Posted inଜାତୀୟ

ଏନ୍‌କ୍ଲୋଜରରେ ରହିଲା ମଣିଷଖିଆ ବାଘ

ଭୋପାଳ, ୭।୬: ମଧ୍ୟପ୍ରଦେଶରେ ଏକ ମଣିଷଖିଆ ବାଘକୁ ଏନ୍‌କ୍ଲୋଜରରେ ରଖାଯାଇଛି। କାହ୍ନା ଜାତୀୟ ଅଭୟାରଣ୍ୟରେ ଥିବା ଏହି ବାଘକୁ ଟ୍ରାଙ୍କ୍ବ୍ୟୁଲାଇଜ୍‌ କରାଯାଇ ଭୋପାଳ ବନ ବିହାରକୁ ପଠାଇ ଦିଆଯାଇଛି। ୫ ବର୍ଷ ବୟସ୍କ ୧୮୦ କିଲୋଗ୍ରାମ୍‌ ବିଶିଷ୍ଟ ଏହି ବାଘ ୩ ଜଣ ମଣିଷଙ୍କୁ ମାରି ଖାଇବା ଯୋଗୁ ୨୦୧୮ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ବେଶ୍‌ ଚର୍ଚ୍ଚାରେ ରହିଥିଲା। ବାଘଟି ମହାରାଷ୍ଟ୍ରର ଚନ୍ଦ୍ରପୁରଠାରୁ ମଧ୍ୟପ୍ରଦେଶର ବେତୁଲ ଅଞ୍ଚଳର ପଳାଶପାଣି ପର୍ଯ୍ୟନ୍ତ ଦୀର୍ଘ ୫୧୦ କିଲୋମିଟର ମଧ୍ୟରେ ଘୁରି ବୁଲୁଥିଲା। ଏହାକୁ ୨୦୧୮ ଡିସେମ୍ବର ୧୦ରେ ସାତପୁରାଠାରେ ଧରାଯାଇଥିଲା। ଏହାକୁ କାହ୍ନା ଜାତୀୟ ଅଭୟାରଣ୍ୟକୁ ପଠା ଦିଆଯାଇଥିଲା। ତେବେ ବାଘଟି ମଣିଷଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହାକୁ ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ)ଙ୍କ ପକ୍ଷରୁ ୨୦୧୯ରେ ଏନକ୍ଲୋଜରରେ ରଖାଯିବା ଲାଗି ନିଷ୍ପତ୍ତି ହୋଇଥିଲା। ସୂଚନାଯୋଗ୍ୟ, ସମ୍ପ୍ରତି ବନ ବିହାରରେ ୧୪ଟି ବାଘ ଅଛନ୍ତି। ତେବେ କେବଳ ୪ଟିକୁ ଲୋକେ ଦେଖିପାରୁଛନ୍ତି। ଅନ୍ୟ ୧୦ଟି ବାଘଙ୍କୁ ସେମାନଙ୍କର ବିପଦ ଜନକ ସ୍ବଭାବ ଯୋଗୁ ଅଲଗା ଏନ୍‌କ୍ଲୋଜରରେ ଦୂରେଇ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଦହି ହାଣ୍ଡି ଭଙ୍ଗା ଉତ୍ସବ’ ବନ୍ଦ: ଲୋକେ ଏହାକୁ ପାଳନ କରିବେ ଏପରି…

ମୁମ୍ବାଇ, ୧୧।୮: ଚଳିତ ବର୍ଷ ମୁମ୍ବାଇରେ ଜନ୍ମାଷ୍ଟମୀ ପରଦିନ ‘ଦହି ହାଣ୍ଡି ଭଙ୍ଗା ଉତ୍ସବ’ ପାଳନ କରାଯିବ ନାହିଁ। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି...

ଦିଲ୍ଲୀ ଗୁରୁଦ୍ୱାରରେ ପ୍ରସାଦ ବଦଳରେ ବଣ୍ଟାଯିବ ଚାରା

ନୂଆଦିଲ୍ଲୀ, ୧୩।୮:ଦିଲ୍ଲୀରେ ଥିବା ଗୁରୁଦ୍ୱାରରେ ଭକ୍ତଙ୍କୁ ପ୍ରସାଦ ବଦଳରେ ଚାରା ବଣ୍ଟାଯିବ। ଗୁରୁଦ୍ୱାରା କମିଟି ପକ୍ଷରୁ ସ୍କୁଲ ଏବଂ କଲେଜ୍‌ ଛାତ୍ରୀଛାତ୍ରଙ୍କୁ ଚାରା ପ୍ରଦାନ କରାଯିବାର...

ବିହାର ପୋଲିସର ଏତଲା ରାଜନୈତିକ ପ୍ରାୟୋଜିତ

ନୂଆଦିଲ୍ଲୀ, ୧୦।୮(ପି.ଟି.): ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକୁ ମୁମ୍ବାଇ ପୋଲିସ ସୁପ୍ରିମକୋର୍ଟରେ ବିରୋଧ କରିବା ସହ ଘଟଣାର...

ପଞ୍ଚମଥର ବି ବଲିଉଡ୍‌ ଗାୟିକାଙ୍କ କରୋନା ସଂକ୍ରମିତ ରିପୋର୍ଟ ଆସିଲା ପିଜିଟିଭ

ଲକ୍ଷ୍ନୌ,୩୧।୩: ବଲିଉଡ୍‌ ସିଙ୍ଗର କନିକା କପୁର କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଖବର ସମସ୍ତଙ୍କୁ ଜଣା। ତେବେ ପଞ୍ଚମଥର ବି ତାଙ୍କ ରିପୋର୍ଟ ପଜିଟିଭ ଆସିବା...

ମେଲାନିଆଙ୍କ ପସନ୍ଦର ଖାଦ୍ୟ

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସହଧର୍ମିଣୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ କୁଶନରଙ୍କ ସହ ୨ ଦିନିଆ ଭାରତ...

ଏସବୁ ରାଜ୍ୟରେ ହୋଇଛି କରୋନା ଗୋଷ୍ଠୀ ସଂକ୍ରମଣ…

ନୂଆଦିଲ୍ଲୀ,୨।୮: ଦେଶରେ କରୋନା ମହାମାରୀ ଥମୁନି। ଦେଶରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖିଲେ ଜଣାପଡୁଛି ଯେ, କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ...

ଫେବୃୟାରୀ ୧୯ରେ ରାମମନ୍ଦିର ଟ୍ରଷ୍ଟର ପ୍ରଥମ ବୈଠକ: ହୋଇପାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ତାରିଖ ଘୋଷଣା

ନୂଆଦିଲ୍ଲୀ,୯।୨: ଫେବୃୟାରୀ ୧୯ରେ ରାମମନ୍ଦିର ନିର୍ମାଣ ଲାଗି ଗଠନ ହୋଇଥିବା ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।...

କାର୍‌ରେ ଜୀବନ ବିତାଉଛନ୍ତି ଏହି ଡାକ୍ତର

ଭୋପାଳ,୮।୪: ସାରା ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ କର୍ମୀ, ପୋଲିସ କର୍ମଚାରୀ ଓ ସଫେଇ କର୍ମୀଙ୍କ ଭୂମିକା ଅତ୍ୟନ୍ତ...


Coronavirus Update

Archives

Model This Week

Why Dharitri