Posted inଜାତୀୟ

ଏନ୍‌ଇଇଟି ରିଜର୍ଭେଶନ ମାମଲା: ସଂରକ୍ଷଣ ନୁହେଁ ମୌଳିକ ଅଧିକାର, କହିଲେ ଏସ୍‌ସି

ନୂଆଦିଲ୍ଲୀ, ୧୧।୬: ତାମିଲନାଡୁ ଏନ୍‌ଇଇଟି ରିଜର୍ଭେଶନ ମାମଲାରେ ସୁପ୍ରିମ୍‌କୋର୍ଟ(ଏସ୍‌ସି) ଗୁରୁବାର କହିଛନ୍ତି ଯେ, ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ। ଏନ୍‌ଇଇଟି ପୋଷ୍ଟ ଗ୍ରାଜୁଏଶନ୍‌ ମାମଲାର ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟ ଏଭଳି କହି କେତେକ ରାଜନୈତିକ ଦଳ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନକୁ ସ୍ବୀକାର କରିବାକୁ ମନା କରିଦେଇଛନ୍ତି। ଡିଏମ୍‌କେ, ସିପିଆଇ, ଏଆଇଏଡିଏମ୍‌କେ ପକ୍ଷରୁ ରାଜ୍ୟର ଏନ୍‌ଇଇଟି ମେଡିକାଲ ପୋଷ୍ଟ ଗ୍ରାଜୁଏଶନ୍‌ ସିଟ୍‌ରେ ଓବିସିଙ୍କ ପାଇଁ ୫୦ ପ୍ରତିଶତ ସିଟ୍‌ ସଂରକ୍ଷଣ ପାଇଁ ଦାବି କରାଯାଇ ଏକ ଆବେଦନ ଦାଖଲ ହୋଇଥିଲା। ଏହାର ଶୁଣାଣି କରି ବିଚାରପତି ଏଲ୍‌. ନାଗେଶ୍ୱର ରାଓ, କ୍ରିଷ୍ଣା ମୁରାରି ଏବଂ ଏସ୍‌. ରବିନ୍ଦ୍ର ଭଟ୍ଟଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏଭଳି କହିଛନ୍ତି। ୨୦୨୦-୨୧ ଏନ୍‌ଇଇଟି ପୋଷ୍ଟଗ୍ରାଜୁଏଟ୍‌ ମେଡିକାଲ ଏବଂ ଡେଣ୍ଟାଲ ପାଠ୍ୟକ୍ରମରେ ସଂରକ୍ଷଣ ଦାବି ନେଇ ଡିଏମ୍‌କେ, ସିପିଆଇ ଏବଂ ଏଆଇଏଡିଏମ୍‌କେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ଏହି ସଂରକ୍ଷଣ ଦାବିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗ୍ରାହ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଖାନାରେ କରୋନା ରୋଗୀଙ୍କୁ ମାଡ ମାରିବା ଭିଡିଓ ଭାଇରାଲ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ରାଜକୋଟ,୧୮।୯-ଗୁଜୁରାଟର ରାଜକୋଟରେ ଥିବା ଏକ ସରକାରୀ ଡାକ୍ତରଖାନାରେ କରୋନା ରୋଗୀଙ୍କୁ ଆକ୍ରମଣ କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୫୫ ସେକେଣ୍ଡର ଏହି...

କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୬।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୨୯୮ ନୂଆ...

ଲାଲ୍‌ କିଲ୍ଲାରେ ଖଣ୍ଡା ବୁଲାଇଥିବା ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୭।୨: ଜାନୁୟାରୀ ୨୬ରେ ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ହୋଇଥିବା ଟ୍ରାକ୍ଟର ରାଲି ସମୟରେ ଲାଲ୍‌ କିଲ୍ଲାରେ ଘଟିଥିବା ହିଂସାର ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ...

ବିଦେଶ ଯିବା ପାଇଁ ଜେଟ୍‌ ଏୟାରଓ୍ବେଜର ସଂସ୍ଥାପକଙ୍କୁ ନେବାକୁ ପଡ଼ିବ ୧୮ କୋଟି ଟଙ୍କାର ଟିକେଟ

ନୂଆଦିଲ୍ଲୀ,୯।୭: ବଢିଛି ଜେଟ୍‌ ଏୟାରଓ୍ବେଜର ସଂସ୍ଥାପକ ନରେଶ ଗୋୟଲଙ୍କ ଅଡୁଆ। ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ତାଙ୍କୁ ବିଦେଶ ଯିବାକୁ ଅନୁମତି ଦେବାଲାଗି ମନା କରି ଦେଇଛନ୍ତି।...

ମହାନଦୀ ଟ୍ରିବ୍ୟୁନାଲର ୫ ଦିନିଆ କ୍ଷେତ୍ର ସର୍ଭେ ଆରମ୍ଭ

ରାୟପୁର,୧୯ା୪ : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ମଙ୍ଗଳବାରଠାରୁ ଛତିଶଗଡ଼ରେ ୫ ଦିନିଆ କ୍ଷେତ୍ର ସର୍ଭେ ଆରମ୍ଭ କରିଛି। ନଦୀ ତଳମୁଣ୍ଡକୁ କେତେ ଜଳ ପ୍ରବାହିତ ହେଉଛି...

ଉଭୟ ଗୃହ ସାଇନ୍‌-ଏ-ଡାଏ

ନୂଆଦିଲ୍ଲୀ,୧୪।୧୨(ପି.ଟି.): ପାର୍ଲାମେଣ୍ଟର ଉଭୟ ଗୃହକୁ ଶୁକ୍ରବାର ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଚଳିତ ଶୀତ ଅଧିବେଶନରେ ଲୋକ ସଭା ୧୩୦ ଘଣ୍ଟା ୪୫ ମିନିଟ କାର୍ଯ୍ୟ କରିଥିବା...

ଉଦ୍‌ଘାଟନର ୩ ଦିନ ପରେ ଧୋଇଗଲା ଫ୍ଲୋଟିଂ ବ୍ରିଜ୍‌

ଉଡୁପି,୧୦ ।୫: କର୍ନାଟକର ଉଡୁପିରେ ମାଲପେ ବିଚରେ ହୋଇଥିବା ରାଜ୍ୟର ପ୍ରଥମ ଭାସମାନ ପୋଲ ସମୁଦ୍ରରେ ଧୋଇ ଯାଇଛି । ୩ ଦିନ ପୂର୍ବରୁ ଅର୍ଥାତ୍...

ଏକ ଲକ୍ଷ ବର୍ଷ ଯାଏଁ ଚନ୍ଦ୍ରପୃଷ୍ଠରେ ରହିପାରିବେ ୮୦୦କୋଟି ଲୋକ, “ରେଗୋଲିଥ”ରୁ ମିଳିପାରେ ୬୩୦କି.ଗ୍ରା ଅମ୍ଲଜାନ

ଓ୍ବାଶିଂଟନ୍‌,୩୦।୮: ଚନ୍ଦ୍ରାବତରଣ କରିଛି ଭାରତର ମୁନ ମିଶନ ଚନ୍ଦ୍ରାୟାନ ୩। ତେବେ ଲ୍ୟାଣ୍ଡିଂର ୭ଦିନ ପରେ ଖୁସି ଖବର  ଦେଇଛନ୍ତି ଲ୍ୟାଣ୍ଡର ବିକ୍ରମ ଓ ରୋଭର...

Advertisement
Archives

Model This Week