Posted inଜାତୀୟ

‘ଏନ୍‌ଆର୍‌ସି-ଏନ୍‌ପିଆର୍‌ ଗରିବଙ୍କ ଉପରେ ଟାକ୍ସ’

ନୂଆଦିଲ୍ଲୀ,୨୮ା୧୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକତ୍ୱ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ନେଇ ଶାସକ ଭାଜପା ଓ ବିରୋଧୀ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଥମିବାର ନାଁ ନେଉନାହିଁ। ଏହି ପ୍ରସଙ୍ଗରେ ଦୁଇଦଳ ପକ୍ଷରୁ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌କୁ ଲୋକଙ୍କ ଉପରେ ଏକ ଟିକସ ବୋଝ ବୋଲି ଅଭିହିତ କରିଥିବାବେଳେ ତାଙ୍କୁ ଏବର୍ଷର ସର୍ବଶ୍ରେଷ୍ଠ ମିଛୁଆ ବୋଲି କହିଛି ଭାଜପା।
ଛତିଶଗଡ଼ ରାଜଧାନୀ ରାୟପୁରରେ ଶୁକ୍ରବାର ଜାତୀୟ ଆଦିବାସୀ ନୃତ୍ୟୋତ୍ସବ ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ ରାହୁଲ କହିଛନ୍ତି, ଏନ୍‌ଆର୍‌ସି ହେଉ କି ଏନ୍‌ପିଆର୍‌, ଏହା ଗରିବ ଲୋକଙ୍କ ଉପରେ ଏକ ଟାକ୍ସ। ବ୍ୟାଙ୍କକୁ ଗଲେ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇ ହେଉନାହିଁ। ଗରିବ ଲୋକେ ଅଫିସରମାନଙ୍କ ନିକଟକୁ ଗଲେ ନିଜ ଦସ୍ତାବିଜ ଦେଖାଇବା ସହ ଲାଞ୍ଚ ଦେବାକୁ ପଡ଼ୁଛି। ଗରିବଙ୍କ ପକେଟରୁ କୋଟି କୋଟି ଟଙ୍କା ଛଡ଼ାଇ ନିଆଯାଇ ସମାନ ୧୫ ଜଣଙ୍କୁ ଦିଆଯାଉଛି। ଏହା ହେଉଛି ସତ୍ୟତା। ଏହା ହିଁ ଗରିବଙ୍କ ଉପରେ ଆକ୍ରମଣ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ବୁଝିପାରୁନାହାନ୍ତି ଏବଂ ଦେଶର ସମୟ ବରବାଦ ହେଉଛି ବୋଲି ରାହୁଲ ସମାଲୋଚନା କରିଛନ୍ତି। ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ରାହୁଲ ହେଉଛନ୍ତି ‘୨୦୧୯ର ସବୁଠୁ ବଡ଼ ମିଛୁଆ’। ରାହୁଲଙ୍କ ମନ୍ତବ୍ୟ ପାଇଁ କଂଗ୍ରେସ ଓ ତାଙ୍କ ପରିବାରକୁ ଲଜ୍ଜିତ ହେବାକୁ ପଡ଼ିଛି। କଂଗ୍ରେସ ଦେଶରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରୁଛି। ନାଗରିକତ୍ୱ ଆଇନ ଏବଂ ଏନ୍‌ପିଆର୍‌ ଉପରେ ଲୋକେ ସରକାରଙ୍କୁ ସମର୍ଥନ କରନ୍ତୁ ବୋଲି ଜାଭଡେକର ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟେଦୁରପ୍ପାଙ୍କ ଇସ୍ତଫା ପରେ କାହା ମୁଣ୍ଡରେ ସୁନା କଳସ

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିରେ ସୋମବାର ନୂଆ ମୋଡ ଆସିଛି। ଭାଜପା ନେତା ତଥା ସୁବେର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ମୁଖ୍ୟମନ୍ତ୍ରୀଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୟେଦୁରପ୍ପାଙ୍କ...

କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୧୬୮ ନୂଆ...

ମୋଦିଙ୍କ ସହ ସାଧାରଣତନ୍ତ୍ର ପରେଡ୍‌ ଦେଖିବେ ହିତେଶ୍ୱର

ନୂଆଦିଲ୍ଲୀ: ଦିନ କେଇଟା ପରେ ଆସିବ ସାଧାରଣତନ୍ତ୍ର ଦିବସ। ଏଥର ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ମେସିଆସ୍‌ ବୋଲ୍‌ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୧୨।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ରାଜ୍ୟପାଳଙ୍କୁ କୁଳପତି ପଦରୁ ହଟାଇବାକୁ କେରଳ ସରକାର ପ୍ରସ୍ତୁତ: ବିଧାନସଭାରେ ପାରିତ ହେଲା ବିଲ୍‌

ଥିରୁଭାନନ୍ତପୁରମ,୧୩।୧୨: କେରଳରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ଏବେ ଏକ ନୂଆ...

ସପ୍ତାହାନ୍ତ କର୍ଫ୍ୟୁ ଉଠାଇବାକୁ ନିବେଦନ

ନୂଆଦିଲ୍ଲୀ,୨୧।୧: କୋଭିଡ୍‌ ମାମଲା ହ୍ରାସକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଶୁକ୍ରବାର  ରାତି ୧୦ରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଉଠାଇବାକୁ ପରାମର୍ଶ ଦେଇଛନ୍ତି।...

ପୂର୍ବତନ ଆଇପିଏସ୍‌ଙ୍କ ଘରେ ଆଇଟି ରେଡ୍‌: ବେସମେଣ୍ଟରେ ୬୫୦ ଲକର

ନଏଡା,୧ ।୨: ସାଧାରଣ ଲୋକଙ୍କର ବଜେଟ ଯଦିଓ ବିଗିଡି ଯାଇଛି, ହେଲେ ଏମିତି କିଛି ଲୋକ ଅଛନ୍ତି ଯାହାଙ୍କର ବଜେଟ ସଦାବାହାର ହୋଇ ରହିଛି ।...

ଚାପ ମୁକ୍ତ ପାଇଁ କୋଭିଡ କେୟାର ସେଣ୍ଟରରେ ଡ୍ୟାନ୍ସ କଲେ କରୋନା ରୋଗୀ: ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୨୦।୭: ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କିନ୍ତୁ ଏଭଳି କିଛି ଲୋକ ଅଛନ୍ତି, ଯେଉଁମାନେ କରୋନାକୁ ହରାଇ ସମସ୍ତ ପାଇଁ...

Advertisement
Archives

Model This Week