ଏନ୍‌ଏଚ୍‌ଆର୍‌ସିରେ କିଡ୍‌ନୀ କାଢିନେବା ମାମଲା : ୨ଲକ୍ଷ କ୍ଷତିପୂରଣ ସହ ଆପୋଲୋ ହସ୍ପିଟାଲ ପଞ୍ଜୀକରଣ ରଦ୍ଦ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୯ା୯(ବ୍ୟୁରୋ): ବରଗଡ଼ ଜିଲାର ଅନିଲ ସ୍ବାମୀଙ୍କ କିଡ୍‌ନୀ କାଢି ନେବା ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି) ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ମାମଲାର ବିଚାର କରି କମିଶନ ପୀଡିତଙ୍କୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଆପୋଲୋ ହସ୍ପିଟାଲର ପଞ୍ଜୀକରଣ ରଦ୍ଦ କରିବାକୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେଇ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ କମିଶନର କହିଛନ୍ତି। ଏହାସହ ମାନବ ଶରୀରର ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ଆକ୍ଟ ୧୯୯୪ ଧାରା ୧୬ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ରହିଛି। ସୂଚନାଯୋଗ୍ୟ, ୨୦୧୩ରେ ଅନିଲ ଆପୋଲୋ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ଚିକିତ୍ସା ସମୟରେ ତାଙ୍କ ଅଜାଣତରେ କିଡ୍‌ନୀ କାଢି ନିଆଯାଇଥିଲା। ଏନେଇ ୨୦୧୬ରେ ବରଗଡ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ ଅନିଲ। ସେତେବେଳେ ଏହି ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ମାନବିକ ଅଧିକାର କର୍ମୀ ଅଖଣ୍ଡ ଏନ୍‌ଏଚ୍‌ଆରସିରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ରାଜ୍ୟରୁ ରବିବାର ଆଉ ୪୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୭,୭୯୧ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ରାଜ୍ୟରେ ୫ ଲକ୍ଷ ଛୁଇଁଲା ଟେଷ୍ଟ ସଂଖ୍ୟା

ଭୁବନେଶ୍ୱର, ୩୦ା୭(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ସଂକ୍ରମଣ ରୋକିବାକୁ ହେଲେ ପ୍ରଥମେ ସବୁ ଆକ୍ରାନ୍ତଙ୍କୁ ଚିହ୍ନଟ କରିବାକୁ ହେବ। ଏଥିପାଇଁ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ପ୍ରଥମ...

ଓଡ଼ିଶାର ମହିଳା ବନ ଅଧିକାରୀଙ୍କୁ ମିଳିବ ଜାତିସଂଘ ପୁରସ୍କାର

ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରେ ବଜ୍ରକାପ୍ତା ଚୋରା ଚାଲାଣ ର଼୍ୟାକେଟ୍‌ ରୋକିବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାର ମହିଳା ବନ ଅଧିକାରୀ ସସ୍ମିତା ଲେଙ୍କା ମିଳିତ ଜାତିସଂଘର ଏସିଆ...

କାଳବୈଶାଖୀ: କଟକ ଜଳାର୍ଣ୍ଣବ

କଟକ ଅଫିସ, ୬ା୬: କଟକର ବିଭିନ୍ନ ସ୍ଥାନରେ ବୁଧବାର କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ସନ୍ଧ୍ୟା ୬ଟା ୩୦ରୁ ରାତି ୧୦ଟା ୩୦...

ସୋସିଆଲ ଇନୋଭେଶନ ପ୍ରୋଜେକ୍ଟ ଆରମ୍ଭ କରିବ ଆଇଆଇଏମ୍‌ ସମ୍ବଲପୁର, ଏମ୍‌ବିଏ ଛାତ୍ରୀଛାତ୍ରଙ୍କ ପାଇଁ ବାଧ୍ୟତାମୂଳକ

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ) – ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ(ଆଇଆଇଏମ୍‌) ସମ୍ବଲପୁର ଆସନ୍ତା ଶିକ୍ଷାବର୍ଷରୁ ବିଭିନ୍ନ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯୋଜନା ରଖିଛି। ଏଥିମଧ୍ୟରେ ରହିଛି ୯...

ଭୁବନେଶ୍ୱରରୁ ଆଉ ୧୯୮ କରୋନା ପଜିଟିଭ ଚିହ୍ନଟ: ୯୪ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ପୁଣି ୧୯୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୪ ରହିଥିବା ବେଳେ ୯୪ ଲୋକାଲ କେସ୍‌...

ଆଜି ଆଉ ୧୨ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୭ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୨ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୪୭କୁ ବୃଦ୍ଧି ପାଇଥିବା ରାଜ୍ୟ...

୧୬ରେ ଓଡ଼ିଶା ଆସିବ ଡାକୋଟା ବିମାନ

ଭୁବନେଶ୍ୱର,୧୧l୧(ବ୍ୟୁରୋ): ସବୁ କଳ୍ପନାର ଅନ୍ତ ଘଟାଇ ଆସନ୍ତା ୧୬ ତାରିଖରେ ଓଡ଼ିଶା ଆସିବ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଡାକୋଟା ବିମାନ। କୋଲକାତାରେ ଥିବା ଏହି ବିମାନ...

Advertisement
Archives

Model This Week