର ଚିକିତ୍ସା ହେବ କିପରି ?…

ନୂଆଦିଲ୍ଲୀ,୨୦।୧୦ : ଫେଡେରେଶନ ଅଫ ରେସିଡେଣ୍ଟ ଡାକ୍ତର ଆସୋସିଏଶନ (ଫୋର୍ଡା) ଦିଲ୍ଲୀ ଏମ୍ସର ଭିଆଇପି ସଂସ୍କୃତି ଚିକିତ୍ସାକୁ ବିରୋଧ କରିଛି। ଏମ୍‌ପିଙ୍କ ଚିକିତ୍ସା ପାଇଁ ଦିଲ୍ଲୀ...

ପକୁଡ଼ି ଛାଣି ବିରୋଧ ପ୍ରଦର୍ଶନ କଲେ କଂଗ୍ରେସ କର୍ମୀ

ଅସାନସୋଲ,୧୦।୨: ରାଜ୍ୟରେ ବେକାରି ସମସ୍ୟା ବଢିଚାଲିଥିବା ବେଳେ ଏହାକୁ ବିରୋଧ କରି ପଶ୍ଚିମବଙ୍ଗର ଆସାନସୋଲରେ କଂଗ୍ରେସ କର୍ମୀମାନେ ଅଭିନବ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏମାନେ...

ଏଣିକି ବିମାନ ଯାତ୍ରାବେଳେ ଆବଶ୍ୟକ ପଡିବନି ମାସ୍କ

ନୂଆଦିଲ୍ଲୀ,୧୬।୧୧: ବିମାନ ଯାତ୍ରା ସମୟରେ ମାସ୍କ ଆଉ ବାଧ୍ୟତାମୂଳକ ନୁହେଁ, କିନ୍ତୁ ଯାତ୍ରୀମାନେ ଏହାକୁ ପ୍ରାଥମିକତା ଭାବରେ ବ୍ୟବହାର କରିବା ଉଚିତ୍‌। ବୁଧବାର ସରକାର ଏ...

Advertisement
Archives

Model This Week