Posted inଜାତୀୟ

ଏନ୍‌ଆଇଏକୁ ମିଳିବ ଅଧିକ କ୍ଷମତା

ନୂଆଦିଲ୍ଲୀ,୧୬ା୭(ପି.ଟି.): ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଅଧିକ କ୍ଷମତା ଦେବା ଲାଗି ସଂଶୋଧିତ ବିଲ୍‌ ଲୋକ ସଭାରେ ସୋମବାର ଗୃହୀତ ହୋଇଛି। ଏନ୍‌ଆଇଏ ସଂଶୋଧନ ବିଲ୍‌ ଆଇନରେ ପରିଣତ ହେଲେ ଉକ୍ତ ତଦନ୍ତକାରୀ ସଂସ୍ଥା ଭାରତୀୟ ଏବଂ ବିଦେଶରେ ଥିବା ଭାରତୀୟ ସ୍ବାର୍ଥ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପର ସମେତ ସାଇବର ଅପରାଧ ଏବଂ ମାନବ ଚାଲାଣ ମାମଲାଗୁଡିକର ମଧ୍ୟ ତଦନ୍ତ କରିବ।
୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ଘଟଣା ପରେ ୨୦୦୯ରେ ଏନ୍‌ଆଇଏ ଗଠନ ହୋଇଥିଲା। ବର୍ତ୍ତମାନର ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏନ୍‌ଆଇଏକୁ ଅଧିକ କ୍ଷମତା ପ୍ରଦାନ କରିବା ଲାଗି ୨୦୧୭ରୁ ଊଦ୍ୟମ କରିଆସୁଛି। ଏନ୍‌ଆଇଏ ଆଇନର ଦୁରୁପଯୋଗ ହେବା ସହ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରାଯିବ ବୋଲି ବିରୋଧୀ ଦଳ ଅଭିଯୋଗ କରିଥିବାବେଳେ ସରକାର ଏହାକୁ ଖଣ୍ଡନ କରିଛନ୍ତି।
ଏନ୍‌ଆଇଏ (ସଂଶୋଧନ) ବିଲ୍‌, ୨୦୧୯ ଆଲୋଚନାରେ ଅଂଶଗ୍ରହଣ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ କହିଥିଲେ, ଆତଙ୍କବାଦ ଓ ସାରା ବିଶ୍ୱକୁ ବାର୍ତ୍ତା ଦେବା ପାଇଁ ଏନ୍‌ଆଇଏକୁ ଅଧିକ କ୍ଷମତା ଦେବା ପ୍ରସ୍ତାବକୁ ପାର୍ଲାମେଣ୍ଟରେ ସମସ୍ତେ ଏକସ୍ବରରେ ସମର୍ଥନ ଦେବା ଉଚିତ। ଆତଙ୍କବାଦର ମୂଳୋତ୍ପାଟନ ଲକ୍ଷ୍ୟରେ ଏହି ବିଲ୍‌ ଅଣାଯାଇଛି। କୌଣସି ସମ୍ପ୍ରଦାୟକୁ ଟାର୍ଗେଟ କରିବା ନରେନ୍ଦ୍ର ମୋଦି ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ଶାହ ସ୍ପଷ୍ଟ କରିଥିଲେ। କାର୍ଯ୍ୟାନୁଷ୍ଠାନ ବେଳେ ଅଭିଯୁକ୍ତଙ୍କ ଧର୍ମକୁ ଦେଖାଯିବନାହିଁ ବୋଲି ସେ କହିଥିଲେ।
ଆଲୋଚନାର ଉତ୍ତର ଦେଇ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ କହିଥିଲେ, ଦେଶକୁ ଆତଙ୍କବାଦରୁ ରକ୍ଷା କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହା ଚୌକିଦାରଙ୍କ ଦ୍ୱାରା ପରିଚାଳିତ ସରକାର ହୋଇଥିବାରୁ ଦେଶର ସୁରକ୍ଷାକୁ ସର୍ବାଗ୍ରେ ରଖାଯିବ। ଆତଙ୍କବାଦର କୌଣସି ଧର୍ମ, ଜାତି କିମ୍ବା ଅଞ୍ଚଳ ନାହିଁ ବୋଲି ରେଡ୍ଡୀ କହିଥିଲେ। ତଦନ୍ତ କରିବା ପୂର୍ବରୁ ଏନ୍‌ଆଇଏକୁ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଲେଖି ଜଣାଇବାକୁ ପଡୁଥିଲା। ତେବେ ସର୍ଜିକାଲ ଷ୍ଟ୍ରାଇକ୍‌ ଓ ଏୟାରଷ୍ଟ୍ରାଇକ୍‌ରୁ ଜଣାପଡିଲା ପାକିସ୍ତାନ ସମ୍ପୃକ୍ତ ଥିବା ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କର ବିକଳ୍ପ ମାଧ୍ୟମ ରହିଛି। ଏନ୍‌ଆଇଏ ଏବେ ୨୭୨ଟି ମାମଲାର ତଦନ୍ତ କରୁଥିବାବେଳେ ୧୯୯ଟିରେ ଚାର୍ଜଶିଟ୍‌ ଦାଖଲ କରିଛି। ୫୧ଟି ମାମଲାରେ ଅଦାଲତ ରାୟ ଦେଇସାରିଥିବାବେଳେ ୪୬ଟି ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି ବୋଲି ମନ୍ତ୍ରୀ ଗୃହକୁ ସୂଚନା ଦେଇଥିଲେ। ଆତଙ୍କବାଦ କବଳରୁ ଦେଶର ସୁରକ୍ଷା ପାଇଁ ଦେଶବାସୀ ଜନାଦେଶ ଦେଇଛନ୍ତି। ତେଣୁ ଏନ୍‌ଆଇଏକୁ ସୁଦୃଢ଼ କରିବାକୁ ହେବ ବୋଲି ରେଡ୍ଡୀ କହିଥିଲେ। ବିଲ୍‌ ଉପରେ ଡିଭିଜନ ଆଣିବାକୁ ଏଆଇଏମ୍‌ଆଇଏମ୍‌ ନେତା ଆସାଦୁଦ୍ଦିନ ଓଓ୍ବାଇସି ଦାବି କରିଥିବା ବେଳେ କେଉଁମାନେ ଆତଙ୍କବାଦ ସପକ୍ଷରେ ଓ ବିରୋଧରେ ତାହା ଦେଖାଯାଉ ବୋଲି ଅମିତ୍‌ ଶାହ କହିଥିଲେ। ୨୭୬ ଜଣ ଏନ୍‌ଆଇଏର ସୁଦୃଢ଼ୀକରଣକୁ ସମର୍ଥନ କରିଥିବାବେଳେ ୬ ଜଣ ବିରୋଧ କରିଥିଲେ। ପରେ ବାଚନିକ ଭୋଟରେ ବିଲ୍‌ ଗୃହୀତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?